ETV Bharat / state

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ: ନୀତି ଆୟୋଗ ବୈଠକରେ ହେବେ ସାମିଲ, ପୁଣି ଉଠିବ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି

ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ କହିଛନ୍ତି ଯେ, ଆସନ୍ତା ନୀତି ଆୟୋଗ ବୈଠକରେ ରାଜ୍ୟ ପକ୍ଷରୁ ସ୍ୱତନ୍ତ୍ର ରାଜ୍ୟ ଦାବି ଉଠାଯିବ । ଦୁର୍ବିପାକ ପ୍ରବଣ ରାଜ୍ୟ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ କିମ୍ୱା ସ୍ୱତନ୍ତ୍ର ସହାୟତା ପାଇବାକୁ ଯୋଗ୍ୟ । ପୂର୍ବରୁ ଅନୁଷ୍ଠିତ 2 ଟି ନୀତି ଆୟୋଗ ବୈଠକରେ ରାଜ୍ୟ ସରକାର ଏହି ଦାବି କରିଆସୁଛନ୍ତି । ଅଧିକ ପଢନ୍ତୁ

author img

By

Published : May 24, 2023, 10:50 PM IST

ନୀତି ଆୟୋଗ ବୈଠକରେ ହେବେ ସାମିଲ, ପୁଣି ଉଠିବ ସ୍ବତନ୍ତ୍ର ପାହ୍ୟା ଦାବି

ଭୁବନେଶ୍ବର: ଆସନ୍ତା ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗର ଅଷ୍ଟମ ସାଧାରଣ ପରିଷଦ ବୈଠକ । ବୈଠକରେ ଅଧ୍ୟକ୍ଷତାରେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ ଦେବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ରାଜ୍ୟ ପୁଣି ଥରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇବ ଓଡିଶା । ସୂଚନା ଦେଇଛନ୍ତି ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ । ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା କହି ବିଜେଡି ଭ୍ରମିତ କରୁଛି ବୋଲି କହିଛି ବିଜେପି ।

ଏହାବି ପଢନ୍ତୁ- New Parliament Building: ଉଦଘାଟନ ଉତ୍ସବରେ ସାମିଲ ହେବ BJD

ରାଜ୍ୟ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ କହିଛନ୍ତି ଯେ, ଆସନ୍ତା ନୀତି ଆୟୋଗ ବୈଠକରେ ରାଜ୍ୟ ପକ୍ଷରୁ ସ୍ୱତନ୍ତ୍ର ରାଜ୍ୟ ଦାବି ଉଠାଯିବ । ଦୁର୍ବିପାକ ପ୍ରବଣ ରାଜ୍ୟ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ କିମ୍ୱା ସ୍ୱତନ୍ତ୍ର ସହାୟତା ପାଇବାକୁ ଯୋଗ୍ୟ । ପୂର୍ବରୁ ଅନୁଷ୍ଠିତ 2 ଟି ନୀତି ଆୟୋଗ ବୈଠକରେ ରାଜ୍ୟ ସରକାର ଏହି ଦାବି କରିଆସୁଛନ୍ତି । ଚଳିତ ଥର ଏହି ଦାବିକୁ ଆହୁରି ଶାଣିତ ଏବଂ ବଳିଷ୍ଠ ଢଙ୍ଗରେ ଉପସ୍ଥାପନ କରାଯିବ । ଏହା ସହିତ ସବୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଓ ଗ୍ରାମାଞ୍ଚଳରେ 2G ଟାୱାର ବଦଳରେ 3G ଓ 4G ଟାୱର ବସାଇବାକୁ ଦାବି କରାଯିବ । ରାଜ୍ୟ ସରକାର ଏନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ।

ସେହିପରି ସମସ୍ତ ସରକାରୀ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଡିବିଟି ଜରିଆରେ ଦିଆଯାଉଛି । ସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିବାରୁ ହିତାଧିକାରୀଙ୍କୁ ସହାୟତା ପ୍ରଦାନରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ଶାଖା ଓ ବ୍ୟାଙ୍କିଂ ସୁବିଧା ପହଞ୍ଚାଇବାକୁ ଦାବି କରାଯିବ । ଏହା ସହ ରାଜ୍ୟ ପକ୍ଷରୁ କୋଇଲା ରାଜଭାଗ ବୃଦ୍ଧି, ରେଳବାଇ, ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ସହାୟତା ପରି ପ୍ରସଙ୍ଗକୁ ରାଜ୍ୟ ସରକାର ଉଠାଇ ପାରନ୍ତି । ଏନେଇ ଯୋଜନା ଓ ସଂଯୋଜନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଏହାବି ପଢନ୍ତୁ- BJD ଫୋକସରେ ପଶ୍ଚିମ ଓଡିଶା; 5 ଲୋକସଭା ଓ 31 ବିଧାନସଭା ଜିତିବ ଦଳ କହିଲେ ସୁଶାନ୍ତ

ଏନେଇ ଜବାବ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ନୀତି ଆୟୋଗରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉଠାଇବା କଥା କହିବା, ଏକ ଅବାସ୍ତବ କଥା । ବାରମ୍ବାର ଏହି କଥା ବିଜେଡି ଦୋହରାଉଛି । ରାଜନୈତିକ ଉଦେଶ୍ୟ ରଖି ଭ୍ରମିତ କରୁଛି ବିଜେଡି । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିପାରିବ ନାହିଁ ବୋଲି କଂଗ୍ରେସ ସରକାର ସମୟରେ ସ୍ପଷ୍ଟ ହୋଇଥିଲା । ପ୍ଲାନିଂ କମିଶନ ସମୟରେ ଏହି ନିଷ୍ପତ୍ତି ହୋଇଥିଲା । ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଆଉ କେଉଁ ରାଜ୍ୟକୁ ମିଳିବ ନାହିଁ ବୋଲି ନୀତି ଆୟୋଗ ତାହା ଦୋହରାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ କାରଣରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା ରାଜ୍ୟ କହୁଛି, ତାହା ଠାରୁ ଅଧିକ ଆର୍ଥିକ ସହାୟତା କେନ୍ଦ୍ର ଯୋଗାଉଛି । ଟ୍ୟାକ୍ସ କଥା ହେଉ କିମ୍ବା ସହାୟତା କ୍ଷେତ୍ରରେ ବ୍ୟାପକ ଭାବେ ସହାୟତା ରାଶି ବଢେଇ ଦିଆଯାଇଛି । ରେଳବାଇ କ୍ଷେତ୍ରକୁ ଉଦାହରଣ ଭାବେ ନିଆଯାଇପାରେ । 800 କୋଟି ପାଉଥିବା ବେଳେ ଏବେ ରାଜ୍ୟ 12ରୁ 15 ହଜାର କୋଟି ପାଉଛି । ନିର୍ବାଚନ ଆସିଲେ ରାଜନୈତିକ ଭେଳିକି କରେ ବିଜେଡି । ରାଜନୈତିକ ଭ୍ରମ ବା ଚଞ୍ଚକତା କରିବା ବିଜେଡିର ଅଭ୍ୟାସ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ନାରେ ଛିଡା କରି ପଛରେ ଥିବା ବାବୁ ମାନେ ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ କଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.