ETV Bharat / state

ସଫଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କୃଷି ଋଣ ଆବେଦନ ହେବ ସହଜ ଓ ସୁବିଧାଜନକ - କୃଷି ଋଣ ଆବେଦନ ହେବ ସହଜ

କୃଷି ଋଣ ଆବେଦନ ହେବ ସହଜ । କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ୍‌ 'ସଫଳ'ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ସଫଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: କୃଷି ଋଣ ଆବେଦନ ହେବ ସହଜ ଓ ସୁବିଧାଜନକ

author img

By

Published : Oct 27, 2022, 7:40 AM IST

ଭୁବନେଶ୍ବର: ଚାଷୀଙ୍କ ପାଇଁ ଆହୁରି ସହଜ ହେଲା ଋଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଖୋଲିଲା ନୂଆ ପୋର୍ଟାଲ ‘ସଫଳ’( SAFAL portal) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ୍‌ 'ସଫଳ'ର ଲୋକାର୍ପଣ କରିଛନ୍ତି । ଏଥିରେ ୩୦୦ରୁ ଅଧିକ ରକମର କୃଷି ଋଣ ପାଇଁ ସୁବିଧା ରହିଛି । ଏଥିପାଇଁ ୪୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ୍ ସଂଯୋଗୀକୃତ କରାଯିବା ସହିତ ଆବେଦନ ସ୍ଥିତି ଯାଞ୍ଚ ପାଇଁ ବ୍ୟବସ୍ଥା କରାଯାଇଛି ।

ସଫଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: କୃଷି ଋଣ ଆବେଦନ ହେବ ସହଜ ଓ ସୁବିଧାଜନକ
ସଫଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: କୃଷି ଋଣ ଆବେଦନ ହେବ ସହଜ ଓ ସୁବିଧାଜନକ

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟାଜିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ଚାଷୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ‘ସଫଳ’ ପୋର୍ଟାଲର ଲୋକାର୍ପଣ କରିଛନ୍ତି । ‘ସଫଳ’ ଦେଶର ସର୍ବପ୍ରଥମ ସହଜ ଓ ସୁବିଧାଜନକ କୃଷି ଏବଂ କୃଷି ଉଦ୍ୟୋଗ ଋଣ ଆବେଦନ ପୋର୍ଟାଲ ଭାବରେ କାର୍ଯ୍ୟ କରିବ । ଏହି ପୋର୍ଟାଲ ‘କୃଷକ ଓଡ଼ିଶା’ ଡାଟାବେସ ସହ ସଂଯୁକ୍ତ ଓ ୪୦ରୁ ଅଧିକ ବ୍ୟାଙ୍କକୁ ଏଥିରେ ସଂଯୋଗୀକୃତ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ସରକାରୀ ତଥା ବେସରକାରୀ ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସରୁ ଆନୁଷ୍ଠାନିକ କ୍ଷେତ୍ର ଋଣ ପାଇବା ପାଇଁ କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏହା ୱାନ୍‌ ଷ୍ଟପ୍ ସମାଧାନ ଅଟେ । କୃଷକମାନେ ୩ ଶହରୁ ଅଧିକ ରକମର କୃଷି ଋଣ ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଅନଲାଇନ ଆବେଦନ ସୁବିଧା ମୋ ସେବା କେନ୍ଦ୍ରରୁ ଆବେଦନ ସୁବିଧା ରହିବ । ଋଣ ଦରଖାସ୍ତ ସ୍ଥିତି ଯାଞ୍ଚ ସୁବିଧା ବି ପୋର୍ଟାଲରେ ରହିଛି । ଅଧିକ ସୂଚନା ପାଇଁ କୃଷି ହେଲ୍ପଲାଇନକୁ ଯୋଗାଯୋଗ କରିପାରିବେ ଚାଷୀ । WWW.safal.odisha.gov.inରେ ଚାଷୀ ଋଣ ପାଇଁ ସହଜରେ ଆବେଦନ କରିପାରିବେ ।''

ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ‘ସଫଳ’ ରାଜ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ର ଗୁଡିକୁ ପ୍ରୋତ୍ସାହିତ କରିବ । କମ୍ ସମୟ ମଧ୍ୟରେ କୃଷକଙ୍କ ଆର୍ଥିକ ଶକ୍ତି ବୃଦ୍ଧି ପାଇଁ ଏକ ସୁବିଧାକାରୀ ମାଧ୍ୟମ ହେବ । କୃଷକମାନେ ଆମର ଅର୍ଥନୀତିର ମେରୁଦଣ୍ଡ । ଦେଶର ବିକାଶ ଚାବି କାଠି ହେଉଛନ୍ତି କୃଷକ । ଏଣୁ ସେମାନେ ଉନ୍ନତି କରିପାରିଲେ ଆମେ ଉନ୍ନତି ପଥରେ ଅଧିକ ଅଗ୍ରସର ହୋଇପାରିବା । ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ବିଶେଷ ଗୁରୁତ୍ବ ଦେଉଛି । କୃଷକଙ୍କ ଆୟ ବୃଦ୍ଧିରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଫୋକସ୍‌ରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ, ୨୮୦ ପ୍ରକଳ୍ପକୁ ଅନୁମୋଦନ

କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷକଙ୍କ ବିକାଶ ନେଇ କୃଷି ବିଭାଗ ନେଉଥିବା ପଦକ୍ଷେପ ବାବଦରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି । କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପଲବ୍ଧି ବାବଦରେ ସୂଚନା ଦେଇଛନ୍ତି କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା । RBI Innovation Hubର CEO ଓ UCO ବ୍ୟାଙ୍କର CMD କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି । ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.