ETV Bharat / state

ସୌମ୍ୟଙ୍କ ପ୍ରଶଂସାରେ ଶତମୁଖ କଂଗ୍ରେସ, ଆର୍ଯ୍ୟ କହିଲେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ

author img

By ETV Bharat Odisha Team

Published : Sep 9, 2023, 10:57 PM IST

ସୌମ୍ୟ-ବିଜେଡି ବିବାଦ ମଧ୍ୟରେ ସୌମ୍ୟଙ୍କୁ ଖୋଲା ସମର୍ଥନ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ସୌମ୍ୟଙ୍କ ପାଇଁ କଂଗ୍ରେସ ଦ୍ବାର ଖୋଲାଅଛି ବୋଲି କହିବା ସହ ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର । ଅଧିକ ପଢ଼ନ୍ତୁ

ସୌମ୍ୟଙ୍କ ପାଇଁ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ସୌମ୍ୟ-ବିଜେଡି ବିବାଦ ମଧ୍ୟରେ ସୌମ୍ୟଙ୍କ ସମର୍ଥନରେ ବାହାରିଛି କଂଗ୍ରେସ । କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର । ସୌମ୍ୟଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆର୍ଯ୍ୟ । ଏପରିକି ସୌମ୍ୟଙ୍କ ପାଇଁ କଂଗ୍ରେସ ଦ୍ବାର ଏବେ ମଧ୍ୟ ଖୋଲା ଅଛି ବୋଲି କହି ସୌମ୍ୟଙ୍କୁ ପରୋକ୍ଷରେ ଦଳକୁ ନିମନ୍ତ୍ରଣ କରିଛନ୍ତି ଦଳୀୟ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ।

ସେ କହିଛନ୍ତି, "ଯେଉଁ ବିଧାୟକ ଓ ମନ୍ତ୍ରୀ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ କହୁଛନ୍ତି ସେମାନଙ୍କର ଖାତା କି ଖାତିୟାନ ନାହିଁ । ସେମାନଙ୍କ ପରିଚୟ କଣ ? ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ କଥାରେ ଏମାନେ କହୁଛନ୍ତି । ସୌମ୍ୟ ଗୋଟିଏ ହିମାଳୟ ପର୍ବତ । ତାଙ୍କ ଉପରକୁ ଟେକା ଫିଙ୍ଗିଲେ କିଛି ପ୍ରଭାବ ପଡିବ ନାହିଁ । ସୌମ୍ୟ ପଟ୍ଟନାୟକ କେବେ ପଦପଦବୀ ପଛରେ ଗୋଡ଼ାନ୍ତି ନାହିଁ । ତାହା ହୋଇଥିଲେ ଜାନକୀ ପଟ୍ଟନାୟକଙ୍କ ଅମଳରେ ସେ ଅନେକ ପଦପଦବୀରେ ରହିଥାନ୍ତେ । ବିଜେଡି ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ଶରତ ଓ ସୌମ୍ୟ ମିଶି କଂଗ୍ରେସକୁ ଦୁର୍ବଳ କରୁଛନ୍ତି, ସେମାନଙ୍କର ଖାତା କି ଖାତିୟାନ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ, ଦଳ ଛାଡ଼ିବିନି: ସୌମ୍ୟ

'କାହା ଦୟାରେ ରହିନି କଂଗ୍ରେସ': ସେ ଆହୁରି କହିଛନ୍ତି, "କଂଗ୍ରେସ ଦଳ ସର୍ବପୁରାତନ ଦଳ । କଂଗ୍ରେସ ଦଳ ଭାରତ ବର୍ଷକୁ ସ୍ବାଧୀନତା ଆଣିଦେଇଛି । କାହା ଦୟାରେ କଂଗ୍ରେସ ଏଠାରେ ରହିନି । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନେତୃତ୍ବରେ ଓଡ଼ିଶାରେ ଜାତୀୟ କଂଗ୍ରେସ ୧୯୨୧ ମସିହାରୁ ଜନତା ଜନାର୍ଦ୍ଦନଙ୍କର ସେବା କରିଆସୁଛି । କଂଗ୍ରେସ ଦଳ ଆଜି ପର୍ଯ୍ୟନ୍ତ ନିଜର କର୍ମୀ, ଶୁଭେଚ୍ଛୁ, ନେତାଗଣଙ୍କ ଅହରହ ପରିଶ୍ରମ, ନିଷ୍ଠା, କର୍ତ୍ତବ୍ୟ ଓ ଦେଶ ସେବା ପ୍ରତି ସମର୍ପଣ ଭାବ ଯୋଗୁଁ ରାଜ୍ୟରେ କାର୍ଯ୍ୟ କରୁଛି । ଓଡ଼ିଶାର ଜନସାଧାରଣଙ୍କ ପାଖରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । ଆଜି ରାଜ୍ୟରେ ଯାହାକିଛି ହୋଇଛି ତାହା କଂଗ୍ରେସ ହିଁ କରିଛି । ଗତ ୨୩ ବର୍ଷ ଧରି ରାଜ୍ୟକୁ କେବଳ ପ୍ରତିଶ୍ରୁତି ଓ ପ୍ରତାରଣା ଛଡ଼ା ମିଳିଛି କ’ଣ ?"

ଏହା ମଧ୍ୟ ପଢ଼ନ୍ତୁ...ପ୍ରତାପଙ୍କୁ ସୌମ୍ୟଙ୍କ କଡ଼ା ଜବାବ; କହିଲେ ଦଳର ହିତ ପାଇଁ ଲେଖୁଛି, ଅନୁଶାସନ ଭାଙ୍ଗିନି

ସୌମ୍ୟଙ୍କୁ ପୁଣିଥରେ କଂଗ୍ରେସକୁ ଆମନ୍ତ୍ରଣ ଆଳରେ ସେ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ସେ କହିଛନ୍ଚି. "କଂଗ୍ରେସକୁ ଯେଉଁମାନେ ଆସିବେ କାହାକୁ ମନା ନାହିଁ । ବିଜୁ ଜନତା ଦଳର ନେତୃବର୍ଗ ଆଜି ହତୋତ୍ସାହ ହୋଇପଡ଼ିଛନ୍ତି । ରାଜ୍ୟରେ କଂଗ୍ରେସର ଜନାଦ୍ରୁତି ତାଙ୍କ ପାଇଁ କାଳ ସାଜିବାକୁ ବସିଲାଣି । ସେଥିପାଇଁ ଗଣମାଧ୍ୟମରେ ବାଉଳି ଚାଉଳି ହେଉଛନ୍ତି । ରାଜ୍ୟରେ କଂଗ୍ରେସ ବିଜେପିକୁ ଶକ୍ତିଶାଳୀ କରୁଛି ବୋଲି ଯେଉଁ ଉକ୍ତି ରଖିଛନ୍ତି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ବାଚାଳାମି ଛଡ଼ା ଅନ୍ୟ କିଛି ନୁହେଁ । ସୌମ୍ୟ ବାବୁଙ୍କର ଅବଦାନ ବହୁତ ଅଛି । ହିମାଳୟକୁ ଟେକା ମାରିଲେ ହିମାଳୟର କିଛି କ୍ଷତି ହୁଏ ନାହିଁ । ଟେକା ମାରୁଥିବା ଲୋକଟି ହାସ୍ୟାସ୍ପଦ ହୁଏ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.