ETV Bharat / state

ପାଣିପାଗ ଖବର: ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି

Odisha Weather Update: ରାଜ୍ୟରେ କମିବ ଶୀତର ପ୍ରକୋପ । ରାଜ୍ୟବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । କିନ୍ତୁ ଓଡ଼ିଶାରେ କୁହୁଡ଼ି ପ୍ରଭାବ ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

ରାଜ୍ୟରେ କମିବ ଶୀତ
ରାଜ୍ୟରେ କମିବ ଶୀତ
author img

By ETV Bharat Odisha Team

Published : Dec 23, 2023, 8:02 PM IST

ରାଜ୍ୟରେ କମିବ ଶୀତ

ଭୁବନେଶ୍ବର: ରାଜ୍ୟରେ କମିବ ଶୀତର ପ୍ରକୋପ । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । କିଛି ଦିନ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ କିଛିଟା କମିବ । କିନ୍ତୁ ଓଡ଼ିଶାରେ କୁହୁଡ଼ି ପ୍ରଭାବ ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର । ବାୟୁ ଚଳାଚଳ ମୁଖ୍ୟତ ପୂର୍ବ ଦିଗରୁ ରହୁଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବାରୁ ରାତ୍ରିର ତାପମାତ୍ରା ବୃଦ୍ଧି ହେବ ସହ ଶୀତର ପ୍ରଭାବ କମିବ । ଏହାସହ ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡିତ ବାୟୁ ଚଳା-ଚଳ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ଆକାଶ ଥିଲେ ମଧ୍ୟ ବର୍ଷାର କୌଣସି ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି । ଏହାସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରାରେ ଆହୁରି ୨ ଡ଼ିଗ୍ରୀ ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏଥିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଓ ପୂର୍ବଳୀ ଜଳୀୟବାଷ୍ପ ପୂର୍ଣ୍ଣ ପ୍ରବାହରେ ବୃଦ୍ଧି ଓ ଆକାଶ ନିର୍ମଳ ହେତୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବାର ସମ୍ଭାବନା ଥିବାରୁ କିଛି ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ପ୍ରବଳ ଶୀତରେ ଥରହର ଓଡ଼ିଶା, ଘନ କୁହୁଡ଼ି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସେହିପରି ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ସକାଳ ସମୟରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ଥିବା ବେଳେ ଘନ କୁହୁଡିର ସମ୍ଭାବନାକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ରାଜ୍ୟର ୨୦ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଜି. ଉଦୟଗିରିରେ 5.8° ସେଲସିୟସ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ଆଜି 14.8°C ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.