ETV Bharat / state

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୨୪ଟି ଅଭିଯୋଗ ପଞ୍ଜିକୃତ - ଖୋର୍ଦ୍ଧାରେ ଜିଲ୍ଲାପାଳଙ୍କ ଶୁଣାଣି

ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର । ଶିବିରରେ ପଞ୍ଜିକୃତ ହୋଇଛି ୧୨୪ଟି ଅଭିଯୋଗ । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୨୪ଟି ଅଭିଯୋଗ ପଞ୍ଜିକୃତ

author img

By

Published : May 2, 2022, 9:45 PM IST

ଖୋର୍ଦ୍ଧା : ବୋଲଗଡ଼ ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ଲୋକମାନଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ । ସମୁଦାୟ ୧୨୪ଗୋଟି ଅଭିଯୋଗ ଏଥିରେ ପଞ୍ଜିକୃତ ହୋଇଛି । ଏଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୨୨ଟି ଅଭିଯୋଗ ଥିବା ବେଳେ ସାମୂହିକ ଭାବେ ୨ଟିର ଶୁଣାଣି କରାଯାଇଛି ।

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ୧୨୪ଟି ଅଭିଯୋଗ ପଞ୍ଜିକୃତ

ସେହିପରି ରେଡକ୍ରସ ସଂସ୍ଥାରୁ ୮ଜଣ ଦରଖାସ୍ତକାରୀଙ୍କୁ ୭ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷା, ବୋଲଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଜିଲ୍ଲାସ୍ତରୀୟ ପଦାଧିକାରୀ, ଲାଇନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.