ETV Bharat / state

ରବିବାର ଚିଲିକାରେ ପକ୍ଷୀ ଗଣନା, ପ୍ରଶିକ୍ଷଣ ନେଲେ ଗଣନାକାରୀ - ପ୍ରଶିକ୍ଷଣ ନେଲେ ଗଣନାକାରୀ

ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା କରାଯିବ । ଏନେଇ ଆଜି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ।

khurdha
ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା, ପ୍ରଶିକ୍ଷଣ ନେଲେ ଗଣନାକାରୀ
author img

By

Published : Jan 5, 2020, 4:38 AM IST

ଖୋର୍ଦ୍ଧା: ଆଜି ଚିଲିକାରେ ପକ୍ଷୀ ଗଣନା କରାଯିବ । ଏନେଇ ଆଜି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତାକାଲି ଚିଲିକାରେ ପକ୍ଷୀ ଗଣନା, ପ୍ରଶିକ୍ଷଣ ନେଲେ ଗଣନାକାରୀ

ଏହି ପ୍ରଶିକ୍ଷଣ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା ସଂପର୍କରେ ପ୍ରଶିକ୍ଷଣ ନେଇଛନ୍ତି । ଆସନ୍ତା କାଲି ସକାଳ ୬ ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ ।

ଗତ ୨୦୧୭ ମସିହାରେ ୯ଲକ୍ଷ ୪୭ ହଜାର ୧୧୯ଟି ପକ୍ଷୀ ଆସିଥିବାବେଳେ ସେଥିରେ ୧୬୧ ପ୍ରଜାତିର ପକ୍ଷୀ ରହିଥିଲେ । ସେହିପରି ୨୦୧୮ ମସିହାରେ ୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଆସିଥିବା ବେଳେ ତାମଧ୍ୟରେ ୧୪୭ ପ୍ରଜାତିର ପକ୍ଷୀ ରହିଥିଲେ । ୨୦୧୯ ରେ ମୋଟ ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିବା ବେଳେ ୧୮୧ ପ୍ରଜାତିର ପକ୍ଷୀ ଆସିଥିବା ସୂଚନା ମିଳିଛି । ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଚିଲିକାରେ ରାଜ୍ୟ ସରକାରଙ୍କ ତରଫରୁ ପକ୍ଷୀ ଗଣନା କରାଯାଇଥାଏ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଆସନ୍ତାକାଲି ଚିଲିକାରେ ୨୦୨୦ ବର୍ଷ ପାଇଁ ପକ୍ଷୀ ଗଣନା

Body:ଖୋର୍ଦ୍ଧା : ସିତ ଆସିଲେ ମରାଳ ମାଳିନୀ ନିଳାମ୍ବୁ ଚିଲିକାକୁ ଦେଶ ବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ । ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଚିଲିକାରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ହୁଏ । ଏହି ଆଧାରରେ ଆଶନ୍ତା କାଲି ସକାଳ ୬ଘଟିକା ଠାରୁ ମାଧ୍ୟମ୍ନ ୧୨ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ । ଏଥିପାଇଁ ଆଜି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ,ବନ୍ୟପ୍ରାଣୀ ବିଭାଗର କର୍ମଚାରୀ,ପକ୍ଷୀ ବିଶାରଦ,ବନ୍ୟପ୍ରାଣୀ ଉପରେ କାମ କରୁଥିବା ସାମାଜିକ ସଂଗଠନର ଅଭିଜ୍ଞ ବ୍ୟକ୍ତିମାନେ ଯୋଗଦେଇ ପକ୍ଷୀ ଗଣନା ସଂପର୍କରେ ପ୍ରଶିକ୍ଷଣ ନେଇଛନ୍ତି । ଆଶନ୍ତା କାଲି ୨୧ଟି ଟିମ୍ ସକାଳ ୬ଘଟିକା ଠାରୁ ମାଧ୍ୟମ୍ନ ୧୨ଘଟିକା ପର୍ଯ୍ୟନ୍ତ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ସୂଚନା ଦେଇଛନ୍ତି । ବିଗତ କିଛି ବର୍ଷର ପକ୍ଷୀ ଗଣନା ରିପୋର୍ଟ ଯଦି ଦେଖିବା ତେବେ ୨୦୧୭ ମସିହାରେ ୯ଲକ୍ଷ ୪୭ ହଜାର ୧୧୯ଟି ପକ୍ଷୀ ଆସିଥିଲେ ସେଥିରେ ୧୬୧ ପ୍ରଜାତିର ପକ୍ଷୀ ରହିଥିଲେ । ସେହିପରି ୨୦୧୮ ମସିହାରେ ୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଆସିଥିବା ବେଳେ ତାମଧ୍ୟରେ ୧୪୭ ପ୍ରଜାତିର ପକ୍ଷୀ ରହିଥିଲେ । ୨୦୧୯ ରେ ମୋଟ ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିବା ବେଳେ ୧୮୧ ପ୍ରଜାତିର ପକ୍ଷୀ ଆସିଥିବା ସୂଚନା ମିଳିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.