ETV Bharat / state

Padmapur Result: ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ, କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳକୁ ଟାର୍ଗେଟ - ପଦ୍ମପୁର ଉପନିର୍ବାଚନ ଫଳାଫଳ

ପଦ୍ମପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ବିଜେଡିର ବିପୁଳ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଧନ୍ୟବାଦ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

Padmapur Result: ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ, କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳକୁ ଟାର୍ଗେଟ

author img

By

Published : Dec 8, 2022, 8:28 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ (Padmapur Bypoll)ରେ ରେକର୍ଡ ମାର୍ଜିନରେ ବିଜୟ ଲାଭ କରିଛି ବିଜେଡି । ପ୍ରାୟ ୪୨ ହଜାର ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ଏ ନେଇ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ (CM Naveen Patnaik thanks Padmapur People) । ଅପପ୍ରଚାର ନେଇ ବିରୋଧୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ନବୀନ ।

Padmapur Result: ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ, କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ଦଳକୁ ଟାର୍ଗେଟ

ନବୀନ କହିଛନ୍ତି, " ଅଭୂତପୂର୍ବ ବିଜୟ ପାଇଁ ପଦ୍ମପୁରବାସୀଙ୍କୁ ଧନ୍ୟବାଦ । ଏହା ପଦ୍ମପୁରବାସୀଙ୍କ ବିଜୟ । ଏହା ଆଉ କାହାର ବିଜୟ ନୁହେଁ । ବିଜେଡିର ଲକ୍ଷ ଲକ୍ଷ କର୍ମୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି । କର୍ମୀମାନେ ବ୍ୟବସ୍ଥିତ ଢଙ୍ଗ ଓ ନିଷ୍ଠାର ସହ କାମ କରିଛନ୍ତି । ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ଆହୁରି କହିଛନ୍ତି, "କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ନିର୍ବାଚନରେ ଯାଇ ନଥିଲେ । କିମ୍ବା ବିଭିନ୍ନ ଉପନିର୍ବାଚନରେ ବି ଯାଇ ନଥିଲେ । ଏ ପଦ୍ମପୁର ଉପନିର୍ବାଚନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ବାପା ହରାଇ ଦୁଃଖରେ ଥିବା ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ ଯେପରି ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ । ଓଡିଶାର ସବୁ ମହିଳା ମାନଙ୍କ ପାଇଁ ଦୁଃଖର କଥା । ରାଜନୀତିରେ ହାରିବା ଓ ଜିତିବା, ନିର୍ବାଚନରେ ଲଢିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି । ଜଣେ ବାପା, ଜଣେ ଭାଇ ଓ ଜଣେ ବନ୍ଧୁ ଭଳି ତାଙ୍କ ସହିତ ଛିଡ଼ା ହେବି ।"

ଏହା ବି ପଢନ୍ତୁ- Padmapur Bypoll Result: ବାଜି ମାରିଲେ ବିଜୟଙ୍କ ଝିଅ ବର୍ଷା, BJD ବିଜୟର 5 କାରଣ

"ମୁଁ ବିରୋଧୀ ଦଳ, ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳା ମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ । ଆଜି ନୁହେଁ, ସଦା ବେଳେ । ଆଉ ଗୋଟେ ଗୁରୁତ୍ବପର୍ଣ୍ଣ କଥା ହେଲା, କେନ୍ଦ୍ରମନ୍ତ୍ରୀ ଓଡିଶାବାସୀ ତଥା ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ଆବାସ ଯୋଜନା, କେନ୍ଦୁପତ୍ରର ଜିଏସଟି, ଫସଲ ବୀମାର ବିଳମ୍ବ, ଏମଏସପି ପ୍ରସଙ୍ଗ ହେଉ ବା ରେଳ ସଂଯୋଗ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଆଦୌ ଠିକ୍‌ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଓଡିଶାର ଉନ୍ନତି ପାଇଁ କାମ କରିବା ।"

ଉପନିର୍ବାଚନ ଫଳାଫଳ ଲାଗି ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମପୁରବାସୀଙ୍କ ପାଖରେ ସେ ଋଣୀ । ସେ ପଦ୍ମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରିବେ । ସେ ଖୁବଶୀଘ୍ର ପଦ୍ମପୁରକୁ ଯିବେ । ପଦ୍ମପୁରବାସୀଙ୍କ ଆଶୀର୍ବାଦ ଗ୍ରହଣ କରିବେ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.