ETV Bharat / state

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ଜୋର ଧରୁଛି ଦାବି, ଧର୍ମେନ୍ଦ୍ରଙ୍କ ପରେ ନରସିଂହ ବି କହିଲେ ସମାନ କଥା - puri sri mandir

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଚାରି ଦ୍ବାର ଖୋଲିବାକୁ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

congress demands reopening of all doors of sri mandir
ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ
author img

By

Published : Jul 23, 2023, 7:28 AM IST

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ

ଭୁବନେଶ୍ବର: ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଜୋର ଧରିଛି ଦାବି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଚାରି ଦ୍ବାର ଖୋଲିବାକୁ ଦାବି କରିଛନ୍ତି । ଏପଟେ ରାଜସ୍ବ ମନ୍ତ୍ରୀ ପ୍ରମିଳ ମଲ୍ଲିକ କହିଛନ୍ତି ଠିକ ସମୟରେ ସବୁ ଦ୍ବାର ଖୋଲିବ ।

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି । ବିଭିନ୍ନ ସଂଗଠନ ଏନେଇ ସ୍ବର ଉଠାଇବା ପରେ ରାଜନେତା ମଧ୍ୟ ମୁହଁ ଖୋଲିଛନ୍ତି । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "କୋରୋନା ସମୟରେ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ଖୋଲାଯାଇ ଅନ୍ୟ ତିନୋଟି ଦ୍ୱାର ବନ୍ଦ କରାଯାଇଥିଲା । ଏବେ କୋରୋନା ଡର ନାହିଁ । ପୁରୀର ନୂଆ ପରିକଳ୍ପନାରେ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ଚାରୋଟି ଦ୍ୱାର ଖୋଲାଯାଉ । କେବଳ ସିଂହଦ୍ବାର ଖୋଲା ଯାଇଥିବା ଯୋଗୁଁ ପୁରୀବାସୀ ସମସ୍ୟା ଭୋଗୁଛନ୍ତି । କୌଣସି କାମ ପାଇଁ ସେମାନଙ୍କୁ ଘଣ୍ଟାଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଛି । ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚାରୋଟି ଦ୍ୱାର ହୋଇଥିଲା । ଏହାକୁ ସ୍ଥାୟୀ ଭାବେ ଅଟକାଇବା ଭଲ ହେବନି । ଚାରୋଟି ଦ୍ୱାରରେ ଭକ୍ତଙ୍କ ଭାବାବେଗ ଅଛି, ଖୋଲିବା ନିତାନ୍ତ ଜରୁରୀ । ମନ୍ଦିର ପ୍ରଶାସନ ହାକିମାତି ନ ଦେଖାଇ ଖୋଲିବା ଉଚିତ ହେବ । ଭଗବାନଙ୍କ ସାଙ୍ଗରେ ଲୋକଙ୍କର କୌଣସି ବାଧକ ନ ହେଉ ।"

ଏହା ମଧ୍ୟ ପଢ଼ନ୍ତୁ: ବିକାଶକୁ ବିରୋଧ କରିବା ଛଡା ଅନ୍ୟ କିଛି ଜାଣିନାହାନ୍ତି କେନ୍ଦ୍ରମନ୍ତ୍ରୀ: ପ୍ରମିଳା ମଲ୍ଲିକ

ସେପଟେ କଂଗ୍ରେସ ମଧ୍ୟ ସମାନ ଦାବି ଦୋହରାଇଛି । ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଯିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ଜନମତ ସୃଷ୍ଟି ହେଇଛି । ସମସ୍ତେ ଦାବି କରୁଛନ୍ତି ଚାରି ଦ୍ଵାର ଖୋଲାଯାଉ । ସରକାର ଲୋକମତକୁ ସମ୍ମାନ ଦେଇ ଚାରି ଦ୍ଵାର ଖୋଲିବା ଆବଶ୍ୟକ । ଦ୍ବାର ନ ଖୋଲିବା କାରଣରୁ ସବୁଆଡେ ପ୍ରତିବାଦ ଦେଖାଦେଲାଣି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣଧୀନ ଥିବାରୁ ସବୁ ଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କଲେ ଭକ୍ତମାନେ ଅସୁବିଧାରେ ପଡିପାରନ୍ତି ବୋଲି ସରକାର ଯୁକ୍ତି ବାଢ଼ିଥିବା ବେଳେ ବିରୋଧୀଙ୍କ ଠାରୁ ସେବାୟତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦାବିକୁ କିଭଳି ପ୍ରଶମନ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.