ETV Bharat / state

ରାଜ୍ୟପାଳ ଭାଙ୍ଗିଛନ୍ତି କି ପ୍ରୋଟୋକଲ ? ଅଭିଯୋଗ କଲା କଂଗ୍ରେସ, ଜବାବ ରଖିଲେ ଦୁଇ ଦଳ - ରାଜ୍ୟପାଳ ଭାଙ୍ଗିଲେ କି ପ୍ରୋଟୋକଲ

ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ ରଘୁବର । ଉଭୟ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁହାଯାଇଛି । କିନ୍ତୁ ଏହି ସୌଜନ୍ୟମୂଳକ ଭେଟଘାଟକୁ ନେଇ ସାମ୍ବିଧାନିକ ଓ ରାଜନୈତିକ ବିବାଦ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ରାଜ୍ୟପାଳ ଭାଙ୍ଗିଛନ୍ତି କି ପ୍ରୋଟୋକଲ ? ଅଭିଯୋଗ କଲା କଂଗ୍ରେସ, ଜବାବ ରଖିଲେ ଦୁଇ ଦଳ

author img

By ETV Bharat Odisha Team

Published : Nov 10, 2023, 11:03 PM IST

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ । ଉଭୟଙ୍କ ମଧ୍ୟରେ ସୌଜନ୍ୟତାମୂଳକ ଭେଟକୁ ନେଇ ସାମ୍ବିଧାନିକ ଓ ରାଜନୈତିକ ବିବାଦ ସୃଷ୍ଟି ହୋଇଛି । ରାଜ୍ୟପାଳ ପ୍ରୋଟକଲ ଭାଙ୍ଗିଥିବା କଂଗ୍ରେସ ଅଭିଯୋଗ କରିଛି । ଯାହାର ଜବାବ ରଖିଛନ୍ତି ବିଜେପି ଓ ବିଜେଡି ।

ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ ରଘୁବର । ଉଭୟ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିବା କୁହାଯାଇଛି । କିନ୍ତୁ ଏହି ସୌଜନ୍ୟମୂଳକ ଭେଟଘାଟକୁ ନେଇ ସାମ୍ବିଧାନିକ ଓ ରାଜନୈତିକ ବିବାଦ ଆରମ୍ଭ ହୋଇଛି । ଏହି ଔପଚାରିକ ସାକ୍ଷାତ କରିବା ପରେ ଜୋର ଧରିଛି ରାଜ୍ୟ ରାଜନୀତି । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ରାଜ୍ୟପାଳ ପରମ୍ପରା ଭଙ୍ଗ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ରଘୁବର ଦାସ ସାମ୍ବିଧାନିକ ପଦରେ ଅବସ୍ଥାପିତଥିବାରୁ ଏପରି ସ୍ଥିତିରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଅଧିକ ପଢନ୍ତୁ- ପ୍ରୋଟକଲ ଭାଙ୍ଗି ରାଜ୍ୟପାଳ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ: କଂଗ୍ରେସ

ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ସମସ୍ତେ ବିବେକ ହରାଇଲେଣି । ଏ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଭେଟିଥିଲେ । ଏହା ପରେ ସେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ । ସେ ଏପରି ଆସି ମୁଖ୍ୟମନ୍ତ୍ରୀଙ୍କୁ କ’ଣ ବାର୍ତ୍ତା ଦେଲେ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ । ରାଜ୍ୟପାଳ ନିଜର ମର୍ଯ୍ୟାଦା ରଖୁନାହାନ୍ତି । ଏହା ଠିକ ହେଉନାହିଁ । ଗଣତନ୍ତ୍ର ପାଇଁ ମହା ବିପଦ । ମୋଦି-ନବୀନ ଗୋଟେ ବୋଲି ଓଡିଶା ସମେତ ଭାରତ ବାସୀ ଜାଣିଛନ୍ତି । କଣ ଆଉ ସିକ୍ରେଟ ଅଛି । ସମସ୍ତେ ଜାଣିଲେଣି 2024 ନବୀନ ଓ ମୋଦି ସରକାରରୁ ଯାଉଛନ୍ତି ।

ସେପଟେ କଂଗ୍ରେସ ଅଭିଯୋଗର କାଉଣ୍ଟର କରିଛନ୍ତି ଉଭୟ ବିଜେଡ଼ି ଓ ବିଜେପି । ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ଶୁଭେଚ୍ଛା ଜଣାଇବାରେ କଣ ରାଜନୈତିକ ବାଧକ ରହିଲା ଜଣାପଡୁନାହିଁ । ରାଜ୍ୟର ମୁଖ୍ୟଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ କଣ ଅସୁବିଧା ରହିଲା । ଦୀପାବଳି ଶୁଭେଚ୍ଛା ଜଣାଇବାରେ ରାଜନୀତି କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସେ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତି ପ୍ରୋଟକଲ ଅନୁସାରେ କାର୍ଯ୍ୟ କରିବା ସାଧାରଣ କଥା । ଏଣୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯିବା ଓ ତାଙ୍କୁ ସାକ୍ଷାତ କରିବା ଏକ ସୌଜନ୍ୟମୂଳକ ସାକ୍ଷାତ । ଏଥିରେ କିଛି ଛୋଟବଡ ନାହିଁ । କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.