ETV Bharat / state

ବେରୁଣ୍ଡା ପକ୍ଷୀ ଭଳି ପ୍ରଭାତ ତ୍ରୀପାଠିଙ୍କ ଦୁଇଟି ମୁହଁ: ଦେବାଶିଷ - ପ୍ରଭାତ ତ୍ରିପାଠୀଙ୍କୁ ସମାଲୋଚନା କଲେ ଦେବାଶିଷ ପଟ୍ଟନାୟକ

କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ବର ଉଠାଇଥିଲେ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ । ତେବେ ସମାନ ଢଙ୍ଗରେ ବାଙ୍କୀ ମହୋତ୍ସବରେ ମଧ୍ୟ ଏଭଳି ଦୁର୍ନୀତି ହୋଇଥିଲା ଏବଂ ସେଠାରେ ଏହାକୁ ପ୍ରଭାତ ସମର୍ଥନ କରିଥିଲେ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବେରୁଣ୍ଡା ପକ୍ଷୀ ଭଳି ପ୍ରଭାତ ତ୍ରୀପାଠିଙ୍କ ଦୁଇଟି ମୁହଁ: ଦେବାଶିଷ

author img

By

Published : Nov 22, 2022, 9:20 AM IST

ଭୁବନେଶ୍ବର: ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ କଟକର ଐତିହାସିକ ବାଲିଯାତ୍ରା । ନିକଟରେ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ବର ଉଠାଇଥିଲେ ବରିଷ୍ଠ ବିଜେଡି ନେତା ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ତେବେ ସମାନ ଢଙ୍ଗରେ ବାଙ୍କୀ ମହୋତ୍ସବରେ ମଧ୍ୟ ଏଭଳି ଦୁର୍ନୀତି ହୋଇଥିଲା ଏବଂ ସେଠାରେ ଏହାକୁ ପ୍ରଭାତ ସମର୍ଥନ କରିଥିଲେ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ।

ବେରୁଣ୍ଡା ପକ୍ଷୀ ଭଳି ପ୍ରଭାତ ତ୍ରୀପାଠିଙ୍କ ଦୁଇଟି ମୁହଁ: ଦେବାଶିଷ

କଟକ ବାଲିଯାତ୍ରା ସରିଥିବାବେଳେ ବିଜେଡି ନେତା ପ୍ରଭାତ ତ୍ରିପାଠୀ ବାଲିଯାତ୍ରାର ସ୍ବଚ୍ଛତାକୁ ପ୍ରଶ୍ନ କରି କଟକ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଥିଲେ । ଏଥିସହ ମଞ୍ଚ ପରିଚାଳନାକୁ ଅନିୟମିତତା, ଅତିଥି ଚୟନ, ସମ୍ବର୍ଦ୍ଧିତ ପ୍ରତିଭା ଚୟନ ଆଦି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ କରିବା ଏବଂ ପ୍ଲଟ ଆବଣ୍ଟନରେ ଦୁର୍ନିତିର ଗନ୍ଧ ହେଉଥିବା କହି ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରିଥିଲେ । ଏହା ସହିତ ସରକାରଙ୍କ ଦ୍ବାରା ଏହା ସ୍ବତନ୍ତ୍ର ତଦନ୍ତ ପାଇଁ ଦାବି କରିଥିଲେ । ତେବେ ଏହା ଉପରେ ଆପତ୍ତି ଉଠାଇ କଂଗ୍ରେସ ଭବନ ପରିସରରେ ପ୍ରେସମିଟ୍‌ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ପ୍ରଭାତ ତ୍ରିପାଠୀଙ୍କ ମନ୍ତବ୍ୟକୁ ସେ ବେରୁଣ୍ଡା ପକ୍ଷୀ ସହ ତୁଳନା କରି ସମାଲୋଚନା କରିଛନ୍ତି । ବେରୁଣ୍ଡା ପକ୍ଷୀର ଯେପରି ଦୁଇଟି ମୁହଁ ଥାଏ ସେହିପରି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ସମାନ ଘଟଣାରେ ଦୁଇଟି ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି ।

ଦେବାଶିଷ କହିଛନ୍ତି, "ଅବାଞ୍ଛିତ ଲୋକ ଯଦି ଜିଲ୍ଲା ପ୍ରଶାସନକୁ ଦେଖାଇ ରାଜ୍ୟ ସରକାର ଓ 5Tକୁ କାଠଗଡ଼ାକୁ ଟାଣନ୍ତି ତେବେ 5Tର ସ୍ବଚ୍ଛତା କେତେ । ପୂର୍ବରୁ ୨/୩ ଥର ଦଳରୁ ନିଳମ୍ବିତ ହୋଇଥିବା ନେତା ଆଜି ଦଳର ଏବଂ ରାଜ୍ୟ ସରକାରଙ୍କ ରାଜ୍ୟ ପରିଚାଳନାର ଦକ୍ଷତାକୁ ପ୍ରଶ୍ନ କରୁଛନ୍ତି । ବାଙ୍କୀ ମହୋତ୍ସବ ପରିଚାଳନାରେ ଦଳୀୟ ଥଇଥାନ ସହ କଟକ ବାଲିଯାତ୍ରାକୁ ନେଇ ପ୍ରଭାତ ଉଠାଇଥିବା ମନ୍ତବ୍ୟ କଣ ବାଙ୍କୀ ମହୋତ୍ସବ ପାଇଁ ପ୍ରଯୁଜ୍ୟ ନୁହେଁ । କଟକ ବାଲିଯାତ୍ରା ମଞ୍ଚରେ ଦଳୀୟକରଣ ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଙ୍ଗୀତକୁ ପ୍ରଭାତ ତ୍ରିପାଠୀ ଆପତ୍ତି ଉଠାଇ ଥିବାବେଳେ ୨୦୧୯ ବାଙ୍କୀ ମହୋତ୍ସବ ମଞ୍ଚ ଯାହାକି ବାଙ୍କୀର କଳା ସାହିତ୍ୟ ଓ ସଂସ୍କୃତିର ମଞ୍ଚ ବୋଲି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ତାଙ୍କର ଦଳ କହି ବୁଲନ୍ତି । ସେହିଠାରେ ମଧ୍ୟ ନିଜେ ଦଳୀୟ ସଂଗୀତ ବଜାଇ ପ୍ରଭାତ ତ୍ରିପାଠୀ ନାଚ କରୁଥିବା ଦେଖିବାକୁ ମିଳିଥିଲା । ସେହି ଭିଡ଼ିଓ ଆଜିବି ସୋସିଆଲ ମିଡ଼ିଆରେ ଉପଲବ୍ଧ ରହିଛି ।" ତେବେ ବାଙ୍କୀ ମହୋତ୍ସବ ପରି କଳା, ସାହିତ୍ୟ ମଞ୍ଚରେ ଦଳୀୟ ଗୀତ ବାଜିଲେ ଓ ନିଜେ ନାଚିଲେ ଆପତ୍ତି ନଥିବାବେଳେ, କଟକ ବାଲିଯାତ୍ରାକୁ କାହିଁକି ଆପତ୍ତି କଲେ ବୋଲି ପ୍ରଶ୍ନ କରିଛନ୍ତି ଦେବାଶିଷ ।

ଦେବାଶିଷ କହିଛନ୍ତି ଏଥର ବୋଧେ ଭାଗ ମିଳିଲାନି ବୋଲି ପୂର୍ବତନ ବିଧାୟକ ବିଭିନ୍ନ ଆକ୍ଷେପ ଆଳରେ ରାଜ୍ୟ ସରକାର ଓ ୫Tକୁ ଲକ୍ଷ ରଖି ଜିଲ୍ଲା ପ୍ରଶାସନ ବାହାନାରେ ଟାର୍ଗେଟ କରିଛନ୍ତି । ତେବେ ପ୍ରଭାତଙ୍କ ଦାବିକୁ ଗୁରୁତ୍ବ ଦେଇ ବାଙ୍କୀ ମହୋତ୍ସବର ପରିଧିକୁ ରାଜ୍ୟ ସରକାର ତଦନ୍ତ ପରିସରଭୁକ୍ତ କରି ଦୁଇ ପ୍ରକାର କଥାକୁ ଅନୁଶୀଳନ କରିବା ସହ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦେବାଶିଷ । ପ୍ରଭାତଙ୍କ ବାଙ୍କୀରେ ଗୋଟେ କଥା ଏବଂ ରାଜ୍ୟରେ ସମାନ ପ୍ରସଙ୍ଗରେ ଆଉ ଗୋଟେ କଥା ରାଜ୍ୟ ସରକାର ଭଲ ଭାବେ ହୃଦୟଙ୍ଗମ କରିବା ଆବଶ୍ୟକ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.