ETV Bharat / state

IPS ସାରା ଶର୍ମାଙ୍କ My Experiments with Community Policing ଉନ୍ମୋଚିତ - ସାରା ଶର୍ମା

IPS ସାରା ଶର୍ମା ସାରା ଶର୍ମାଙ୍କ ଲିଖିତ ପୁସ୍ତକ "My Experiments with Community Policing" ଉନ୍ମୋଚିତ । ଅଧିକ ପଢନ୍ତୁ

IPS ସାରା ଶର୍ମାଙ୍କ My Experiments with Community Policing ଉନ୍ମୋଚିତ

author img

By

Published : Nov 20, 2022, 9:22 AM IST

ଭୁବନେଶ୍ବର: ଯୁବ ଆଇପିଏସ ସାରା ଶର୍ମାଙ୍କ ଲିଖିତ ପ୍ରଥମ ପୁସ୍ତକ "My Experiments with Community Policing" ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ପୋଲିସ ଓ ଜନସାଧାରଣ ସହଭାଗିତାରେ କିପରି ଏକ ସମ୍ବେଦନଶୀଳ ସମାଜ ଗଠନ ସମ୍ଭବ ଏହି ପୁସ୍ତକ ମାଧ୍ୟମରେ ଦର୍ଶାଇଛନ୍ତି ସାରା ଶର୍ମା । ବୃତ୍ତିଗତ ଜୀବନର ଅଭିଜ୍ଞତା ଓ ବିଭିନ୍ନ ଲୋକାଭିମୁଖୀ ପଦକ୍ଷେପ ବାବଦରେ ସେ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।

ସମୟ ଥିଲା ସାଧାରଣ ଲୋକ ପୋଲିସକୁ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ଖାକି ପୋଷାକ ଭିତରେ ଥିବା ବ୍ୟକ୍ତିଟି ଜଣେ କ୍ରୁର, ଉଗ୍ର ସମ୍ବେଦନହୀନ ମଣିଷ ବୋଲି ଲୋକଙ୍କର ବିଶ୍ବାସ ଥିଲା । ଭୟ, ଶଙ୍କା ଓ ସନ୍ଦେହ ନଜରରେ ଲୋକେ ପୋଲିସକୁ ଦେଖୁଥିଲି । କିନ୍ତୁ ଏବେ ସେ ସମୟ ବଦଳିଛି । ପୋଲିସର ଛବି ବଦଳିଛି । ବହୁ ମାତ୍ରାରେ ପୋଲିସ, ଜନସାଧାରଣଙ୍କର ନିକଟତର ହୋଇପାରିଛି । ଖାଲି ସେତିକି ନୁହେଁ, ଲୋକଙ୍କ ସହଯୋଗରେ ପୋଲିସ କିପରି ସମାଜରୁ କୁସଂସ୍କାର, ଲୋକାଭିମୁଖୀ ପଦକ୍ଷେପ ନେଉଛି, ତାହା ମଧ୍ୟ ଦେଖିବାକୁ ମିଳୁଛି । ଏ ଦିଗରେ ଓଡ଼ିଶା ପୋଲିସର ଯୁବ ଆଇପିଏସ ସାରା ଶର୍ମାଙ୍କ ବିଭିନ୍ନ ପଦକ୍ଷେପ ଉଦାହରଣ ଯୋଗ୍ୟ । ଏଥିପାଇଁ ସାରାଙ୍କୁ ମିଳିଛି ବିଭିନ୍ନ ଆଡୁ ପ୍ରଶଂସା ଓ ସମ୍ମାନ ।

ମୂଲ୍ୟବାନ ସମୟ ବାହାର କରି ପୁସ୍ତକ ଉନ୍ମୋଚନ କରିଥିବାରୁ ସାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜୀବନର ଏହି ମହତ୍ତ୍ବପୂର୍ଣ୍ଣ ଦିନକୁ ସାରା ଜୀବନ ପାଇଁ ମନେ ରଖିବି ବୋଲି ସାରା କହିଛନ୍ତି । 2010 ବ୍ୟାଚର ଓଡ଼ିଶା କ୍ୟାଡର ଅଫିସର ସାରା ଶର୍ମା ତାଙ୍କ ବୃତ୍ତିଗତ ଜୀବନର ଅଭିଜ୍ଞତା ବାବଦରେ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ପୁସ୍ତକରେ 28ଟି ଚାପ୍ଟର ରହିଛି । ପୋଲିସ ଓ ଜନସାଧାରଣ ସହଭାଗିତାରେ କିପରି ଏକ ସମ୍ବେଦନଶୀଳ ସମାଜ ଗଠନ ସମ୍ଭବ ଏହି ପୁସ୍ତକ ମାଧ୍ୟମରେ ଦର୍ଶାଇଛନ୍ତି IPS ସାରା । କଲିକତାର Asian Press Books ସଂସ୍ଥା ଏହି ବହିର ପ୍ରକାଶନ ଦାୟିତ୍ବ ନେଇଛି ।

ବଲାଙ୍ଗୀର, ଗଞ୍ଜାମ, ଅନୁଗୁଳ, ପୋଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟ, ଗଜପତିର ଏସପି ଦାୟିତ୍ବ ତୁଲାଇବା ପରେ ଏବେ ସାରା ଭିଜିଲାନ୍ସ ଏସ୍‌ପି ଭାବେ କାର୍ଯ୍ୟରତ । ବିଶେଷକରି ଗଜପତି ଏସ୍‌ପି ଭାବେ ସାରାଙ୍କ ଲୋକାଭିମୁଖୀ କାର୍ଯ୍ୟ ଲୋକାଦୃତ ହେବା ସହ ତାଙ୍କୁ ଚର୍ଚ୍ଚିତ କରିଥିଲା । ଗୁମା ବ୍ଲକର ଏକ ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ହେଉ ଜିଲ୍ଲାର 60 ରୁ ଅଧିକ ଗରିବ ଆଦିବାସୀ ପିଲାଙ୍କୁ ନିଜ ଖର୍ଚ୍ଚରେ ଶିକ୍ଷିତ କରାଇବା ପାଇଁ ଭୁବନେଶ୍ବରର ଏକ ଘରୋଇ ସଂସ୍ଥାକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ସାରା । ସାଧାରଣ ଲୋକଙ୍କ ହିତ ପାଇଁ ନିଆରା କାର୍ଯ୍ୟକ୍ରମ ତାଙ୍କୁ ଚର୍ଚ୍ଚାରେ ରଖିଆସିଛି । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସି-ଟିମ ଗଠନ ଏବଂ ଉଡାନ କାର୍ଯ୍ୟକ୍ରମ ମାଧ୍ୟମରେ ବେକାର ଯୁବକ ଯୁବତୀଙ୍କୁ ସାମରିକ ଓ ଅର୍ଦ୍ଧସାମରିକ ବଳରେ ଯୋଗ ଦେବା ପାଇଁ ତାଲିମ ପ୍ରଦାନ କରି ସେ ଚର୍ଚ୍ଚାରେ ଥିଲେ । ସେହିପରି ଚାଇଲଡ଼ ଫ୍ରେଣ୍ଡଲି ଥାନା, ପିଙ୍କ ଅଟୋ, ସ୍ବାସ୍ଥ୍ୟ ଶିବିର ଓ କୋଭିଡ ସମୟରେ ପଦକ୍ଷେପ ପାଇଁ ସବୁ ମହଲରେ ସାରା ଶର୍ମା ଉଚ୍ଚ ପ୍ରଶଂସିତ ଓ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.