ETV Bharat / state

Budget Session: କକ୍ଷତ୍ୟାଗ ପରେ ବସିଲା କଂଗ୍ରେସ ବିଧାୟକ ଦଳର ବୈଠକ

author img

By

Published : Feb 21, 2023, 8:13 PM IST

Updated : Feb 21, 2023, 9:51 PM IST

ଆଜି ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣର ପ୍ରଥମ ମୁହୂର୍ତ୍ତରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ କକ୍ଷତ୍ୟାଗ କରିଥିଲା । ଏହାପରେ ବସିଛି କଂଗ୍ରେସ ବିଧାୟକ ଦଳର ବୈଠକ । ଅଧିକ ପଢନ୍ତୁ

Budget Session
Budget Session

Budget Session: କକ୍ଷତ୍ୟାଗ ପରେ ବସିଲା କଂଗ୍ରେସ ବିଧାୟକ ଦଳର ବୈଠକ

ଭୁବନେଶ୍ବର: ଆଜି ବଜେଟ ଅଧିବେଶନ ଆରମ୍ଭ ହେବାର ପ୍ରଥମ ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ କଂଗ୍ରେସ ଓ ବିଜେପି ବାଚସ୍ପତିଙ୍କ ପୋଡିୟମ ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ କଂଗ୍ରେସ କକ୍ଷତ୍ୟାଗ କରିଥିଲା । ତେବେ ବିରୋଧୀ କକ୍ଷତ୍ୟାଗ ପରେ ନରସିଂହ ମିଶ୍ରଙ୍କ ବିଧାନସଭା ସ୍ଥିତ କକ୍ଷରେ ବସିଥିଲା କଂଗ୍ରେସ ବିଧାୟକ ଦଳର ବୈଠକ । ବୈଠକରେ ଆଇନ ଶୃଙ୍ଖଳାକୁ ଅସ୍ତ୍ର କରିବ ବୋଲି ଦଳ ନିଷ୍ପତ୍ତ ନେଇଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଘେରିବ ବୋଲି କଂଗ୍ରେସ ସ୍ଥିର କରିଛି ।

ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ନେଇ ସରକାରଙ୍କ ଚରମ ଅବହେଳା, ତଦନ୍ତ ବାଟବଣା ସହ ଏଭଳି ହତ୍ୟାକାଣ୍ଡ ପଛରେ ରହସ୍ୟ କଣ ରହିଛି ତାକୁ ବଡ ଆୟୁଧ କରିବ କଂଗ୍ରେସ । ସେପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଅସୁରକ୍ଷିତ ମହିଳା ସମାଜ । ଚାଷୀ ସମସ୍ୟା ରାଜ୍ୟରେ ଏକ ଭୟଙ୍କର ସ୍ଥିତିରେ ପହଞ୍ଚିଛି । ମଣ୍ଡି, ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ସେ କଥା ମଧ୍ୟ ଉଠିବ ।"

ଏହା ବି ପଢନ୍ତୁ- Budget Session: ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବା ମୋ ସରକାରର ଲକ୍ଷ୍ୟ: ରାଜ୍ୟପାଳ

ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ରାଜ୍ୟରେ ଆଇନ କିଛି ନାହିଁ, ବେକାରୀ ସମସ୍ୟା ସାଙ୍ଘାତିକ, ଚାଷୀ କୁଳ ହତାଶ । ଅପାରଗ ସରକାର ଆଉ କୌଣସି ନ୍ୟାୟ ଦେଇ ପାରିବ ନାହିଁ । ଆଗକୁ ଅଧିକ ସ୍ବର ଉତ୍ତୋଳନ କରିବ କଂଗ୍ରେସ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସିବିଆଇ ତଦନ୍ତ ଦାବି କରିବ କଂଗ୍ରେସ ବୋଲି ସେ କହିଛନ୍ତି । ତେବେ ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ନରସିଂହ ଅଧ୍ୟକ୍ଷତା କରିଥିଲେ । ଦଳର ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା ।

ବିଧାୟକମାନେ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ହତ୍ୟାକାଣ୍ଡର ତଦନ୍ତ ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଥିଲା । ସୂଚନା ଥାଉ କି ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ରଖୁଥିବା ବେଳେ ବିରୋଧୀ ହଟ୍ଟଗୋଳ କରିଥିଲେ । ରାଜ୍ୟପାଳଙ୍କ ମୁହଁରେ ସରକାର ମିଥ୍ୟା ତଥ୍ୟ ଦେଉଥିବା ସେମାନେ ଅଭିଯୋଗ କରି ପୋଡିୟମ ତଳେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ବିରୋଧୀ କକ୍ଷତ୍ୟାଗ କରିବା ପରେ ରାଜ୍ୟପାଳ ନିଜର ସମ୍ପୂର୍ଣ୍ଣ ଅଭିଭାଷଣ ରଖିଥିଲେ । ଆଜିଠୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ୨ଟି ପର୍ଯ୍ୟାୟରେ ୨୭ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଅଧିବେଶନ ଉପସ୍ଥାପନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 21, 2023, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.