ETV Bharat / state

କେବେ ଖୋଲିବ ଶରତଙ୍କ ଭାନୁମତି ପେଡି, ଶୁଣନ୍ତୁ କଣ କହିଲେ ସୁର - କଂଗ୍ରେସ ବିଧାୟକ ସୁର ରାଉତରାୟ

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଚୂଡାନ୍ତ ରୂପରେଖ ନେଇ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକ ସୁର ରାଉତରାୟ
sura routray reaction on pcc team
author img

By

Published : Jan 6, 2023, 10:45 AM IST

sura routray reaction on pcc team

ଭୁବନେଶ୍ବର: କେବେ ଖୋଲିବ ଶରତଙ୍କ ପିସିସି ଭାନୁମତି ପେଡି । ନୂଆ ପିସିସି ସଭାପତି ଭାବରେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ବ ନେବାରେ ପ୍ରାୟ 7 ମାସ ବିତିଗଲାଣି, ହେଲେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଚୂଡାନ୍ତ ରୂପରେଖ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିଲା ନାହିଁ । ଶରତଙ୍କ ଚୂଡାନ୍ତ ଟିମକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି । କିଏ ରହିବେ କିଏ ବାଦ ପଡିବେ ତାକୁ ନେଇ ଦଳୀୟ ମହଲରେ ଏବେ ଢେର ଚର୍ଚ୍ଚା । ଶରତଙ୍କ ଟିମର କିଏ ହେବେ ମୁଖ୍ୟ କର୍ଯ୍ୟକର୍ତ୍ତା । ପୂର୍ବବର୍ଷ ଭଳି ଏଥର କାର୍ଯ୍ୟକାରୀ ସଭାପତି ରହିବେ ନା ଆଉ କିଛି ପ୍ଲାନ କରିବେ ଶରତ । ସେ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଖୁବଶୀଘ୍ର କମିଟିର ଚୂଡାନ୍ତ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଉପସଭାପତି,ସାଧାରଣ ସମ୍ପାଦକ,ମିଡ଼ିଆ ସେଲରେ କେଉଁମାନଙ୍କୁ ପ୍ରାଧାନ୍ୟ ଦିଆଯିବ ସେ ନେଇ ଆଲୋଚନା ଜୋର ଧରିଛି । ପିସିସି ଟିମ ଗଠନ ନେଇ ବିଳମ୍ବ ହେଉଥିବାରୁ ଦଳ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି । ଯଦିଓ ନେତାମାନେ କ୍ୟାମେରା ସାମ୍ନାରେ କିଛି କହିବାକୁ ଇଚ୍ଛା ପ୍ରକାଶ କରି ପାରୁନାହାଁନ୍ତି ତଥାପି ଭିତରେ ଅଶାନ୍ତ ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ବିଧାୟକ ସୁର ରାଉତରାୟ କଂଗ୍ରେସର ଭିତର ସତକୁ ପଦାରେ ପକାଇଛି। ସବୁ ନେତା ନିଜ ନିଜର ସମର୍ଥକକୁ ପିସିସିରେ ରଖିବାକୁ ଚାହୁଁଛନ୍ତି ଫଳରେ ଶରତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯେତେ ବିଳମ୍ବ ହେବ ସେତେ ଖରାପ । ଏଆଇସିସିକୁ ଚୂଡାନ୍ତ ତାଲିକା ଦେଇ ସାରିଛନ୍ତି ପିସିସି ସଭାପତି। ଏଆଇସିସି ଉପରେ ନିର୍ଭର କରେ କେବେ ଘୋଷଣା ହେବ ଦଳ ବୋଲି କହିଛନ୍ତି ବିଧାୟକ ସୁର ରାଉତରାକ ।

ଏହା ବି ପଢନ୍ତୁ...କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦଳକୁ ମଜବୁତ ପାଇଁ ଦେଲେ ମନ୍ତ୍ର

ଦୀର୍ଘ 6 ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଶରତ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି। ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ, ଦଳୀୟ ଶୃଙ୍ଖଳାକୁ ଅବମାନନା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅଶାନ୍ତ ବାତାବରଣକୁ ପ୍ରଶମନ କରି ସମସ୍ତଙ୍କୁ ସାଥିରେ ଧରି ଚାଲିବା ଶରତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ଦଳମାନଙ୍କ ସଜବାଜ କଂଗ୍ରେସକୁ ପଛରେ ପକାଇ ଦେଇଛି । ଦୃଢ଼ ନେତୃତ୍ବ ,ଦଳୀୟ ଅନୁଶାସନ କଂଗ୍ରେସକୁ ପୁଣି ବହୁ ପଛକୁ ଠେଲି ଦେଇଛି । ଅନ୍ୟ ଦଳମାନେ ନିଜ ନିଜର ସାଙ୍ଗଠନିକ ଘର ସଜଡା ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ କେବେ ପୂର୍ଣ୍ଣ ରୂପରେଖ ପ୍ରକାଶ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଶରତ କହିଛନ୍ତି ଖୁବଶୀଘ୍ର ଚୂଡାନ୍ତ ଟିମ ପ୍ରକାଶ ପାଇବ । ଏଆଇସିସି ସହ ଆଲୋଚନା ହୋଇସାରିଛି । ନୂଆ ଟିମର ତାଲିକା ମଧ୍ୟ ଚୂଡାନ୍ତ । ଖାଲି ଏଆଇସିସିର ଗ୍ରୀନ ସିଗନାଲକୁ ଅପେକ୍ଷା । ଗୋଟିଏ ଭଲ ଟିମ ଗଠନ ହେବ ଯାହା ରାଜ୍ୟ କଂଗ୍ରେସକୁ ଅଧିକ ସଂଗଠିତ କରିବ ଏବଂ କ୍ରିୟାଶୀଳ କରିବ ବୋଲି କହିଛନ୍ତି ପିସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.