ETV Bharat / state

ନବୀନଙ୍କ ନୂଆ ନିୟମ, ଏଣିକି 10ରୁ ସାଢେ 5 ଅଫିସ - ନୂଆ ନିୟମ

ପଞ୍ଚମ ପାଳିରେ ପଞ୍ଚମରେ ନବୀନ । ସରକାରୀ ଅଫିସରଙ୍କୁ ପଢାଇଲେ ପାଞ୍ଚ "ଟି" ର ସୂତ୍ର । ପ୍ରତିମାସର ଚତୁର୍ଥ ଶନିବାର ଅଫିସ ବନ୍ଦ ରହିଲେ ମଧ୍ୟ 10 ରୁ ସାଢେ 1ଟା ପର୍ଯ୍ୟନ୍ତ ଦପ୍ତର ଖୋଲା ରହିବାକୁୁୁ ଦେଲେ ନିର୍ଦେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Jun 22, 2019, 11:57 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ପ୍ରଶାସନରେ କାର୍ଯ୍ୟଦକ୍ଷତାକୁ ବଢାଇପାଇଁ ଏବଂ ଅଧିକ ଲୋକାଭିମୁଖୀ କରିବା ପାଇଁ ନେଇଛନ୍ତି ନୂଆ ନିଷ୍ପତ୍ତି । ସରକାରୀ ଅଧିକାରୀଙ୍କୁ ପଢେଇଛନ୍ତି ନୂଆ ନିୟମ ।

ସକାଳ ୧୦ଟା ରେ ଅଫିସ ଖୋଲିବା ସହ ମଧ୍ୟାହ୍ନ ଭୋଜନ ନିମନ୍ତେ ସାଢ଼େ ୧.୩୦ରୁ ୨ଟା ପର୍ଯ୍ୟନ୍ତ ମାତ୍ର ୩୦ମିନିଟର ‘ଲଞ୍ଚ ବ୍ରେକ୍’ ମିଳିବ । ପ୍ରତିମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ୧୦ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରଶାସନିକ କାର୍ଯ୍ୟରେ 5 ଟି ଉପରେ ଗୁରୁତ୍ବ ଦେଇଛନ୍ତି ନବୀନ । ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ କୁ କର୍ମଚାରୀ କିଭଳି ଉପଯୋଗ କରୁଛନ୍ତି । ସେନେଇ ପ୍ରଶିକ୍ଷଣ ଶିବିର କିମ୍ବା ଆଲୋଚନାଚକ୍ର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନେଇଛନ୍ତି ନିଷ୍ପତ୍ତି।

ରାଜ୍ୟର ବିକାଶ କ୍ଷେତ୍ରରେ ସେମାନେ ନିଜ ନିଜର ଅଭିନବ ଚିନ୍ତାଧାରା ମଧ୍ୟ ଉପସ୍ଥାପନ କରିପାରିବେ। ଏହା ସହ ଏହି ମିଟିଂରେ ମୁଖ୍ୟମନ୍ତ୍ରୀ ସିନିୟର ଅଫିସର ମାନଙ୍କୁ ଏଭଳି କିଛି ପ୍ରଶ୍ନ ବି ପଚାରିଥିଲେ ।

୧. ସରକାରୀ ହସ୍ପିଟାଲରେ ରୋଗୀ ଆଡମିଶନ ନେବା ପରେ ସ୍ବାସ୍ଥ୍ୟ ବିଭାଗ ରୋଗୀଙ୍କ ଠାରୁ କିଛି ମତାମତ ନେଉଛି କି ନାହିଁ ?

୨. ଯୋଗାଇ ଦିଆଯାଉଥିବା ସେବାରେ ସେମାନେ କେତେ ଉପକୃତ ଅଛନ୍ତି ?

୩. ଟ୍ରାନସପୋର୍ଟ ବିଭାଗ ଲାଇସେନ୍ସ ପାଉଥିବା ଯୁବପୀଢିଙ୍କ ଠାରୁ ସେମାନଙ୍କ ମତାମତ ନେଉଛନ୍ତି କି ?

୪. ତହସିଲ ଅଫିସକୁ ଯାଉଥିବା ଲୋକମାନଙ୍କୁ ସେମାନଙ୍କ ଅଭିଜ୍ଞତା ବିଷୟରେ ପଚରାଯାଉଛି କି ?

୫. ବିକାଶ ପାଇଁ କାମ କରୁଥିବା ସରକାରୀ ପ୍ରତିନିଧିଙ୍କ ବିଷୟରେ ଜନତା କ’ଣ ଅନୁଭବ କରୁଛନ୍ତି ସେ ବିଷୟରେ ଆମକୁ ଜଣାଅଛିକି ?

୬. ସବରେଜିଷ୍ଟର ଅଫିସର କଥା କଣ ରହିଛି ? ଜନତାଙ୍କ ପଇସାରେ ଏସବୁ ଅଫିସ ଚାଲିଥିବାରୁ ଜନତାଙ୍କ ଅନୁଭବ କଣ ରହିଛି ଏବଂ ଜନସାଧାରଣଙ୍କ ଦୃଷ୍ଟିକୋଣରୁ ଏସବୁ କିଭଳି ଲାଗୁଛି ?

ଏହି ସବୁ ପ୍ରଶ୍ନ ଉପସ୍ଥିତ ଅଧିକାରୀଙ୍କୁ ପଚାରିଥିଲେ ମୁକ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପଞ୍ଚମ ପାଳିରେ ପ୍ରଶାସନରେ କାର୍ଯ୍ୟଦକ୍ଷତାକୁ ବଢାଇପାଇଁ ଏବଂ ଅଧିକ ଲୋକାଭିମୁଖୀ କରିବା ପାଇଁ  ନୂଆ ନିଷ୍ପତ୍ତି  ନେଇଛନ୍ତି  ।  ସରକାରୀ ଅଫିସ ସଖାଳ ୧୦ଟା ରେ ଖୋଲିବ ।
ମଧ୍ୟାହ୍ନ ଭୋଜନ ନିମନ୍ତେ ସାଢ଼େ ୧.୩୦ରୁ ୨ଟା ପର୍ଯ୍ୟନ୍ତ ମାତ୍ର ୩୦ମିନିଟର ‘ଲଞ୍ଚ ବ୍ରେକ୍’ ମିଳିବ। ପ୍ରତିମାସର ୪ର୍ଥ ଶନିବାର ସାଧାରଣ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ୧୦ରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଶାସନିକ କାର୍ଯ୍ୟରେ ଫାଇଭ୍ ଟି ଉପରେ ଗୁରୁତ୍ୱ ଦେଇଛନ୍ତି ।ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି, ଟାଇମ୍ ଓ ଟ୍ରାନ୍ସଫରମେସନ କୁ କର୍ମଚାରୀମାନେ କିଭଳି ଉପଯୋଗ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର କିମ୍ବା ଆଲୋଚନାଚକ୍ର କାର୍ଯ୍ୟକ୍ରମ ଆୟୋଜନ କରିବେ। ରାଜ୍ୟର ବିକାଶ କ୍ଷେତ୍ରରେ ସେମାନେ ନିଜ ନିଜର ଅଭିନବ ଚିନ୍ତାଧାରା ମଧ୍ୟ ଉପସ୍ଥାପନ କରିପାରିବେ।

ଏହା ସହ ଏହି ମିଟିଂ ରେ ମୁଖ୍ୟମନ୍ତ୍ରୀ ସିନିୟର ଅଫିସର ମାନଙ୍କୁ ଏଭଳି କିଛି ପ୍ରଶ୍ନ ବି ପଚାରିଥିଲେ ।

୧. ସରକାରୀ ହସ୍ପିଟାଲରେ ରୋଗୀମାନେ ଆଡମିଶନ ନେବା ପରେ ସ୍ୱାସ୍ଥ୍ୟ ବିଭାଗ ରୋଗୀମାନଙ୍କ ଠାରୁ କିଛି ମତାମତ ନେଉଛି କି ?

୨. ଯୋଗାଇ ଦିଆଯାଉଥିବା ସେବାରେ ସେମାନେ କେତେ ଉପକୃତ ଅଛନ୍ତି ?

୩. ଟ୍ରାନସପୋର୍ଟ ବିଭାଗ ଲାଇସେନ୍ସ ପାଉଥିବା ଯୁବପୀଢିଙ୍କ ଠାରୁ ସେମାନଙ୍କ ମତାମତ ନେଉଛନ୍ତି କି ?

୪. ତହସିଲ ଅଫିସକୁ ଯାଉଥିବା ଲୋକମାନଙ୍କୁ ସେମାନଙ୍କ ଅଭିଜ୍ଞତା ବିଷୟରେ ପଚରାଯାଉଛି କି ?

୫. ବିକାଶ ପାଇଁ କାମ କରୁଥିବା ସରକାରୀ ପ୍ରତିନିଧିଙ୍କ ବିଷୟରେ ଜନତା କ’ଣ ଅନୁଭବ କରୁଛନ୍ତି ସେ ବିଷୟରେ ଆମକୁ ଜଣାଅଛିକି ?

୬. ସବରେଜିଷ୍ଟର ଅଫିସର କଥା କଣ ରହିଛି ? ଜନତାଙ୍କ ପଇସାରେ ଏସବୁ ଅଫିସ ଚାଲିଥିବାରୁ ଜନତାଙ୍କ ଅନୁଭବ କଣ ରହିଛି ଏବଂ ଜନସାଧାରଣଙ୍କ ଦୃଷ୍ଟିକୋଣରୁ ଏସବୁ କିଭଳି ଲାଗୁଛି ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.