ETV Bharat / state

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଇନ୍‌ପୁଟ ସବସିଡି ଘୋଷଣା, ନିନ୍ଦା କଲା କିଶାନ କଂଗ୍ରେସ - କିଶାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ

ପଦ୍ମପୁର ଉପନିର୍ବାଚନ(Padampur Bypoll) ପୂର୍ବରୁ ଚାଷୀଙ୍କ ପାଇଁ ଘୋଷଣା ହେଲା ଇନପୁଟ ସବସିଡି । ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କଲେ ଖେତ ମଜଦୁର କିଶାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ । ବିଭିନ୍ନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଇନ୍‌ପୁଟ ସବସିଡି ଘୋଷଣା, ନିନ୍ଦା କଲା କିଶାନ କଂଗ୍ରେସ

author img

By

Published : Nov 16, 2022, 9:07 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ(Padampur Bypoll) ପାଇଁ ସରଗରମ ରହିଛି ରାଜ୍ୟ ରାଜନୀତି । ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ସେପଟେ ୨୦୨୪ ଫାଇନାଲ ଲଢେଇ ପୂର୍ବରୁ ପଦ୍ମପୁର ସେମିଫାଇନାଲରେ ଫର୍ମ ଫେରିପାଇବାକୁ ୩ ଦଳ ପୁରା ଦମ ଲଗାଇଛନ୍ତି । ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ ଫସଲ ବୀମା ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି କିଶାନ କଂଗ୍ରେସ ।

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଇନ୍‌ପୁଟ ସବସିଡି ଘୋଷଣା, ନିନ୍ଦା କଲା କିଶାନ କଂଗ୍ରେସ

ପଦ୍ମପୁର ଉପନିର୍ବାଚନରେ ଉଭୟ ବିରୋଧି ଓ ଶାସକ ଫସଲ ବୀମା ଓ ଚାଷୀକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । ଦୀର୍ଘ ଦିନରୁ ନିଜର ଫସଲ ବୀମା ପାଇଁ ଚାଷୀମାନେ ଆନ୍ଦୋଳନରେ ବସିଥିବାବେଳେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ପରସ୍ପରକୁ ଦୋଷ ଦେଇଥିଲେ । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାଷୀ ବିରୋଧି ଦର୍ଶାଇଥିଲା । ତେବେ ଉପନିର୍ବାଚନ ପୂର୍ବରୁ ଗତକାଲି ଚାଷୀଙ୍କ ପାଇଁ ଇନପୁଟ ସବସିଡି ଘୋଷଣା କରାଯାଇଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କିଶାନ କଂଗ୍ରେସ । ଜଳସେଚନ ଅବ୍ୟବସ୍ଥା, ମଣ୍ଡି ସମସ୍ୟା ଏବଂ ଧାନର ଅଭାବୀବିକ୍ରି ପ୍ରସଙ୍ଗରେ ଉଭୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଖେତ ମଜଦୁର କିଶାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ।

ସାମ୍ବାଦିକ ସମ୍ମିଳନୀରେ ଅମୀୟ ପଟ୍ଟନାୟକ କହିଛନ୍ତି, "ଉଭୟ କେନ୍ଦ୍ର ଓ ରାଜ୍ୟ ଓଡ଼ିଶାରେ ଚାଷୀଙ୍କୁ ଅଭାବନୀୟ ସ୍ଥିତି ଭିତରକୁ ଠେଲି ଦେଇ ପଦ୍ମପୁର ନିର୍ବାଚନରେ ନାଟକବାଜି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଇନପୁଟ ସବସିଡି ହାସ୍ୟାସ୍ପଦ । ୧୨ଟି ଜିଲ୍ଲାର ୬୪ଟି ବ୍ଲକରେ ୨ ଲକ୍ଷ ୫୦ ହଜାର ହେକ୍ଟର ମରୁଡ଼ି ହେଲା । ମୁଖ୍ୟମନ୍ତ୍ରୀ କହିଲେ ରିପୋର୍ଟ ଆସିଲେ ତୁରନ୍ତ ଦିଆହେବ । ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ରିପୋର୍ଟ ଆସିନି କି ମରୁଡ଼ି ଘୋଷଣା ହୋଇନି । ଏବେ ନିର୍ବାଚନକୁ ଆଖି ଆଗରେ ୨୦୦ କୋଟିର ଇନପୁଟ ସବ୍‌ସିଡି ଘୋଷଣା କରାଗଲା । ହେଲେ କେଉଁ ରିପୋର୍ଟ ଆଉ ତଥ୍ୟକୁ ଆଧାର କରି ଏ ସହାୟତା ଘୋଷଣା କଲେ ତାହା ସ୍ପଷ୍ଟ କଲେ ନାହିଁ ।"

ସେହିପରି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କିଶାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ । ସେ କହିଛନ୍ତି, "ଚାଷୀଙ୍କ ଫସଲ ବୀମାକୁ କେନ୍ଦ୍ର ସରକାର ନିର୍ବାଚନ ପାଇଁ ଅଟକାଇ ରଖିଥିଲେ । ଠିକ୍ ନିର୍ବାଚନ ପୂର୍ବରୁ ଏହି ବୀମା ରାଶି ଦେଇ ଭୋଟରକୁ ପ୍ରଭାବିତ କରିବାକୁ ବିଜେପି ଚେଷ୍ଟା କରୁଛି ।" ତେବେ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ପାଇଁ ମରୁଡ଼ି ସହାୟତା ବୃଦ୍ଧି ଓ ଏମଏସପି ବୃଦ୍ଧି ଆଦି ପ୍ରସଙ୍ଗ ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.