ETV Bharat / state

ମୋକିମଙ୍କ ଉପରେ ଅସନ୍ତୁଷ୍ଟ କଂଗ୍ରେସ ନେତୃବୃନ୍ଦ, ହୋଇପାରେ କାର୍ଯ୍ୟାନୁଷ୍ଠାନ - କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା

ଦଳରେ ବଢ଼ୁଛି କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଅଡ଼ୁଆ । ବାରମ୍ବାର ଦଳ ବିରୋଧି ମନ୍ତବ୍ୟ ଦେଉଥିବା ନେଇ ଅସନ୍ତୁଷ୍ଟ କଂଗ୍ରେସ ନେତୃବୃନ୍ଦ । ଏନେଇ ବୈଠକରେ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢ଼ନ୍ତୁ

ମୋକିମଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ସନ୍ତୋଷ ସିଂହ ସାଲୁଜା

author img

By

Published : Dec 19, 2022, 10:16 PM IST

ମୋକିମଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ବର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଉପରେ ଅସନ୍ତୁଷ୍ଟ କଂଗ୍ରେସ ନେତୃବୃନ୍ଦ । ବାରମ୍ବାର ଦଳ ବିରୋଧି ମନ୍ତବ୍ୟ ଦେଉଥିବା ନେଇ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏନେଇ ଗତକାଲି ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

ଦୀର୍ଘଦିନ ହେବ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳୀୟ ସଭା ସମିତି ଠାରୁ ନିଜକୁ ଦୂରେଇ ରଖୁଥିବାର ଦେଖିବାକୁ ମିଳୁଛି । ସମାନ ଭାବରେ, ଗତକାଲି କଂଗ୍ରେସର ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ନେଇ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମଧ୍ୟ କଟକ ବାରବାଟୀ ବିଧାୟକ ଅନୁପସ୍ଥିତ ଥିଲେ । ବିଭିନ୍ନ ସମୟରେ ଦଳୀୟ ଅନୁଶାସନକୁ ନମାନି ମୋକିମ ଦଳ ବିରୋଧୀ ମନ୍ତବ୍ୟ ଦେଉଥିବାରୁ ଏହାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ । ଏନେଇ ମହମ୍ମଦ ମୋକିମଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

ସେ କହିଛନ୍ତି, "ଦଳ ବିରୋଧରେ ବିଧାୟକ ମହମ୍ମଦ ମୋକିମ କାମ କରୁଛନ୍ତି । ଏକଥା ଜିଲ୍ଲା ସଭାପତିମାନେ ଗତ କାଲି ବୈଠକରେ କହିଛନ୍ତି । କଂଗ୍ରେସ ତାକୁ ଗୁରୁତର ସହ ବିଚାର କରୁଛି । ମୋକିମ ଯେଉଁ ମତ ରଖୁଛନ୍ତି ତାହା ଦଳ ପାଇଁ କ୍ଷତିକାରକ । ଏ ବିଷୟରେ ଚେଲ୍ଲାକୁମାରଙ୍କୁ କୁହାଯାଇଛି । ଆଜି ଯେଉଁମାନେ ନିଜକୁ ବହୁ ବଡ଼ ନେତା ବୋଲି କହୁଛନ୍ତି ସେ ସମସ୍ତେ କଂଗ୍ରେସ ଦଳ ଯୋଗୁଁ ସମାଜରେ ଏହି ସ୍ଥିତିରେ ପହଞ୍ଚିଛନ୍ତି । ସମାଜରେ ସେମାନଙ୍କର ପରିଚୟ କଂଗ୍ରେସ ଦଳ ଦେଇଛି । କିନ୍ତୁ ଏବେ କିଛି ଲୋକ ନିଜକୁ ଦଳ ଠାରୁ ବହୁତ ବଡ଼ ବୋଲି ଗଣମାଧ୍ୟମରେ କହି ବୁଲୁଛନ୍ତି । ଦଳ ଏବଂ ଦଳୀୟ ନେତୃବର୍ଗଙ୍କୁ ଗଣମାଧ୍ୟମରେ ନିନ୍ଦିତ କରୁଛନ୍ତି । ଏଭଳି ମତ ରଖୁଥିବା ବା ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.