ETV Bharat / state

23 ବର୍ଷରେ ସବୁକ୍ଷେତ୍ରରେ ରାଜ୍ୟକୁ ପଛକୁ ଠେଲି ଦେଇଛି BJD ସରକାର: କଂଗ୍ରେସ

author img

By ETV Bharat Odisha Team

Published : Aug 23, 2023, 8:33 AM IST

Updated : Aug 23, 2023, 8:39 AM IST

ଦୀର୍ଘ ୨୩ ବର୍ଷର ବିଜେଡି ଶାସନ ଓଡ଼ିଶାକୁ ଦରିଦ୍ରତମ ରାଜ୍ୟରୂପେ ପରିଗଣିତ କରିଦେଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଓଡ଼ିଶାକୁ ଦରିଦ୍ରତମ ରାଜ୍ୟରୂପେ ପରିଗଣିତ କରିଛି ବିଜେଡି: କଂଗ୍ରେସ

ଭୁବନେଶ୍ବର: ରାଜ୍ୟର ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛି । ଯେ ପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ । ଦୀର୍ଘ ୨୩ ବର୍ଷର ବିଜୁଜନତା ଦଳର ସରକାର ଓଡ଼ିଶାକୁ ସବୁକ୍ଷେତ୍ରରେ ପଛକୁ ଠେଲି ଦେଇଛି । ଆଜି ଓଡ଼ିଶା ସବୁଠାରୁ ଏକ ଦରିଦ୍ରତମ ରାଜ୍ୟରୂପେ ପରିଗଣିତ ହୋଇଛି ବୋଲି ଦାବି କରିଛି କଂଗ୍ରେସ । ଗତକାଲି(ମଙ୍ଗଳବାର) ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଏକାଧିକ ପ୍ରସଙ୍ଗ ଉଠାଇ ଏପରି ଢଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ ପଟ୍ଟନାୟକ କହିଛନ୍ତି, ‘‘ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ବହୁମାତ୍ରାରେ ବଢ଼ି ଚାଲିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ଲଲିପପ୍‌ ଧରାଇବାରେ ବ୍ୟସ୍ତ । ନରେନ୍ଦ୍ର ମୋଦି ସରକାର ଜନସାଧାରଣଙ୍କୁ ଯେତେ ଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ କେଉଁ ଗୋଟିଏ ବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ୨ କୋଟି ନିଯୁକ୍ତି ଦରଦାମକୁ ନିୟନ୍ତ୍ରଣରେ ରଖିବା, ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଦେବା, କଳାଧନ ଦେଶକୁ ଫେରାଇ ଆଣିବା ଏସବୁ କେବଳ ଆଜି ଧୂଆଁବାଣ ସାଜିଛି । ରାଜ୍ୟ ସରକାର ୨ଲକ୍ଷ ୨୬ ପଦବୀ ଖାଲି ପଡ଼ିଛି, ମହିଳା ନିର୍ଯ୍ୟାତନା ମଧ୍ୟ ବଢ଼ି ଚାଲିଛି ।’’

ଅଧିକ ପଢନ୍ତୁ: Early Election Speculations: ସେପ୍ଟେମ୍ବର ପହିଲାରେ ଭାଙ୍ଗିବ ବିଧାନସଭା!

କଂଗ୍ରେସ ଜାତୀୟ ସଂଯୋଜକ କେ ରାଜୁ କହିଛନ୍ତି, ‘‘ଗତ ଦୁଇ ଦିନ ଧରି ରାଜ୍ୟର ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ନେତୃବୃନ୍ଦମାନଙ୍କୁ ନେଇ ବୈଠକ ବସିଥିଲା । ସେଥିପାଇଁ ବ୍ଲକ, ବିଧାନସଭା, ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିବ । ରାଜ୍ୟରେ ୫୭ଟି ବିଧାନସଭା କ୍ଷେତ୍ରରେ କିଭଳି ଭାବରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନେତୃବର୍ଗମାନେ ଆସନ୍ତା ବିଧାନସଭା ନିର୍ବାଚନ ଏବଂ ସଂସଦୀୟ ନିର୍ବାଚନରେ କିଭଳି ଆଶାତୀତ ସଫଳତା ପାଇବେ ସେଥିପାଇଁ ସମସ୍ତ ଖସଡ଼ା ପ୍ରସ୍ତୁତ କରାଯାଇଛି । ଜିଲ୍ଲା ସ୍ତରର ନେତୃତ୍ୱ ବିକାଶ ଦ୍ୱାରା ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ସଂପ୍ରଦାୟର ଅଭାବ ଅସୁବିଧା ଓ ମୌଳିକ ସମସ୍ୟାକୁ ନେଇ ଜନଆନ୍ଦୋଳନ ହେବ । ଅନ୍ୟପକ୍ଷରେ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଠାରେ ସ୍ଥାନୀୟ ସମସ୍ୟା ବିଶେଷକରି ରାସ୍ତା ସମସ୍ୟା, ବିଭିନ୍ନ ଯୋଜନା ରୂପାୟନରେ ଦୁର୍ନୀତି ଏବଂ ଉଦାସୀନତା, ଆବାସ ଯୋଜନାରେ ପ୍ରୀୟାପ୍ରିତ ପୋଷଣ, ମହଙ୍ଗାମାଡ, ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତତାକୁ ନେଇ ମଧ୍ୟ ଏହି କମିଟି ତାର ଜନସେଚତନତା ବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବ । ’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 23, 2023, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.