ETV Bharat / state

ସୌମ୍ୟଙ୍କ ସମର୍ଥନରେ ନିରଞ୍ଜନ, କହିଲେ ଯଦି ଅନୁଶାସନ ଭାଙ୍ଗୁଛି ଦଳରୁ ବାହାର କରୁନାହାନ୍ତି କାହିଁକି

author img

By ETV Bharat Odisha Team

Published : Sep 11, 2023, 10:48 PM IST

ସୌମ୍ୟ-ବିଜେଡି କଳି ଭିତରେ ସାନଭାଇଙ୍କ ସମର୍ଥନରେ ବାହାରିଛନ୍ତି ବଡ଼ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । କହିଲେ ସେ ସବୁବେଳେ ସତ କୁହେ । ଯଦି ଭୁଲ କହୁଛି ବା ବିଶୃଙ୍ଖଳା କରୁଛି, ତେବେ ବିଜେଡି ତାକୁ ଦଳରୁ ବାହାର କରିଦେଉନି କଣ ପାଇଁ ବୋଲି ପଚାରିଲେ ନିରଞ୍ଜନ । ଅଧିକ ପଢ଼ନ୍ତୁ

ସୌମ୍ୟଙ୍କ ସମର୍ଥନରେ ବଡ଼ଭାଇ ନିରଞ୍ଜନ
ସୌମ୍ୟଙ୍କ ସମର୍ଥନରେ ବଡ଼ଭାଇ ନିରଞ୍ଜନ
ସୌମ୍ୟଙ୍କ ସମର୍ଥନରେ ବଡ଼ଭାଇ ନିରଞ୍ଜନ

ଭୁବନେଶ୍ବର: ଦୀର୍ଘଦିନ ଧରି ରାଜ୍ୟ ରାଜନୀତିରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରଣ ଚର୍ଚ୍ଚାରେ ରହିଛି । ସୌମ୍ୟ ନିଜ ଦୈନିକ ଖବରକାଗଜରେ ସମ୍ପାଦକୀୟ ଲେଖି 5T ସଚିବଙ୍କ ଜିଲ୍ଲା ଗସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ଲେଖିବା ପରେ ଶାସକ ଦଳ ପକ୍ଷରୁ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି । ଦଳର ବରିଷ୍ଠ ନେତା, ବିଧାୟକ ଓ ସାଂସଦମାନେ ସୌମ୍ୟଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳୁଛି । ତେବେ ଏହି ପ୍ରସଙ୍ଗରେ ଆଜି ପ୍ରଥମ କରି ସୌମ୍ୟଙ୍କ ବଡ଼ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସୌମ୍ୟଙ୍କ ସପକ୍ଷରେ ବାହାରିଛନ୍ତି । ସୌମ୍ୟ ବାବୁଙ୍କ ଆଭିମୁଖ୍ୟକୁ ସମର୍ଥନ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ନିରଞ୍ଜନ ।

ନିରଞ୍ଜନ କହିଛନ୍ତି, "ସୌମ୍ୟକୁ ମୁଁ ଜନ୍ମରୁ ଜାଣିଛି । ତାର ପ୍ରକୃତି ହେଉଛି ସେ ଛୋଟବେଳୁ ସତ କହେ । ଆମେ ପରିବାର ଭିତରେ ବି ତା ମୁଁହ ବନ୍ଦ କରିପାରୁନା । ସମ୍ପାଦକ ହିସାବରେ ସେ ଯାହା ଲେଖିଲା ତାକୁ ପାଠକ ହିସାବରେ ଆପଣ ଗ୍ରହଣ କରିବେ ବା ନକରିବେ ତାହା ଆପଣଙ୍କ ଉପରେ । ସମ୍ପାଦକ ଓ ରାଜନୈତିକ ଦଳର ବ୍ୟକ୍ତିକୁ ମିଶାଇଦେବା ଠିକ ନୁହେଁ । ବିଜେଡିର ମାଲିକ ନବୀନ ବାବୁ । ସେ ଗୁମାସ୍ତାକୁ ନେଇ ଚଳେଇବେ ନା ମନ୍ତ୍ରୀଙ୍କୁ ନେଇ ଚଳେଇବେ ତାହା ତାଙ୍କ ନିଷ୍ପତି । ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି, ତାଙ୍କୁ ବିଜେଡିରୁ ବାହାର କରିଦେଉନାହାନ୍ତି କାହିଁକି ? କଂଗ୍ରେସରେ ଥିବାବେଳେ ସେ ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରିଥିଲେ । ତାହା ହୁଏ ତ କଂଗ୍ରେସ ନେତାଙ୍କୁ ଭଲ ଲାଗିଲା ନାହିଁ । ତେଣୁ ଦଳରୁ ବାହାର କରାଗଲା । ଏବେ ବିଜେଡି ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି । ତାହା ହୁଏତ ବିଜେଡି ଭାଇମାନଙ୍କୁ ଅସହିଷ୍ଣୁ ହେଲାଣି । ରାଜନୈତକ ପ୍ରସଙ୍ଗରେ ମୁଁ ସୌମ୍ୟ ବାବୁଙ୍କ ସହ ଆଲୋଚନା କରେନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...5T ସଚିବଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ, ସୌମ୍ୟଙ୍କୁ ଦଳୀୟ ନେତାଙ୍କ କଟାକ୍ଷ

ଦୀର୍ଘଦିନ ଧରି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ 5T ସଚିବଙ୍କ ଗସ୍ତକୁ ନେଇ ସମ୍ପାଦକୀୟରେ ଲେଖିବା ରାଜ୍ୟ ରାଜନୀତିରେ ଉଷ୍ମତା ଭରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀରବତା ଓ 5T ସଚିବଙ୍କ ବ୍ୟୟବହୁଳ ହେଲିକ୍ୟାପ୍ଟରରେ ଜିଲ୍ଲା ବୁଲିବାକୁ ନେଇ ମଧ୍ୟ ସୌମ୍ୟ ଟାର୍ଗେଟ କରିଥିଲେ । ଏହାପରେ ଦଳ ଭିତରୁ ସୌମ୍ୟଙ୍କୁ ବିରୋଧର ସ୍ବର ଶୁଣିବାକୁ ମିଳୁଛି । ଜଣକ ପରେ ଜଣେ ବରିଷ୍ଠ ନେତା ଏବେ 5T ସଚିବଙ୍କ ସମର୍ଥନରେ ବାହାରି ଦଳୀୟ ବିଧାୟକଙ୍କୁ ବିରୋଧ କରିବାରେ ଲାଗିଛନ୍ତି । ବିଧାୟକ, ମନ୍ତ୍ରୀ, ସାଂସଦମାନେ ସୌମ୍ୟଙ୍କୁ ସିଧାସଳଖ ଟାର୍ଗେଟ କରୁଥିବାର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସୌମ୍ୟ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିଲେ ସୁଦ୍ଧା ଦଳ ପକ୍ଷରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଆଲୋଚନାର ବିଷୟ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.