ETV Bharat / state

ସୋମବାର ବିଜେଡ଼ିରେ ଯୋଗ ଦେବେ କଂଗ୍ରେସ ନେତା ପ୍ରଦୀପ

author img

By

Published : Nov 14, 2021, 6:39 PM IST

Updated : Nov 14, 2021, 7:41 PM IST

ବେଗୁନିଆ କଂଗ୍ରେସ ନେତା ପ୍ରଦୀପ ସାହୁ ଆସନ୍ତାକାଲି (ସୋମବାର) ବିଜେଡିରେ ହେବେ ସାମିଲ । ନିଜ ସହଯୋଗୀ ଓ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କ ସହ ରାଜ୍ୟ ବିଜେଡି କାର୍ଯ୍ୟାଳୟର ମିଶିବା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ

ଆସନ୍ତାକାଲି ବିଜେଡ଼ିରେ ଯୋଗଦେବେ ପ୍ରଦୀପ
ଆସନ୍ତାକାଲି ବିଜେଡ଼ିରେ ଯୋଗଦେବେ ପ୍ରଦୀପ

ଖୋର୍ଦ୍ଧା: ଆସନ୍ତାକାଲି (ସୋମବାର) ବିଜେଡିରେ ସାମିଲ ହେବେ ବେଗୁନିଆ କଂଗ୍ରେସ ନେତା ପ୍ରଦୀପ ସାହୁ । 1999 ମସିହାରୁ କଂଗ୍ରେସରେ ସାମିଲ ହୋଇ ଦୀର୍ଘଦିନ ହେବ ଦଳର ସକ୍ରିୟ ରହିବା ସହ ଏକାଧିକ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ପ୍ରଦୀପ ଶେଷରେ ଦଳ ଛାଡିବା ସହ ଶାସକ ବିଜେଡିରେ ସାମିଲ ହେବେ ।

ସୋମବାର ବିଜେଡ଼ିରେ ଯୋଗ ଦେବେ କଂଗ୍ରେସ ନେତା ପ୍ରଦୀପ

2009 ବିଧାନସଭା ନିର୍ବାଚନରେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ 34 ହଜାର 738 ଖଣ୍ଡ ଭୋଟ ପାଇଥିବାବେଳେ ,2014ରେ ଆମ ଓଡ଼ିଶା ଦଳରୁ ପ୍ରାର୍ଥୀ ହୋଇ 30 ହଜାର 559 ଖଣ୍ଡ ଭୋଟ ପାଇଥିଲେ । ପୁନର୍ବାର 2019 ନିର୍ବାଚନ କଂଗ୍ରେସ ପାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବା ସହ 53ହଜାର 130 ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଆଜି ପ୍ରଦୀପ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦ ଓ ଜିଲ୍ଲା ଉପସଭାପତି ପଦରୁ ଇସ୍ତଫା ଦେଇଥିବାବେଳେ ନିଜ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ପଠାଇଛନ୍ତି ।

ସେହିପରି ବେଗୁନିଆ ଓ ବୋଲଗଡ଼ ବ୍ଲକ କଂଗ୍ରେସ ଓ ଯୁବ କଂଗ୍ରେସ ସଭାପତି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଆସନ୍ତାକାଲି ବିଧିବଦ୍ଧ ଭାବେ ପ୍ରାୟ ଏକ ହଜାର ସହଯୋଗୀ ଓ କର୍ମୀଙ୍କୁ ନେଇ ରାଜ୍ୟ BJD କାର୍ଯ୍ୟାଳୟରେ ଯୋଗଦେବେ ବୋଲି କହିଛନ୍ତି ପ୍ରଦୀପ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Nov 14, 2021, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.