ETV Bharat / state

ବିକାଶକୁ ନେଇ ରାଜନୀତି କରାଯାଉ, ଭଗବାନଙ୍କୁ ନେଇ ନୁହେଁ: କଂଗ୍ରେସ

ସମ୍ବଲପୁର ହିଂସା ଘଟଣାରେ ସମ୍ବଲପୁର ଗସ୍ତରେ ଆସି CBI ତଦନ୍ତ ଦାବି କରିଥିଲେ ବିଜେପି ସଂସଦୀୟ ଦଳ । ତେବେ ଏହି ଘଟଣା ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଛି କଂଗ୍ରେସ । ଭଗବାନଙ୍କୁ ନେଇ ରାଜନୀତି ନହେଉ, ବିକାଶକୁ ନେଇ ରାଜନୀତି କରାଯାଉ ବୋଲି କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : May 3, 2023, 9:45 PM IST

ସମ୍ବଲପୁର ହିଂସା ପାଇଁ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କଲା କଂଗ୍ରେସ

ଭୁବନେଶ୍ବର: ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଦଙ୍ଗା ଖୁବ କମ ଦେଖିବାକୁ ମିଳେ । ସେ ସ୍ବାମୀ ଲକ୍ଷମଣାନନ୍ଦ ସରସ୍ବତୀଙ୍କ ଘଟଣା ହେଉ ବା ସମ୍ବଲପୁର ହନୁମାନ ଜୟନ୍ତୀ ପୂର୍ବ ହିଂସା ହେଉ । ତେବେ ବିଭିନ୍ନ ସମୟରେ ଭୋଟ ପାଇଁ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ହେଲେ ସମ୍ବଲପୁର ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ଅଶାନ୍ତ ପରିବେଶ ସୃଷ୍ଟି ହେବା ସମଗ୍ର ପଶ୍ଚିମ ଓଡିଶା ପାଇଁ ଦୁଃଖର ବିଷୟ । ହିଂସା ପରେ ସାମ୍ପ୍ରଦାୟିକ ସଦ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପଟେ ସାମ୍ପ୍ରଦାୟିକ ହିଂସାକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ଭଗବାନଙ୍କୁ ନେଇ ରାଜନୀତି ନହେଉ, ବିକାଶକୁ ନେଇ ରାଜନୀତି କରାଯାଉ ବୋଲି କଂଗ୍ରେସ କହିଛି ।

ସମ୍ବଲପୁର ହିଂସା ଘଟଣାରେ କେନ୍ଦ୍ରରୁ ବିଜେପିର ସଂସଦୀୟ ଟିମ ଆସି CBI ତଦନ୍ତ ଦାବି କରିଥିଲେ । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ସମ୍ବଲପୁର ଦଙ୍ଗା ପାଇଁ ଉଭୟ ବିଜେଡି ଓ ବିଜେପି ଦାୟୀ । ଉଭୟ ଦଳ ଉଭୟଙ୍କ ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି । ରାଜ୍ୟ ସରକାରଙ୍କ ବିନା ସୁପାରିସରେ CBI ଦଦନ୍ତ ହୋଇପାରିବ ନାହିଁ ବୋଲି ଜାଣି ମଧ୍ୟ ବିଜେପିର କେନ୍ଦ୍ରୀୟ ଟିମ କେଉଁଭଳି ଭାବରେ CBI ତଦନ୍ତ ଦାବି କରୁଛି ? ଏହାର ଅର୍ଥ ବିଜେପି ନିଜ ମୁଣ୍ଡରୁ ଦଙ୍ଗା ଦୋଷକୁ ଓହ୍ଲାଇ ବିଜେଡି ମୁଣ୍ଡରେ ଲଦିଦେବାକୁ ଚାହୁଁଛି ।" ସେପଟେ କଂଗ୍ରେସ ବିଧାୟକ ସମ୍ବଲପୁର ହିଂସା ପାଇଁ କେବଳ ବିଜେପିକୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ମହାବୀରଙ୍କ ଶୋଭାଯାତ୍ରା ନାଁରେ ଏଭଳି କାଣ୍ଡ କରିଛି ବିଜେପି । ସେଭଳି ବଡ଼ ଦଙ୍ଗା ହୋଇନାହିଁ । କିନ୍ତୁ ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏସବୁ କାମ ଚଳିବ ନାହିଁ ।"

ତେବେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ଓ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଅନେକ ଏଥିରେ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବିଜେପିର ଏକ ସଂସଦୀୟ ଟିମ୍‌ ଦୁଇ ଦିନିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ ଲୋକ, ଗୋଷ୍ଠୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରି ଫେରିଯାଇଛନ୍ତି । ଏହି ସମୟରେ ବିଜେପିର କେନ୍ଦ୍ରୀୟ ଟିମ ଏହି ଘଟଣାର CBI ତଦନ୍ତ ଦାବି କରିଥିଲେ । ତେବେ ବିଜେପି ସଂସଦୀୟ ଟିମ୍‌ର ଦାବି ଉପରେ କେନ୍ଦ୍ର ସରକାର କିଭଳି ଆଭିମୁଖ୍ୟ ଗ୍ରହଣ କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.