ETV Bharat / state

ଇ-ଆବେଦନ ପୋର୍ଟାଲ ଶୁଭାରମ୍ଭ; ବିବାହ-ଶୋଭାଯାତ୍ରା ଅନୁମତି ପାଇଁ ଯିବାକୁ ପଡିବନି ଥାନା

author img

By ETV Bharat Odisha Team

Published : Jan 10, 2024, 8:14 AM IST

Updated : Jan 10, 2024, 12:55 PM IST

E-Abedan Portal: କମିଶନରେଟ ପୋଲିସର 16ତମ ପ୍ରତିଷ୍ଠା ଦିବସରେ ଇ-ଆବେଦନ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଶୋଭାଯାତ୍ରା କିମ୍ବା ଭୋଜିର ଅନୁମତି ପାଇଁ ଆଉ ଥାନାକୁ ଯିବାକୁ ପଡିବନି । ଅଧିକ ପଢନ୍ତୁ

ଇ ଆବେଦନ ପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଣିକି ବିବାହ, ଭୋଜି, ଶୋଭାଯାତ୍ରା ଭଳି କାର୍ଯ୍ୟ ପାଇଁ ପୋଲିସଠାରୁ ଅନୁମତି ନେବାକୁ ଆଉ ଯିବାକୁ ପଡିବନି ଥାନା । ଇ-ଆବେଦନ ପୋର୍ଟାଲ ମାଧ୍ୟମରେ ଘରେ ବସି ପାଇପାରିବେ ଅନୁମତି । କମିଶନରେଟ ପୋଲିସର 16ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇ-ଆବେଦନ ପୋର୍ଟାଲ ମାଧ୍ୟମରେ ୧୯ଟି କାର୍ଯ୍ୟକ୍ରମ ପାଇଁ ଲାଇସେନ୍ସ ସାର୍ଟିଫିକେଟ ପାଇପାରିବେ ।

16 ବର୍ଷ ପୁରି 17 ବର୍ଷରେ ପାଦ ଥାପିଛି କମିଶନରେଟ ପୋଲିସ । ଆଉ ଏହି 16 ବର୍ଷର ଯାତ୍ରାକୁ ନେଇ ମଙ୍ଗଳବାର ସପ୍ତମ ବାଟାଲିୟନ ପଡ଼ିଆରେ 16ତମ ପ୍ରତିଷ୍ଠା ଦିବସ ପାଳନ କରିଛି କମିଶନରେଟ ପୋଲିସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ପୋଲିସ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବର୍ଦ୍ଧିତ ସେବା ପରିସରକୁ ନେଇ ଖୁସି ହେବା ସହ ସେମାନଙ୍କର କର୍ତ୍ତବ୍ୟ ପରାୟଣତାକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପୋଲିସଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ 5Tକୁ ନେଇ ଆହୁରି ଅଧିକ ପ୍ରଯୁକ୍ତି ବିଦ୍ୟା ସହ କାର୍ଯ୍ୟ କରିବାକୁ କହିଥିଲେ । ନୂଆ ଚାଲେଞ୍ଜ ସହିତ ଭାରତରେ ନମ୍ବର 1 ପୋଲିସ ସେବା ଯୋଗାଇବାକୁ ମଧ୍ୟ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ... କମିଶନରେଟ୍ ପୋଲିସର ୧୬ତମ ପ୍ରତିଷ୍ଠା ଦିବସ ପାଳିତ

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅପରାଧ ଦମନ, ବିଭିନ୍ନ ବଡ଼ ବଡ଼ ଯାତ୍ରା, ହକି ବିଶ୍ୱକପ, ଆନ୍ତର୍ଜାତୀୟ ଖେଳ, ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଆଦିରେ ପୋଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଇ-ଆବେଦନ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇ-ପୋର୍ଟାଲ ମାଧ୍ୟମରେ ଆବେଦନ କରି ଘରେ ବସି ୧୯ଟି କାର୍ଯ୍ୟକ୍ରମ ପାଇଁ ଲାଇସେନ୍ସ ପାଇପାରିବେ । ବିବାହ, ଭୋଜି, ଶୋଭାଯାତ୍ରା, ଧାରଣା, ଆନ୍ଦୋଳନ ଭଳି କାର୍ଯ୍ୟର ଅନୁମତି ପାଇବା ପାଇଁ ଆଉ ଥାନାକୁ ଦୌଡିବାକୁ ପଡିବନି । ଘରେ ବସି ଏହି ଲାଇସେନ୍ସ ଆବେଦନ କରିପାରିବେ ।

ସେହିଭଳି ୟୁନିଫାଏଡ଼ କମାଣ୍ଡ ଓ କଣ୍ଟ୍ରୋଲ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କଟକ ଭୁବନେଶ୍ବର କମିଶନରେଟ ପୋଲିସରେ କାମ କରୁଥିବା ଜଣେ ଏସିପି, ଜଣେ ଆଇଆଇସି, ଦୁଇଜଣ ସବ ଇନ୍ସପେକ୍ଟର, ଜଣେ ମହିଳା ଟ୍ରାଫିକ ପୋଲିସ ଓ ଜଣେ ମହିଳା ହୋମଗାର୍ଡଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସୁରକ୍ଷା କ୍ଷେତ୍ରରେ କମିଶନରେଟ ପୋଲିସର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଥିଲେ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 10, 2024, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.