ETV Bharat / state

କାମଚଳା ବାଚସ୍ପତିରେ ଚାଲିଛି ବିଧାନସଭା, ପଦକ୍ଷେପ ନେବାକୁ ଦାବି କଲେ ନରସିଂହ

author img

By

Published : Jul 22, 2023, 8:20 AM IST

Updated : Jul 22, 2023, 2:28 PM IST

କାମଚଳା ବାଚସ୍ପତିରେ ଚାଲିଛି ବିଧାନସଭା । ତୁରନ୍ତ ବାଚସ୍ପତି ନିର୍ବାଚିତ କରିବାକୁ ଦାବି କଲେ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ବାଚସ୍ପତି ନିର୍ବାଚିତ କରିବାକୁ ଦାବି
ବାଚସ୍ପତି ନିର୍ବାଚିତ କରିବାକୁ ଦାବି
କାମଚଳା ବାଚସ୍ପତିରେ ଚାଲିଛି ବିଧାନସଭା

ଭୁବନେଶ୍ବର: ମେ' ମାସ 12 ତାରିଖରୁ ଫାଙ୍କା ପଡିଛି ଓଡ଼ିଶା ବିଧାନସଭା ବାଚସ୍ପତି ପଦ । ନୂଆ ବାଚସ୍ପତି ନିର୍ବାଚିତ ହୋଇନଥିବାରୁ ଉପବାଚସ୍ପତି କାମଚଳା ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଛନ୍ତି । ଆସନ୍ତା ମାସ ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଯାଉଥିବା ବେଳେ ବାଚସ୍ପତି ନିଯୁକ୍ତ ହୋଇନାହାନ୍ତି । ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ତୁରନ୍ତ ବାଚସ୍ପତି ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି । ସେପଟେ ଠିକ ସମୟରେ ଠିକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜେଡି ବିଧାୟକ ।

ବିଧାନସଭାର ସୁପରିଚାଳନା ଲାଗି ବାଚସ୍ପତିଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବାଚସ୍ପତି ବିଧାନସଭା ଭିତରେ ଓ ବାହାରେ ଅଖଣ୍ଡ କ୍ଷମତାର ଅଧିକାରୀ । ବିଶେଷ କରି ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ସ୍ବତନ୍ତ୍ର କ୍ଷମତା ପ୍ରାପ୍ତ ହେଉଛନ୍ତି ବାଚସ୍ପତି । କିନ୍ତୁ ଗତ 2 ମାସ ହେଲା ଓଡ଼ିଶା ବିଧାନସଭାରେ ବାଚସ୍ପତି ନାହାନ୍ତି । କାମଚଳା ବାଚସ୍ପତିରେ ଚାଲିଛି ବିଧାନସଭା କାର୍ଯ୍ୟ । ଉପବାଚସ୍ପତି ରାଜନୀକାନ୍ତ ସିଂ ଏହି ଦାୟିତ୍ବ ତୁଲାଉଛନ୍ତି । ତେବେ ଗତ କିଛି ବର୍ଷ ହେବ ବାଚସ୍ପତି ପଦ ଓ କ୍ଷମତାକୁ ଗୌଣ କରିଦିଆଯାଇଥିବା ଅଭିଯୋଗ ହେଉଛି । ଗତ 19 ବର୍ଷରେ 7 ବାଚସ୍ପତି କାର୍ଯ୍ୟକାଳ ପୂରା ନକରିବା ଅଭିଯୋଗକୁ ମୋହର ମାରୁଛି ।

ଏହାମଧ୍ୟ ପଢନ୍ତୁ: ସନ୍ତୋଷ ସିଂ ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ, କ'ଣ ହେବ ଦଳର ଆଭିମୁଖ୍ୟ?

ବିଧାନସଭା ମାନୁଆଲ ଅନୁଯାୟୀ ଜଣେ ବଚସ୍ପତିଙ୍କ କାର୍ଯ୍ୟକାଳ 5 ବର୍ଷ ହୋଇଥାଏ । ବିଧାନସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରୁହେ । କିନ୍ତୁ ଗତ 19 ବର୍ଷ ଭିତରେ 7 ବାଚସ୍ପତି ତାଙ୍କ କାର୍ଯ୍ୟକାଳ ପୁରା କରିନାହାନ୍ତି । ଏମିତିକି ଦୁଇ ଜଣ ବାଚସ୍ପତିଙ୍କ କାର୍ଯ୍ୟକାଳ ବର୍ଷେ ପୂରିନଥିବା ବେଳେ ତାଙ୍କୁ ପଦ ଛାଡିବାକୁ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପ୍ରଥମ ଓ ତୃତୀୟ ପାଳିକୁ ଛାଡ଼ିଦେଲେ ଆଉ କୌଣସି ସମୟରେ ଜଣେ ବି ବାଚସ୍ପତି କାର୍ଯ୍ୟକାଳ ଶେଷ କରିପାରି ନାହାନ୍ତି ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି,''ପରମ୍ପରା ଓ ସମ୍ବିଧାନ ଅନୁଯାୟୀ ବାଚସ୍ପତି ପଦ ଖାଲି ରହିବା ଉଚିତ ନୁହେଁ । ସେଥିପାଇଁ ବିଧାନସଭାର ଯିଏ ବାଚସ୍ପତି ଥାଆନ୍ତି, ନୂତନ ଗୃହ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ସେ ବାଚସ୍ପତି ଭାବେ କାର୍ଯ୍ୟ କରିଥାନ୍ତି । ଏହି ପଦ ଖାଲି ରହିବା ଉଚିତ ନୁହେଁ । ତୁରନ୍ତ ସରକାର ପଦକ୍ଷେପ ନେବେ । ନୂଆ ବାଚସ୍ପତି ନିର୍ବାଚିତ କରିବେ ।'' ସେପଟେ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଠିକ ସମୟରେ ନିର୍ଣ୍ଣୟ ନେବେ । ବିରୋଧୀ ଅନେକ କଥା କହିବେ । କିନ୍ତୁ ବାଚସ୍ପତି ଯେତେବେଳେ ଆବଶ୍ୟକ ପଡିବେ ସେତେବେଳେ ଆସିବେ । ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ କଥା କହି ବିରୋଧୀଙ୍କ ମୁହଁକୁ ଚୁପ କରିଦିଅନ୍ତି । ବିରୋଧୀ ବିରୋଧ କରିବା ପାଇଁ ଅନେକ କଥା କହିବେ । ବିଧାନସଭାରେ ସବୁ କଥା ଠିକଠାକ ଚାଲୁଛି । ଆଗକୁ ମଧ୍ୟ ଚାଲିବ । ଆପଣ ଦେଖିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2023, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.