ETV Bharat / state

ବିଶ୍ବରେ ବଢୁଛି ଶିଶୁ ନିର୍ଯାତନା, ରୋକିବାକୁ ଜରୁରୀ ସାମୁହିକ ପ୍ରଚେଷ୍ଟା: NACG ଅଧ୍ୟକ୍ଷ - ଏନଏସିଜି

ବିଶ୍ବରେ ଶିଶୁଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିବା ବେଳେ ଶିଶୁ ନିର୍ଯାତନା ମଧ୍ୟ ବୃଦ୍ଧି ପାଉଛି । ଏହାକୁ ରୋକିବା ଲାଗି ସାମୁହିକ ପ୍ରଚେଷ୍ଟା ଜରୁରୀ ବୋଲି କହିଛନ୍ତି ଏନଏସିଜିର ଅଧ୍ୟକ୍ଷ ରଞ୍ଜନ ମହାନ୍ତି । ଅଧିକ ପଢନ୍ତୁ

ଦିନକୁ ଦିନ ବଢୁଛି ଶିଶୁ ନିର୍ଯାତନା, ରୋକିବାକୁ ସାମୁହିକ ପ୍ରଚେଷ୍ଟା ଜରୁରୀ: NACG ଅଧ୍ୟକ୍ଷ

author img

By

Published : Nov 26, 2022, 7:25 PM IST

ଭୁବନେଶ୍ବର: ଚିନ୍ତାର ବିଷୟ ପାଲଟିଛି ଶିଶୁଙ୍କ ପ୍ରତି ହେଉଥିବା ନିର୍ଯାତନା ଓ ଯୌନ ଶୋଷଣ । ଶିଶୁଙ୍କ ସୁରକ୍ଷା ପାଇଁ ୨୦୧୨ ମସିହାରେ ପୋକସୋ ଭଳି କଡା ଆଇନ ଲାଗୁ ହୋଇଥିଲେ ମଧ୍ୟ ସଚେତନତାର ଅଭାବ ଓ ଦୁର୍ବଳ ମାନସିକତା ଯୋଗୁଁ ଏହା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାକୁ ରୋକିବାକୁ ହେଲେ ସମସ୍ତଙ୍କର ସାମୁହିକ ପ୍ରଚେଷ୍ଟା ଜରୁରୀ ବୋଲି କହିଛନ୍ତି ନ୍ୟାସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ ଫର ଏଣ୍ଡିଂ ଭାଓଲେନ୍ସ ଅଙ୍ଗେଷ୍ଟ ଚିଲଡ୍ରେନର (NACG) ଅଧ୍ୟକ୍ଷ ରଞ୍ଜନ ମହାନ୍ତି ।

ଦିନକୁ ଦିନ ବଢୁଛି ଶିଶୁ ନିର୍ଯାତନା, ରୋକିବାକୁ ସାମୁହିକ ପ୍ରଚେଷ୍ଟା ଜରୁରୀ: NACG ଅଧ୍ୟକ୍ଷ

ସମଗ୍ର ବିଶ୍ବରେ ଭାରତର ଶିଶୁଙ୍କ ଜନସଂଖ୍ୟା ସର୍ବାଧିକ । ୨୦୧୧ ଜନଗଣନା ଅନୁଯାୟୀ, ଦେଶର ଶିଶୁଙ୍କ ସଂଖ୍ୟା କେବଳ ୪୭୨ ମିଲିୟନ । ତେବେ ଶିଶୁଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ଯୌନ ଶୋଷଣ ଚିନ୍ତାର ବିଷୟ ପାଲଟିଛି । ଶିଶୁଙ୍କ ସୁରକ୍ଷା ପାଇଁ ୨୦୧୨ ମସିହାରେ ପୋକସୋ ଭଳି କଡା ଆଇନ ଲାଗୁ କରାଯାଇଛି । ତଥାପି ସଚେତନତାର ଅଭାବ ହେଉ କିମ୍ବା ଦୁର୍ବଳ ମାନସିକତା ଯୋଗୁଁ ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ରୋକିବା ସମାଜ ପାଇଁ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି ।

ଶିଶୁ ନିର୍ଯାତନାକୁ ରୋକିବା ଲାଗି ଜାତୀୟସ୍ତରରେ ଦୁଇଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । ଶିଶୁଙ୍କ ପ୍ରତି ନିର୍ଯାତନା କୋଭିଡ ପରବର୍ତ୍ତୀ ସମୟରେ ଅନଲାଇନ ଶିକ୍ଷା ଯୋଗୁଁ ବୃଦ୍ଧି ପାଇଥିବାବେଳେ, ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଇଛି । କର୍ମଶାଳାରେ ୨୫ଟି ରାଜ୍ୟର ପ୍ରତିନିଧିଙ୍କ ସମେତ ଶିଶୁଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ସାମିଲ ହୋଇ ନିଜ ନିଜ ପ୍ରସ୍ତାବ ରଖିଛନ୍ତି । ପିକକ ଓ NACG EVAC ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରରୁ ବହୁ ଶିଶୁ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ- ନିର୍ମଳାଙ୍କୁ ନବୀନଙ୍କ ଚିଠି, କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ପ୍ରକାରେ ୨୦୨୧ରେ ଦେଶରେ ୧ ଲକ୍ଷ ୪୯ ହଜାର ୪୦୪ଟି ଶିଶୁ ନିର୍ଯାତନା ମାମଲା ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୩୬ ପ୍ରତିଶତ ଅର୍ଥାତ ୫୩ ହଜାର ୮୭୪ଟି ମାମଲା କେବଳ ଯୌନ ଶୋଷଣ ସଂକ୍ରାନ୍ତୀୟ । ଏହାକୁ ରୋକିବାକୁ ହେଲେ ସମସ୍ତଙ୍କର ସାମୁହିକ ପ୍ରଚେଷ୍ଟା ଜରୁରୀ । ଅଭିଭାବକମାନଙ୍କୁ ନିଜ ପିଲାଙ୍କ ପାଇଁ ଅଧିକ ସମୟ ଦେବା ସହ ସେମାନଙ୍କ ସମ୍ପର୍କରେ ନିୟମିତ ତଥ୍ୟ ସଂଗ୍ରହ କରିବା ଉଚିତ । ବର୍ତ୍ତମାନ ଯୌଥ ପରିବାର ବ୍ୟବସ୍ଥା ନଥିବାବେଳେ ନିଜ ଲୋକଙ୍କ ଦ୍ବାରା ପିଲାମାନେ ଅଧିକ ଶୋଷଣର ଶିକାର ହୋଇ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି ।

ଏଥିପାଇଁ ପିଲାଙ୍କୁ ସ୍କୁଲ ସ୍ତରରୁ ପାଠ୍ୟକ୍ରମରେ ବିଷୟ ସାମିଲ କରି ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଦେଶରେ ଶିଶୁଙ୍କ ଉପରେ ବଢି ଚାଲିଥିବା ନିର୍ଯାତନାକୁ ରୋକିବାକୁ ନେଇ ଚାଲିଥିବା ଜାତୀୟ କର୍ମଶାଳା ଆସନ୍ତା କାଲି ଶେଷ ହେବ । ଏଥିରୁ ବାହାରିବା ନିଷ୍କର୍ଷକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.