ETV Bharat / state

ଅମିତ ରୋହିଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏସିଆନ୍‌ ଗେମ୍ସରେ ଜାପାନକୁ ଦେଇଥିଲେ ଗୋଲ

author img

By ETV Bharat Odisha Team

Published : Oct 7, 2023, 6:38 PM IST

ଏସିଆନ୍‌ ଗେମ୍ସ ୨୦୨୩ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ୫-୧ ଗୋଲରେ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତୀୟ ହକି ଦଳ । ଏଥିରେ ଦଳର ଉପଅଧିନାୟକ ତଥା ଓଡ଼ିଆ ହକି ଷ୍ଟାର ଅମିତ ରୋହିଦାସ ଚମତ୍କାର ପ୍ରଦର୍ଶନ କରି ଜାପାନକୁ ଗୋଲ ଦେଇଥିଲେ । ଅମିତଙ୍କ ପ୍ରଦର୍ଶନରେ ଖୁସି ହୋଇ ତାଙ୍କୁ ଦେଢ଼ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଅମିତ ରୋହିଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା

ଭୁବନେଶ୍ବର: ଚୀନ୍‌ର ହାଙ୍ଗଝୌ ସହରରେ ଜାରି ରହିଥିବା ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ହକି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହି ଫାଇନାଲ୍‌ ମ୍ୟାଚ୍‌ରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ୫-୧ ଗୋଲରେ ମାତ୍‌ ଦେଇ ଗୋଲ୍ଡ ହାତେଇଛି 'ମେନ୍‌ ଇନ୍‌ ବ୍ଲ୍ୟୁ' । ଏହାପରେ ଟିମ୍‌କୁ ଭିଡିଓ କନଫରେନ୍ସ ଯୋଗେ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟଫ୍‌ଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହ ଏସୀୟ ହକି ସ୍ବର୍ଣ୍ଣ ବିଜୟୀ ଭାରତୀୟ ଟିମ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଦେଢ଼ କୋଟି ଟଙ୍କା ସ୍ବତନ୍ତ୍ର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ହାଙ୍ଗଝୌରୁ ଭିଡିଓ ଜାରି କରି ଏନେଇ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମିତ ।

ଅମିତଙ୍କ କ୍ୟାରିୟର: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଅଞ୍ଚଳରେ ଅମିତ ରୋହିଦାସଙ୍କ ଘର । ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ । ୨୦୦୯ରେ ଉପକନିଷ୍ଠ ଏସିଆ କପ୍‌ରେ ଭାଗନେବା ପରେ ୨୦୧୨ରେ ଏସିଆନ୍‌ ଚମ୍ପିଆନସିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ୟାମ୍ପରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇନଥିଲେ । ପରବର୍ତ୍ତୀ ସମୟରେ ୨୦୧୬-୧୭ ହକି ୱାର୍ଲ୍ଡ ଲିଗ୍‌ରେ କାଂସ୍ୟ ଜିତିବା ସହ ଏସିଆ କପ୍‌ ବିଜୟୀ ଦଳର ସଦସ୍ୟ ଥିଲେ, ୨୦୧୮ ଚମ୍ପିଆନ୍ସ ଟ୍ରଫିରେ ରୌପ୍ୟ, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୮ତମ ସୁଲତାନ ଆଜଲାନ ଶାହକପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ ଅମିତ ରୋହିଦାସ । ୨୦୨୧ରେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ ଅମିତ । ଏବେ ଅମିତ ଭାରତୀୟ ହକି ଦଳର ଉପଅଧିନାୟକ ଭାର ସମ୍ଭାଳୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ଜାପାନକୁ ଓଡ଼ିଆ ପୁଅଙ୍କ ଗୋଲ୍‌, ହକିରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ

ଏହା ମଧ୍ୟ ପଢ଼ନ୍ତୁ...ସୁବର୍ଣ୍ଣ ବିଜୟ ପରେ ଟିମ୍‌ ଇଣ୍ଡିଆକୁ ନବୀନଙ୍କ ଶୁଭେଚ୍ଛା, ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୫ ଲକ୍ଷ ପୁରସ୍କାର ଘୋଷଣା

ଅମିତଙ୍କୁ ୧.୫ କୋଟି ପୁରସ୍କାର ଦେବେ ରାଜ୍ୟ ସରକାର: ତେବେ ଏସିଆନ୍‌ ଗେମ୍ସ ୨୦୨୩ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଜାପାନକୁ ଭାରତୀୟ ଦଳ ୫-୧ରେ ମାତ୍‌ ଦେଇଥିବାବେଳେ ଏଥିରେ ଓଡ଼ିଆ ପୁଅ ତଥା ଭାରତୀୟ ହକି ଦଳର ଉପଅଧିନାୟକ ଅମିତ ରୋହିଦାସ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଅନ୍ତର୍ଜାତୀୟସ୍ତରରେ ତାଙ୍କର ଏଭଳି ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ ପ୍ରଶଂସା କରିଛନ୍ତି । ଦଳର ସମସ୍ତ ଖେଳାଳି ଓ ସହକାରୀ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିବା ପରେ ଅମିତଙ୍କୁ ସ୍ବତନ୍ତ୍ର ଭାବେ ୧.୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି । 5T ସଚିବ ଭିକେ ପାଣ୍ଡିଆନ ଦଳକୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ସ ଭଳି ଖେଳିଥିଲେ ଏବଂ ସେମାନେ ସ୍ବର୍ଣ୍ଣ ପାଇଁ ହକଦାର ଥିଲେ ବୋଲି କହିଛନ୍ତି । ସେହିପରି କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ମଧ୍ୟ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.