ETV Bharat / state

ଛାତ୍ରଛାତ୍ରୀଙ୍କୁ ଭାରି ପଡିବ ନିଶା ସେବନ, ଧରାପଡିଲେ ଭବିଷ୍ୟତ ଅନ୍ଧାର

author img

By

Published : Jul 20, 2023, 7:42 AM IST

ନିଶା ମୁକ୍ତ ପାଇଁ ପୋଲିସର ନୂଆ ମିଶନ । ଏଣିକି କଲେଜ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ଖଟି ଉପରେ ପୋଲିସର ନଜର । ଜୋରଦାର ହେବ ଶିକ୍ଷାନୁଷ୍ଠାନରେ ନିଶା ମୁକ୍ତ ଅଭିଯାନ । ଅଧିକ ପଢନ୍ତୁ

police interaction with educational institutions

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଗୁଡିକୁ ନିଶାମୁକ୍ତ କରିବାକୁ କମିଶନରେଟ ପୋଲିସର ମାଷ୍ଟର ପ୍ଲାନ । ଜୋରଦାର ହେବ ଶିକ୍ଷାନୁଷ୍ଠାନରେ ନିଶା ମୁକ୍ତ ଅଭିଯାନ । ଫୋକସରେ‌‌ କଲେଜ କ୍ୟାମ୍ପସ ଓ ବିଶ୍ବବିଦ୍ୟାଳୟ ପରିସର । କଲେଜ କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ଖଟି ଉପରେ ରହିବ ପୋଲିସର ନଜର । ଏନେଇ ପୋଲିସ ସେବା ଭବନରେ ରାଜଧାନୀର ପ୍ରମୁଖ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ନେଇ ବିଚାର ବିମର୍ଶ କରିଛି କମିଶନରେଟ ପୋଲିସ । ଏଥର ନିଶା ମୁକ୍ତ ପାଇଁ ସିଧା କ୍ୟାମ୍ପସରେ ପଶିବ ପୋଲିସ ଓ ଅଣ୍ଡର କଭର ଅଫିସର ଛାତ୍ରଛାତ୍ରୀଙ୍କ ଗତିବିଧି ଉପରେ ଉପରେ ରଖିବେ ନଜର । ଛାତ୍ରଛାତ୍ରୀଙ୍କୁ ନିଶା ଠାରୁ ଦୂରେଇ ରଖିବାକୁ ଶିକ୍ଷାନୁଷ୍ଠାନ ଜରିଆରେ ଚେତାବନୀ ଦେଇଛି ପୋଲିସ ।

ଯଦି କେହି ଛାତ୍ରଛାତ୍ରୀ ନିଶା ସେବନ କରି ଧରାପଡନ୍ତି ତେବେ ଏନଡିପିଏସ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଯାହା ଫଳରେ ବର୍ବାଦ ହୋଇପାରେ ଭବିଷ୍ୟତ । ଚେକିଂ ଓ ରେଡ୍‌ ବେଳେ ଯଦି କେହି ଛାତ୍ରଛାତ୍ରୀ ନିଶା ସେବନ କରିଥିବା ଧରାପଡନ୍ତି ସିଧା କ୍ୟାରିୟରରେ ପଡ଼ିବ ନାଲି ଗାର । ମିଳିବନି ପାସପୋର୍ଟ କି କ୍ୟାରେକ୍ଟର ସାର୍ଟିଫିକେଟ । ତେଣୁ ନିଶାରୁ ଦୂରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ପୋଲିସ ଦେଇଛି ଗୁରୁମନ୍ତ୍ର ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ମୂଳପୋଛ ହେବ ନିଶା କାରବାର, ଭୁବନେଶ୍ୱରରେ ଖୋଲିଲା NCB ଜୋନାଲ ଅଫିସ

କଅଁଳ ବୟସରୁ ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ‌ କିପରି ଆଇନର ଦାଗ ନ ଲାଗିବ ସେନଇ ଶିକ୍ଷାନୁଷ୍ଠାନ ମାନଙ୍କୁ ତାଗିତ୍‌ କରାଯାଇଛି । ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସଠିକ ଭାବେ ଚେକିଂ କରାଯାଉ । ସିକ୍ୟୁରିଟି ଗାର୍ଡ ଜରିଆରେ କ୍ୟାମ୍ପସ ଭିତରକୁ ନିଶା ସାମଗ୍ରୀ ପ୍ରବେଶ ଉପରେ କଟକଣା ଲଗାଯାଉ । କ୍ୟାମ୍ପସରେ କଣିଆ ସ୍ଥାନ, ଛାତ୍ରଛାତ୍ରୀଙ୍କ ଖଟି ସ୍ଥାନ, ନିଛାଟିଆ ଅଣ ଅଢୁଆଳ ସ୍ଥାନ ଉପରେ ନଜର ରଖାଯିବାକୁ କହିଛି ପୋଲିସ । ଆବଶ୍ୟକ ପଡିଲେ ସଠିକ ଲାଇଟିଂ ବ୍ୟବସ୍ଥା ସହ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯିବ । ହଷ୍ଟେଲ ଓ ମେସ ଭିତରେ ନିୟମିତ ବ୍ୟବଧାନରେ ଚେକିଂ କରାଯିବା ଆବଶ୍ୟକ । ନିଶା ସେବନ କରିଥିବା ସମୟରେ ଧରାପଡିଲେ ତୁରନ୍ତ ପିଲାଙ୍କ ଅଭିଭାବକଙ୍କୁ ସୁଚିତ କରିବା ସହ ସ୍ବତନ୍ତ୍ର ମନିଟରିଂ କରାଯାଉ । ଏଥିପାଇଁ କ୍ୟାମ୍ପସରେ ଡ୍ରଗ ଆଡିକ୍ସନ କମିଟି ଗଠନ କରାଯାଉ ।

କ୍ୟାମ୍ପସରେ ବିଭିନ୍ନ ବୋର୍ଡ ଜରିଆରେ ନିଶାମୁକ୍ତ ବାର୍ତ୍ତା ସଚେତନତା କରାଯିବା ସହ ଅଣଛାତ୍ର ପ୍ରବେଶ ଉପରେ ରୋକ ଲଗାଯାଉ । କ୍ୟାମ୍ପସକୁ ଛାତ୍ରଛାତ୍ରୀଙ୍କ ଏଣ୍ଟ୍ରି ଓ ଏକଜିଟର ରେଜିଷ୍ଟର ମେଣ୍ଟନ କରାଯାଉ । ନିଶା ମୁକ୍ତ ପାଇଁ ଶିକ୍ଷାନୁଷ୍ଠାନର ପ୍ରମୁଖ ଭୂମିକା ରହିଛି । ତେଣୁ ଆଗକୁ ଏଇ ଅଭିଯାନ ଜୋରଦାର ହେବ । ସେପଟେ କିଛି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କହିଛନ୍ତି, ପୋଲିସ ନିଜେ ୟୁନିଫର୍ମରେ କଲେଜ କ୍ୟାମ୍ପସରେ ସଚେତନ କଲେ ଏହା ଆହୁରି ଅଧିକ ପ୍ରଭାବ ପଡ଼ିବ । ପୋଲିସ ସେବା ଭବନରେ ଆୟୋଜିତ ଏହି ବୈଠକରେ ପୋଲିସ ଅଧିକାରୀଙ୍କ ସହ SSEPD ଓ ଉଚ୍ଚଶିକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ, ମନସ୍ତତ୍ବବିତ୍ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.