ETV Bharat / state

ବଳ ଗୋଟାଉଛି କଂଗ୍ରେସ, ନୂଆ ରୂପରେ ମଇଦାନକୁ ଓହ୍ଲାଇବ

ନିକଟରେ କଂଗ୍ରେସରେ ବହୁ ପୁରଣା ନେତା ସାମିଲ ହୋଇଛନ୍ତି । ଆଗକୁ ଦଳ ନୂଆ ରୂପରେ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳରେ ଆଗକୁ କଣ ରଣନୀତି ରହିଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରରାଉତରାୟ । ଅଧିକ ପଢନ୍ତୁ

author img

By

Published : Feb 17, 2023, 2:00 PM IST

ବଳ ଗୋଟାଉଛି କଂଗ୍ରେସ, ନୂଆ ରୂପରେ ମଇଦାନକୁ ଆସିବା ଚର୍ଚ୍ଚା
sura routray reaction over party strategy
ବଳ ଗୋଟାଉଛି କଂଗ୍ରେସ, ନୂଆ ରୂପରେ ମଇଦାନକୁ ଆସିବା ଚର୍ଚ୍ଚା

ଭୁବନେଶ୍ବର: ସତ୍ତା ହରାଇଥିବା ସର୍ବ ପୁରାତନ ଦଳ କଂଗ୍ରେସ ପୁଣି ଟ୍ରାକକୁ ଫେରିପାରେ । ନିକଟରେ ଦଳରେ ରାଜ୍ୟର କିଛି ପୁରୁଖା ନେତା ଓ ଅମଲାମାନେ କଂଗ୍ରେସରେ ଯୋଗଦାନ କରିବାକୁ ନେଇ କଂଗ୍ରେସର ନବକଳେବର ହେବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ଦିନରେ ଏହି ପୁରୁଖା ନେତାମାନେ ଯେଉଁ ନୂଆ ଷ୍ଟ୍ରାଟେଜି ଆପଣେଇ ଶାସକ ବିଜେଡିର ବିଜୟଧାରାରେ ବ୍ରେକ ଦେବାକୁ ସଜବାଜ ହେଉଛି । 23 ବର୍ଷ ପରେ ବିଜେଡିକୁ କ୍ଷମତାଚ୍ୟୁତ କରି ଶାସନ କ୍ଷମତାକୁ ଅକ୍ତିଆର କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଓଡିଶା କଂଗ୍ରେସ । ଦଳର କଣ ନୂଆ ଷ୍ଟ୍ରାଟେଜି କଣ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରରାଉତରାୟ ।

କିଛି ଦିନ ତଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଓ ଗତ ବୁଧବାର ଦିବଂଗତ ରାଜ୍ୟସଭା ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି କଂଗ୍ରେସରେ ଯୋଗଦେବା ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ଟୁଇଷ୍ଟ ଦେଖାଦେଇଛି। ବିଜୟଙ୍କ ପରେ ଆଉ କିଏ ଆଗକୁ କଂଗ୍ରେସରେ ମିଶିବେ ଏନେଇ ପ୍ରଶ୍ନ ଉଠୁଛି । ରାଜ୍ୟବାସୀ ଅପେକ୍ଷା କରିଛନ୍ତି ଆଗକୁ କେଉଁ ନୂଆ ମୁହଁ ହାତ ଧିରିବେ । ଆଗକୁ ଆହୁରି ଅନେକ ନେତା କଂଗ୍ରେସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ବର୍ଗର ଲୋକ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

କଂଗ୍ରେସ ଏକ ବଡ଼ କାର୍ଯ୍ୟକ୍ରମ ସ୍ଥିର କରୁଛି, ସଂଗଠନ ସୁଦୃଢ ହେବ । 9 ରୁ 90 ସ୍ବପ୍ନ ସାକାର ହେବ । ନରେନ୍ଦ୍ର ମୋଦିଙ୍କ ଏକଛତ୍ର ବାଦ ଶାସନ, ବେରୋଜଗାରୀ ,ଦରଦାମ ବୃଦ୍ଧି, ଆଦାନୀ ଆର୍ଥିକ ଅନିୟମିତତା, ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ନାହିଁ,ଉତ୍କଟ ବେକାରୀ ସମସ୍ୟା, ଧାନ ମଣ୍ଡି ଦୁର୍ନୀତି, ଚାଷୀ ସମସ୍ୟା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

ବିଜୟ ପଟ୍ଟନାୟକ, ପ୍ୟାରୀ ମହାପାତ୍ରଙ୍କ ଝିଅ ମିଶିଲେ ଦଳରେ ମିଶିଲେ ଆଗକୁ ଆଗକୁ ଆହୁରି ଅଧିକ ସଂଖ୍ୟାରେ ବଡ଼ ବଡ଼ ଲୋକ ମିଶିବେ । ଏହା ସହ ଯୁବକଙ୍କୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଧାୟକ ସୁର ରାଉତରାୟ । ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଧକ୍କା ମାରିବା ଓ ସେ ପୋଲିସକୁ ଚାପୁଡା ମାରିବା ଘଟଣାରେ ଉଭୟଙ୍କୁ ଦୋଷ ଦେଇଛନ୍ତି ବିଧାୟକ ସୁର ରାଉତରାୟ ।

ଏହା ବି ପଢନ୍ତୁ...ବିଜେପି-ବିଜେଡି ଆନ୍ଦୋଳନକୁ କଂଗ୍ରେସର ସମାଲୋଚନା, ଲୋକ ଦେଖାଣିଆ ରାଜନୀତି କରୁଛନ୍ତି କହିଲା କଂଗ୍ରେସ

ହାତ ଧରିଥିବା ଏହି ପୁରୁଖା ନେତା ମାନେ ଶାସକ ବିଜେଡି ଓ ବିଜେପିକୁ ମାତ ଦେଇ କଂଗ୍ରେସର ନୌକା ପାର କରେଇବାରେ ସକ୍ଷମ ହେଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ପୁରୁଖା ନେତା ମାନଙ୍କ କଂଗ୍ରେସ ଦଳ ପ୍ରତି ରୁଚି ଦେଖି କଂଗ୍ରେସ ବଳ ଗୋଟାଉଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.