ETV Bharat / state

ଅଶାନ୍ତ ଝାରସୁଗୁଡାରେ ଶାନ୍ତି ଫେରାଇବ କଂଗ୍ରେସ: ସାଲୁଜା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ମତା । ବିଭିନ୍ନ ଦଳ ଗଡ଼ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହିତ ଝାରସୁଗୁଡ଼ା ଅଶାନ୍ତ ହୋଇପଡ଼ିଥିବା ବିରୋଧି ଅଭିଯୋଗ କରିଛନ୍ତି । ସେପଟେ ଅଶାନ୍ତ ଝାରସୁଗୁଡାରେ ଶାନ୍ତି ଫେରାଇବା ପାଇଁ କଂଗ୍ରେସ ହିଁ ବିକଳ୍ପ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ଉପନିର୍ବାଚନ ନେଇ ସାଲୁଜାଙ୍କ ପ୍ରତିକ୍ରିୟା

author img

By

Published : Apr 24, 2023, 7:04 PM IST

ଝାରସୁଗୁଡ଼ା ଉପନିର୍ବାଚନ ନେଇ ସାଲୁଜାଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ସରଗରମ ହେଉଛି ଝାରସୁଗୁଡା ଫାଇଟ । ଉପନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ଝାରସୁଗୁଡା ରାଜନୀତିରେ ସେତିକି ଉଷ୍ମତା ଭରୁଛି । ଭୋଟରଙ୍କ ମୁଡ ଜିତିବାକୁ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ । ବିଶେଷକରି ନବ ଦାସଙ୍କ ହତ୍ୟାକାଣ୍ଡ ପରେ ବିଜେଡି ଏହି ସିଟକୁ ପୁଣି ଅକ୍ତିଆର କରିବାକୁ ଅଣ୍ଟା ଭିଡ଼ିଛି । ବିଜେପି ମଧ୍ୟ ରଣନୀତିକୁ ଶାଣିତ କରୁଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ବିରୋଧୀ ମୁଖ୍ୟ ପ୍ରସଙ୍ଗ କରି ଭୋଟରଙ୍କ ପାଖକୁ ଯାଉଛନ୍ତି । ନବ ଦାସଙ୍କ ହତ୍ୟା ଓ ଜଣେ ନାବାଳକ ହତ୍ୟା ପରେ ଝାରସୁଗୁଡାରେ ଶାନ୍ତି ଫେରାଇବାକୁ ପ୍ରୟାସ ଜାରି ରଖିଛନ୍ତି ସରକାର । ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରସୁଗୁଡାରେ ଶାନ୍ତିର ବାତାବରଣ ଆବଶ୍ୟକ ରହିଛି ବୋଲି କହିଛନ୍ତି । ସେପଟେ କଂଗ୍ରେସ କହିଛି, ନା ବିଜେଡି ନା ବିଜେପି, ଝାରସୁଗୁଡାରେ ଶାନ୍ତି ଫେରାଇବାର ବିକଳ୍ପ ହେଉଛି କେବଳ କଂଗ୍ରେସ ।

ତେବେ ଝାରସୁଗୁଡା ଉପନିର୍ବାଚନ ପାଇଁ ମାହୋଲ ଭଲ ରହିଛି ବୋଲି ଗଣମାଧ୍ୟମକୁ କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି, "କଂଗ୍ରେସ ଦଳ ବିଜୟୀ ହେଲେ ହିଁ ଝାଡ଼ସୁଗୁଡାରେ ଶାନ୍ତି ଫେରି ପାରିବ । ଜନସାଧାରଣ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଧିକ ପସନ୍ଦ କରୁଛନ୍ତି । କଂଗ୍ରେସ ବୀରେନ୍ଦ୍ର ପାଣ୍ଡେଙ୍କ ପୁଅଙ୍କୁ ଟିକେଟ ଦେଇଛି । ସିଏ ସେହି ଅଞ୍ଚଳର ଲୋକାଲ ବ୍ୟକ୍ତି । ବିଜେଡି ଓ ବିଜେପିର ପ୍ରାର୍ଥୀ ଝାରସୁଗୁଡା ବାସିନ୍ଦା ନୁହନ୍ତି । ତେଣୁ ସାଧାରଣ ଜନତା କଂଗ୍ରେସକୁ ଭୋଟ ଦେବାକୁ ପସନ୍ଦ କରିବେ । ବିଜେଡି ସର୍ବଦା ଧନବଳ, ବାହୁବଳ ଓ ସରକାରୀ କଳ ଲଗାଇ ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରେ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେଲା, ଜଣେ ୧୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଗଲା । ଏହା ଫଳରେ ଝାରସୁଗୁଡା ଅଶାନ୍ତ ହୋଇଯାଇଛି ।" କଂଗ୍ରେସ ଦଳ ବିଜୟୀ ହେଲେ ହିଁ ଝାରସୁଗୁଡା ଶାନ୍ତି ଫେରିପାଇବ ବୋଲି ସାଲୁଜା କହିଛନ୍ତି ।

ଏହା ସହିତ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ସାଲୁଜା । ସେ କହିଛନ୍ତି, "ଝାରସୁଗୁଡାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରଖିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବାରମ୍ବାର ସେଠାରେ ବିଶୃଙ୍ଖଳା ହେଉଛି । କଂଗ୍ରେସ ପ୍ରାର୍ଥୀ ତରୁଣ ଝାରସୁଗୁଡାବାସୀଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହେଉଛନ୍ତି । କଂଗ୍ରେସ ଭଲ ପ୍ରଦର୍ଶନ କରିବ । କଂଗ୍ରେସ ଦଳ କର୍ମୀଙ୍କ ଉପରେ ଅଧିକ ଗୁରୁତ୍ବ ଦେଉଛି । ତରୁଣ ସମସ୍ତଙ୍କୁ ନେଇ ନିର୍ବାଚନରେ ବିଜୟୀ ହେବା ପାଇଁ ଚେଷ୍ଟା ଜୋରଦାର କରୁଛନ୍ତି ।" ତେବେ ଝାରସୁଗୁଡ଼ାରେ କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କକୁ ନିଜ ଅକ୍ତିଆରରେ ରଖିବା ପାଇଁ ପିସିସି ସଭାପତି ନିଜେ ଝାରସୁଗୁଡାରେ ରହି ତରୁଣଙ୍କ ପାଇଁ କ୍ୟାମ୍ପେନ କରୁଛନ୍ତି । କଂଗ୍ରେସର ଭୋଟ କିଭଳି ଅନ୍ୟ ଦଳକୁ ଯିବନାହିଁ, ସେନେଇ କଡ଼ା ନଜର ରଖିବା ସହ ଆଦିବାସୀଙ୍କ ସମର୍ଥନ କିଭଳି ତରୁଣଙ୍କୁ ମିଳିବ, ସେନେଇ ମଧ୍ୟ ପିସିସି ସଭାପତି ନିଜେ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.