ETV Bharat / state

Dola Purnima: ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ହୋଲି ଓ ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

author img

By

Published : Mar 7, 2023, 10:57 AM IST

ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଓଡି଼ଆ ପରମ୍ପରାର ଅନ୍ୟତମ ପର୍ବ । ଦୋଳ ବିମାନରେ ଝୁଲିଝୁଲି ଗାଁ ପରିକ୍ରମା କରି ଦୁଆରେ ଭୋଗ ଖାଇବେ ପ୍ରଭୁ ଦୋଳଗୋବିନ୍ଦ । ସେହିପରି ଆସନ୍ତାକାଲି ରଙ୍ଗର ପର୍ବ ହୋଲି ପାଳନ ହେବ । ଏଥିପାଇଁ ଓଡିଶାର ଗାଁ ଗଣ୍ଡା ଉତ୍ସବ ମୁଖର ରହିଛି । ଚାରିଆଡେ ଦୋଳ ପୂର୍ଣ୍ଣିମା ମହାଆଡମ୍ବରରେ ପାଳନ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

  • ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #ଦୋଳପୂର୍ଣ୍ଣିମା#DolaPurnima pic.twitter.com/gHeeHXcNHW

    — Naveen Patnaik (@Naveen_Odisha) March 7, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭିଁଙ୍କୁ ଦୋଳ ପୂର୍ଣ୍ଣିମାର ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆନନ୍ଦ ଓ ଉଲ୍ଲାସର ପର୍ବ ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ପ୍ରଭୁ ଦୋଳ ଗୋବିନ୍ଦଙ୍କ ପାଖରେ ରାଜ୍ୟବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନ କରୁଛି ।

  • ଆନନ୍ଦ ଓ ଉଲ୍ଲାସର ପର୍ବ ‘ପବିତ୍ର ଦୋଳ ପୂର୍ଣ୍ଣିମା’ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ପ୍ରଭୁ ‘ଦୋଳଗୋବିନ୍ଦ’ଙ୍କ ପାଖରେ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । pic.twitter.com/Ty617wfcKX

    — Dharmendra Pradhan (@dpradhanbjp) March 7, 2023 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ ଯେ, ଫଗୁ ଦଶମୀରୁ ଓଡିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହା ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ସ୍ନେହ, ସଦଭାବନାର ପରିଚାୟକ ପର୍ବ ଭାବେ ପାଳିତ ହୋଇଥାଏ । ଏହି ଅବସରରେ ପ୍ରଭୁ ଦୋଳଗୋବିନ୍ଦ ଦୋଳ ବିମାନରେ ବିରାଜମାନ ହୋଇ ଗାଁ ଗାଁ ପରିକ୍ରମା କରିଥାନ୍ତି । ପ୍ରଭୁ ଦୁଆର ଦୁଆର ବୁଲି ଭୋଗ ଖାଇଥାନ୍ତି । ଶ୍ରଦ୍ଧାଳୁମାନେ ଭୋଗରେ ଚୂଡା, ଖଇ, ଫଳ, ନଡିଆ, ଆମ୍ବ ଇତ୍ୟାଦି ଅର୍ପଣ କରିଥାନ୍ତି । ଏହି ସମୟରେ ଗାଁ ଲୋକମାନେ ପରସ୍ପର ଦେହରେ ଅବିର ବୋଲି ରଙ୍ଗ ଖେଳୁଥିବାର ଦେଖିବାକୁ ମିଳେ ।

ଏହାମଧ୍ୟ ପଢନ୍ତୁ: ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶେରେ ଦର୍ଶନ ଦେବେ ଶ୍ରୀଜିଉ

ସେହିପରି ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସଜେଇ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବାର ପରମ୍ପରା ରହିଛି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ମହାବେଦୀକୁ ଦୋଳଗୋବିନ୍ଦ ଦୋଳ ବେଦୀକୁ ବିଜେ କରିଥାନ୍ତି । ଶ୍ରୀମନ୍ଦିରରେ ହୋଲିକା ଦହନ ବିଧି ଅନୁଷ୍ଠିତ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ: ଗଞ୍ଜାମ ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.