ETV Bharat / state

Asian Games 2023: ୧୩ ଓଡ଼ିଆ ଆଥଲେଟଙ୍କୁ 10 ଲକ୍ଷ ଲେଖାଏଁ ସହାୟତା ଘୋଷଣା

author img

By ETV Bharat Odisha Team

Published : Sep 13, 2023, 12:34 PM IST

Updated : Sep 13, 2023, 1:04 PM IST

ରାଜ୍ୟରୁ ଏସିଆନ ଗେମ୍ସ ପାଇଁ ମନୋନୀତ 13 ଜଣ ଆଥଲେଟଙ୍କୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Asian Games 2023
୧୩ ଓଡ଼ିଆ ଆଥଲେଟଙ୍କୁ 10ଲକ୍ଷ ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ବର: ଏସିଆନ ଗେମ୍ସ ପାଇଁ ଯୋଗ୍ୟ ବିବେଚିତ ଓଡିଆ ଆଥଲେଟଙ୍କ ପାଇଁ ସହାୟତା ରାଶି ଘୋଷଣା ହୋଇଛି । ରାଜ୍ୟରୁ ଏସିଆନ ଗେମ୍ସ ପାଇଁ ମନୋନୀତ 13 ଜଣ ଆଥଲେଟଙ୍କୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଆଥଲେଟଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ସହୟତା ଘୋଷଣା ହୋଇଛି । ଆସନ୍ତା 23 ତାରିଖରୁ ଅକ୍ଟୋବର 8 ତାରିଖ ଯାଏ ଚୀନରେ ଏସିଆନ ଗେମ୍ସ ଅନୁଷ୍ଠିତ ହେବ । ଟ୍ରେନିଂ, ପ୍ରସ୍ତୁତି ଓ ଅଂଶଗ୍ରହଣ ପାଇଁ ସହୟତା ରାଶି ଘୋଷଣା ହୋଇଛି ।

ସମ୍ମାନଯୋଗ୍ୟ ଏସିଆନ ଗେମ୍ସ ଟୁର୍ଣ୍ଣାମେଣ୍ଟରେ ମନୋନୀତ 13 ଓଡିଆ ଆଥଲେଟ ହେଲେ, ଜାଭେଲିନ ଫିଙ୍ଗାଳୀ କିଶୋର ଜେନା, ରୋଇଂରେ ଅଶିଂକା ଭାରତୀ, ରିତୁ କାଉଡି ଏବଂ ସୋନାଲ ସ୍ବାଇଁ । ମାର୍ସଲ ଆର୍ଟ ଜୁ-ଜିତସୁରେ ଅନୁପମା ସ୍ବାଇଁ, କୋନୋଇିଂରେ ନେହା ଦେବୀ, ଫୁଟବଲରେ ପ୍ୟାରୀ ଏକ୍ସା ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ହକିରେ ଦୀପଗ୍ରେସ ଏକ୍କା ଓ ପୁରୁଷ ହକି ଦଳରେ ଅମିତରୋହି ଦାସ ମନୋନୀତ ହୋଇଛନ୍ତି । ରଗବୀରେ ଡୁମିଣି ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ ହୁପି ମାଝୀ ଓଡିଆ ଆଥଲେଟ ରହିଛନ୍ତି ।

ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏସିଆନ ଗେମ୍ସରେ ଉନ୍ନତ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଥଲେଟମାନେ ଗେମରେ ସେମାନଙ୍କ ଦକ୍ଷତା ଦେଖାଇବେ । ଏହି ସହାୟାତ ରାଶି ସେମାଙ୍କ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଦିଗରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ...Asia Cup 2023 Ind vs SL: ୧୭୨ରେ ଅଟକିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ

ଏହା ବି ପଢନ୍ତୁ...ଜାଭେଲିନ ଷ୍ଟାର୍‌ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ମିଳିଲା ୫୦ଲକ୍ଷ ଟଙ୍କା ପୁରସ୍କାର

ପ୍ରକାଶ ଥାଉ କି, ଗତକାଲି (ମଙ୍ଗଳବାର) ଏସିଆନ ଗେମ୍ସ ପାଇଁ ଗତକାଲି ଭାରତୀୟ ରଗବୀ ଦଳ ଘୋଷଣା ହୋଇଥିଲା । ଏଥିରେ ଓଡିଶାରୁ 4 ଜଣ ଖେଳାଳି ରହିଛନ୍ତି । ସେମାନେ ହେଲେ ଡୁମିଣି ମାର୍ଣ୍ଡି, ତରୁଲତା ନାଏକ, ମାମା ନାଏକ ଓ ହୁପି ମାଝୀ । ଏସିଆନ ଗେମ୍ସରେ ବିଭିନ୍ନ ଇଭେଣ୍ଟରେ ମୋଟ 13ଜଣ ଖେଳାଳି ଚୟନ ହୋଇଛନ୍ତି । ଆସନ୍ତା 23 ତାରିଖରୁ ଅକ୍ଟୋବର 8 ତାରିଖ ଯାଏ ଚୀନରେ ଏସିଆନ ଗେମ୍ସ ଅନୁଷ୍ଠିତ ହେବ । ରାଜ୍ୟ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ରାଶି ଘୋଷଣା ସେମାନଙ୍କ ଉତ୍ସାହ ବଢାଇବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 13, 2023, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.