ETV Bharat / state

ବିଜେଡି ଜିନରେ ମହିଳାଙ୍କ ଉପରେ ଅତ୍ୟାଚାର; କେନ୍ଦ୍ର ନିକଟରେ ସରେଣ୍ଡର କରିଛି ବିଜେଡି: ନରସିଂହ - କେନ୍ଦ୍ର ନିକଟରେ ସରେଣ୍ଡର କରିଛି ବିଜେଡି

ନରସିଂହ କହିଛନ୍ତି, ମୁଁ ସବୁବେଳେ କୁହେ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ଵ । ବିଜେପି ଦୟାରୁ ବିଜେଡିର ଜନ୍ମ । ଲିଖିତ ଭାବରେ ମେଣ୍ଟ ନଥିଲେ ମଧ୍ୟ ସଂପର୍କ ନିବିଡ଼ । ଆଜୀବନ ସେମାନେ ଏକ ହୋଇ ଅଛନ୍ତି । ପାର୍ଲିଆମେଣ୍ଟର ସବୁ ବିଲକୁ ସମର୍ଥନ କରୁଛନ୍ତି । ବିଜେଡିକୁ ବିଜେପିର ସମର୍ଥନ ମାଗିବାର ଆବଶ୍ୟକତା ପଡ଼େନାହିଁ । ବିଜେଡି ଆଗତୁରା ସମର୍ଥନ ଦେଇଦିଏ । ଦୁର୍ଭାଗ୍ୟର କଥା ହେଲେ ବିରୋଧୀଙ୍କ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା । ଅଧିକ ପଢନ୍ତୁ

କେନ୍ଦ୍ର ନିକଟରେ ସରେଣ୍ଡର କରିଛି ବିଜେଡି: ନରସିଂହ
କେନ୍ଦ୍ର ନିକଟରେ ସକେନ୍ଦ୍ର ନିକଟରେ ସରେଣ୍ଡର କରିଛି ବିଜେଡି: ନରସିଂହରେଣ୍ଡର କରିଛି ବିଜେଡି: ନରସିଂହ
author img

By

Published : Aug 3, 2023, 9:41 PM IST

କେନ୍ଦ୍ର ନିକଟରେ ସରେଣ୍ଡର କରିଛି ବିଜେଡି: ନରସିଂହ

ଭୁବନେଶ୍ବର: ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ କେନ୍ଦ୍ର ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଘୋଷଣା କରିଛି ବିଜୁ ଜନତା ଦଳ । ଯାହାକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ନାରୀ ଜାଗରଣ କଥା କହୁଥିବା ବିଜେଡି ସୁପ୍ରିମୋ ମଣିପୁର ଘଟଣାକୁ ସମର୍ଥନ କରୁଛନ୍ତି । ମହିଳାଙ୍କୁ ଉଲଗ୍ନ କରି ରାଜରାସ୍ତାରେ ଚଲାଇବାକୁ ମୁଖ୍ୟମନ୍ତ୍ରୀ ସମର୍ଥନ କରିବା ଦୁର୍ଭାଗ୍ୟଜନକ କଥା ।

ଏହାବି ପଢନ୍ତୁ- SJTA affidavit to HC: ସତ୍ୟପାଠରୁ ଜଣାପଡୁଛି ସରକାର କିଛି ଲୁଚାଉଛନ୍ତି: ନରସିଂହ ମିଶ୍ର

ନରସିଂହ କହିଛନ୍ତି, ମୁଁ ସବୁବେଳେ କୁହେ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ଵ । ବିଜେପି ଦୟାରୁ ବିଜେଡିର ଜନ୍ମ । ଲିଖିତ ଭାବରେ ମେଣ୍ଟ ନଥିଲେ ମଧ୍ୟ ସଂପର୍କ ନିବିଡ଼ । ଆଜୀବନ ସେମାନେ ଏକ ହୋଇ ଅଛନ୍ତି । ପାର୍ଲିଆମେଣ୍ଟର ସବୁ ବିଲକୁ ସମର୍ଥନ କରୁଛନ୍ତି । ବିଜେଡିକୁ ବିଜେପିର ସମର୍ଥନ ମାଗିବାର ଆବଶ୍ୟକତା ପଡ଼େନାହିଁ । ବିଜେଡି ଆଗତୁରା ସମର୍ଥନ ଦେଇଦିଏ । ଦୁର୍ଭାଗ୍ୟର କଥା ହେଲେ ବିରୋଧୀଙ୍କ ପକ୍ଷରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା । ମଣିପୁର ଘଟଣାକୁ ନେଇ ଆସିଥିବା ଏହି ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡି ଆଗତୁରା କହିଦେଲେ ଆମେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବୁ ନାହିଁ । ମୋଦି ସରକାରଙ୍କୁ ସମର୍ଥନ କରିବୁ ।

ମହିଳାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛାତି ଫାଟିଯାଉଛି । ନାରୀ ଜାଗରଣ କଥା ନବୀନ 24 ଘଣ୍ଟା କହୁଛନ୍ତି । ନାରୀକୁ ସମ୍ମାନ କଥା କହୁଛନ୍ତି । କିନ୍ତୁ 4 ମେ ରେ ମଣିପୁରରେ ଯାହା ଘଟିଗଲା ତାକୁ ସେ ସମର୍ଥନ କରୁଛନ୍ତି । ମହିଳାଙ୍କୁ ଉଲଗ୍ନ କରି ରାଜରାସ୍ତାରେ ଚଲାଗଲା, ତାକୁ ଓଡିଶାର ମୁଖ୍ୟମନ୍ତ୍ରୀ ଯିଏକି ବିଜେଡି ସଭାପତି ସମର୍ଥନ କରୁଛନ୍ତି । ମହିଳାଙ୍କୁ ଗଣଦୁଷ୍କର୍ମକୁ ସେ ସମର୍ଥନ କରୁଛନ୍ତି । ବାରମ୍ବାର ସୁପ୍ରିମକୋର୍ଟ ଟିପ୍ପଣୀ ଦେଉଛନ୍ତି ଏଭଳି ଜଘନ୍ୟ ଘଟଣା କେଉଁଠି କେବେ ଘଟିନଥିଲା । ଏହା ଏକ ଅସାଧାରଣ ଘଟଣା । ସମ୍ବିଧାନର ଉଲଂଘନ ହେଉଛି । ସମ୍ବିଧାନ ଅଚଳ ହୋଇଯାଇଛି । ଆଇନର ଶାସନ ବୋଲି କିଛି ନାହିଁ । ବ୍ୟକ୍ତିଗତ ହାଜର ପାଇଁ ମଣିପୁର ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତଥାପି ଯେଉଁ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସମର୍ଥନ ବା ଏସଏସଜିଙ୍କୁ ଗ୍ରୁପ ନେଇ ବହାଦୁରୀ ମାରନ୍ତି । ମହିଳାଙ୍କ ସମର୍ଥନରେ ସେ ବାରମ୍ବାର ନିର୍ବାଚିତ ହୋଇଛନ୍ତି । ତାଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ସେ ମୁଖ୍ୟମନ୍ତ୍ରୀ ପୁରାପୁରି ସମର୍ଥନ କରିଛନ୍ତି । ଏହା ହେଉଛି ଦୁର୍ଭାଗ୍ୟଜନକ କଥା । ଏ ହେଉଛି ବାସ୍ତବ ଚିନ୍ତାଧାରା । ଅତଏବ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମା ଓ ଭଉଣୀଙ୍କୁ ଅନୁରୋଧ ସେମାନେ ଏ କଥାକୁ ବୁଝନ୍ତୁ । ମଣିପୁରରେ କିଭଳି ଭାବେ ମହିଳାଙ୍କ ସହିତ ଅଘଟଣ ଘଟିଛି । ସାରା ପୃଥିବୀରେ ଏଭଳି ଘଟଣା କେବେ ଘଟିନଥିଲା । ଘଟଣା ବାବଦରେ ଶୁଣି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଥରିଗଲେ । ସେହିଭଳି ମହିଳା ଅତ୍ୟାଚାର ଘଟଣାକୁ ନବୀନ ବାବୁ ସମର୍ଥନ ଦେଉଛନ୍ତି । ଯଦି ବିରୋଧ କରିଥାନ୍ତେ, ଭୋଟ ଦିଅନ୍ତୁ ବା ନଦିଅନ୍ତୁ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥାନ୍ତେ ।

ଏହାବି ପଢନ୍ତୁ- 'ବଲାଙ୍ଗୀର ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ରାଜ୍ୟ ସରକାର'

କେବଳ ଭୋଟ ପାଇବା ପାଇଁ କଥା ସର୍ବସ୍ବ ବିଜେଡି । କଥାରେ ମହିଳାଙ୍କୁ ସମର୍ଥନ କିନ୍ତୁ କାମରେ ଏହାର ବିପରୀତ । ଭାରତ ସରକାରଙ୍କ ତଥ୍ୟ ଅନୁସାରେ ମହିଳାଙ୍କ ଉପରେ ଅତ୍ୟାଚାର ମହିଳା ଅପହରଣ ଓଡିଶା ଦେଶର ଏକନମ୍ବର । ସାରା ବିଶ୍ୱ ଯେତେବେଳେ ଛି ଛି କରୁଛି, ଆମେ ଲଜ୍ଜିତ ଅନୁଭବ କରୁଛୁ, ସେତେବେଳେ ବିଜେଡି ଆନନ୍ଦ ଉପଭୋଗ କରୁଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ମୁହଁ ଖୋଲିନାହାନ୍ତି । ଘଟଣାରେ ପ୍ରତିବାଦ କରିନାହାନ୍ତି । ଲୋକସଭା କିମ୍ବା ରାଜ୍ୟସଭାରେ ବକ୍ତବ୍ୟ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ସତସାହସ ନାହିଁ । ସେ ଚୁପ । ତାଙ୍କ ଲାଙ୍ଗୁଡ଼ ଧରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ସେ ବି ଚୁପ ।

ବୋଧ ହୁଏ ବିଜେଡି ଦଳ ଜିନରେ ଅଛି ମହିଳାଙ୍କ ଉପରେ ଅତ୍ୟାଚାର କରିବା । ତା ସହିତ ସେମାନେ କେନ୍ଦ୍ର ସରକାରଙ୍କୁ ଭୟ କରୁଛନ୍ତି । କାରଣ ଯେଉଁଠି ବିରୋଧୀ ଦଳର ସରକାର ଅଛି, ସେ ଦଳର ନେତାଙ୍କ ଉପରେ ଇଡ଼ି ଓ ସିବିଆଇ ଚଢ଼ାଉ ହେଉଛି । କିନ୍ତୁ ଓଡିଶାରେ ସେମିତି କିଛି ହେଉନାହିଁ । ଏଠି ସବୁ ସତିସବିତ୍ରୀ ଅଛନ୍ତି । ଖଣି ଦୁର୍ନୀତି ଓ ଚିଟଫଣ୍ଡ ଘଟଣାରେ ସିବିଆଇ ତଦନ୍ତ ଆଗକୁ ଗଲାନାହିଁ । କେନ୍ଦ୍ର ନିକଟରେ ବିଜେଡି ସରେଣ୍ଡର ଓ ଆନ୍ତରିକତାର ସହ ସମର୍ଥନ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.