ETV Bharat / state

ନୂଆ PCC କମିଟି ନେଇ ସୁରଙ୍କ କ୍ଷୋଭ, ସଭାପତିଙ୍କ ଗୋଟିଏ କଥା ସବୁ ଠିକ ଚାଲିଛି

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନୂଆ ଟିମକୁ ନେଇ କଂଗ୍ରେସରେ ତେଜୁଛି ଅସନ୍ତୋଷ । ଗତକାଲି ବିଧାୟକ ତାରା ବାହିନୀପତି ଅସନ୍ତୋଷ ଝାଡ଼ିଥିବା ବେଳେ ଆଜି ସୁର ରାଉତରାୟ ମଧ୍ୟ ଖୋଲାଖୋଲି ଭାବେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଟିମ ଚୟନ ପ୍ରକ୍ରିୟାରେ ଭୁଲ ହୋଇଛି ବୋଲି ସୁର କହିଛନ୍ତି । ଅଧିକ ପଢ଼ନ୍ତୁ

ନୂଆ ପିସିସି କମିଟି ନେଇ ସୁରଙ୍କ କ୍ଷୋଭ
ନୂଆ ପିସିସି କମିଟି ନେଇ ସୁରଙ୍କ କ୍ଷୋଭ
author img

By

Published : Apr 26, 2023, 8:13 PM IST

Updated : Apr 27, 2023, 7:12 AM IST

ନୂଆ ପିସିସି କମିଟି ନେଇ ସୁରଙ୍କ କ୍ଷୋଭ

ଭୁବନେଶ୍ବର: ଆସନ୍ତା ମାସରେ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ଦାୟିତ୍ବ ଗ୍ରହଣ କରିବାକୁ ପୂରିବ ବର୍ଷେ । ଶରତ ଦ୍ବିତୀୟ ଥର ପାଇଁ ଓଡ଼ିଶା କଂଗ୍ରେସର ସଭାପତି ହେବା ପରେ କଂଗ୍ରେସ ଶିବିରରେ ଅନେକ ଆଶା ସଂଚାର ହୋଇଥିଲା । ସଂଗଠନକୁ ଆଗକୁ ନେବାରେ ଶରତ ପୂର୍ବ ଅନୁଭୂତି ଓ ଅଭିଜ୍ଞତାକୁ ପୁଞ୍ଜି କରି ଓଡିଶାବାସୀଙ୍କ ଆସ୍ଥାଭାଜନ ହେବା ସହ କଂଗ୍ରେସକୁ ଜନାଦୃତ କରିବାରେ ସହାୟକ ହେବେ । ହେଲେ କଂଗ୍ରେସର ପୁରୁଣା ରୋଗ କଂଗ୍ରେସକୁ ଆଗକୁ ବଢିବାକୁ ଦେଉନାହିଁ । ଶରତଙ୍କ ନୂଆ ଟିମ ଘୋଷଣା ହେଲା, କିଛି ନେତା ଆଶା ବାନ୍ଧି ବସିଥିଲେ ଶରତ ତାଙ୍କୁ ଗୁରୁତ୍ବ ଦେବେ । ହେଲେ ସେମିତି ହେଲା ନାହିଁ । ଫଳରେ ଟିମ ଘୋଷଣା ହେବାର ୨୪ ଘଣ୍ଟା ନପୁରୁଣୁ ଦଳରେ ବିଦ୍ରୋହ ଏବଂ ଅସନ୍ତୋଷର ସ୍ବର ଶୁଣିବାକୁ ମିଳିଲାଣି । ଗତକାଲି ବିଧାୟକ ତାରା ବାହିନୀପତି ଓ ଆଜି ସୁର ରାଉତରାୟ ଏହି କମିଟି ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ବ ନେବାର ଦୀର୍ଘ ୧୧ ମାସ ପରେ ଏଆଇସିସି ପକ୍ଷରୁ ନୂଆ ପିସିସି କମିଟି ଘୋଷଣା ହୋଇଛି । ଏହାର ଦିନକ ପରେ, ଅର୍ଥାତ ଗତକାଲି ବିଧାୟକ ତାରା ବାହିନୀପତି ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ଜଦିଓ ଦଳର ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି, କିନ୍ତୁ ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସ ଦାୟିତ୍ବ ନଦେବାରୁ ସେ ଅସନ୍ତୋଷ ଜାହିକ କରିଥିଲେ । ତେବେ ଆଜି ବିଧାୟକ ସୁର ରାଉତରାୟ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଟିମରେ ଚୟନ ପ୍ରକ୍ରିୟା ଠିକ ହୋଇନାହିଁ ବୋଲି ସୁର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "କମିଟିକୁ ମୁଁ ସ୍ଵାଗତ କରୁଛି । କିନ୍ତୁ କିଛି ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ରହିଛି । ମୋର ଯାହା ସମସ୍ୟା ରହିଛି ମୁଁ ପିସିସି ସଭାପତିଙ୍କୁ ଲେଖିକି ଦେଇଛି । ଗ୍ରାଉଣ୍ଡସ୍ତରରେ ଯାଇ ଲୋକଙ୍କ ସହ ମିଶି କାମ କରିବାକୁ ପଡିବ ।"

ସେପଟେ ଦଳରେ ଅସନ୍ତୋଷକୁ ଶରତ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "ନୂଆ କମିଟିରେ ସମସ୍ତଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଏଆଇସିସି ପକ୍ଷରୁ ତାଲିକା ଜାରି କରାଯାଇଛି । ତାରା ଏବଂ ସୁର ଭାଇଙ୍କ ସହ ମୁଁ ନିଜେ କଥା ହୋଇସାରିଛି । ଆମ ଭିତରେ କିଛି ନାହିଁ । ଯେତେ ଭଲ କରିବ କେଉଁଠି ନା କେଉଁଠି ଲୋକେ ତ୍ରୁଟି ଖୋଜିବେ । ରାଜ୍ୟରେ ନବୀନ ସରକାରକୁ ହଟାଇବା ପାଇଁ ଆମର ପ୍ରୟାସ ଜାରି ରହିଛି । ଆସନ୍ତା ସାଧାରଣ ନିର୍ବାଚନରେ ୯ରୁ ୯୦ ସିଟ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି । ଏକ ଭଲ ଟିମ ଗଠନ କରାଯାଇଛି । ଆଗକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ଓଡିଶାବାସୀଙ୍କ ସାମ୍ନାକୁ ଆଣିବୁ ।" ତେବେ ପିସିସି ସଭାପତି ତାଙ୍କ ଟିମକୁ ନେଇ ସନ୍ତୋଷ ଥିବା ବେଳେ ଦଳର ବରିଷ୍ଠ ନେତା ଓ ବିଧାୟକ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିବା ନିଶ୍ଚିତ ଭାବେ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ପିସିସି ସଭାପତି ସମସ୍ତଙ୍କୁ କିଭଳି ସନ୍ତୁଷ୍ଟ କରି ଦଳକୁ ଆଗକୁ ନେବେ, ତାହାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 27, 2023, 7:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.