ETV Bharat / state

ଚିନ୍ତା ବଢାଉଛି ପିଲା ଚୋରି ଘଟଣା, ସତର୍କ ରହିବାକୁ ଏସପିଙ୍କୁ ନିର୍ଦ୍ଦେଶ - ସତର୍କ ରହିବାକୁ ଏସପିଙ୍କୁ ନିର୍ଦ୍ଦେଶ

ରାଜ୍ୟରେ ଚିନ୍ତା ବଢାଉଛି ପିଲା ଚୋରି ଓ ଅପରହଣ ଘଟଣା । ସତର୍କ ରହିବାକୁ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଅଧିକ ପଢନ୍ତୁ

ଚିନ୍ତା ବଢାଉଛି ପିଲା ଚୋରି ଘଟଣା, ସତର୍କ ରହିବାକୁ ଏସପିଙ୍କୁ ନିର୍ଦ୍ଦେଶ

author img

By

Published : Nov 5, 2022, 7:33 PM IST

Updated : Nov 5, 2022, 10:55 PM IST

ଭୁବନେଶ୍ବର: ପିଲା ଅପହରଣ ଓ ଚୋରି ଭଳି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (Commission for Protection of Child Rights) । ଏଭଳି ମାମଲା ବଢୁଥିବାରୁ ରାଜ୍ୟର ସମସ୍ତ ଜିଲ୍ଲାର ଏସପିଙ୍କୁ ସତର୍କ ରହି ଶିଶୁ ଅପହରଣ ଓ ଚୋରିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନୋଟିସ ଜାରି କରାଯାଇଛି ।

ଗତକାଲି ବଡଗଡ଼ ଥାନା ଦ୍ବାରା ନାବାଳିକା ଅପହରଣ ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିବା ସହ ମଞ୍ଚେଶ୍ବରରୁ ଅପହୃତ ନାବାଳିକାକୁ ଉଦ୍ଧାର କରିଥିଲା । ଘଟଣାରେ ଉଦ୍ଧାର ନାବାଳିକାର ସ୍ବାସ୍ଥ୍ୟ ଓ ମାନସିକ ଅବସ୍ଥା ସହିତ ଅପହରଣ ପଛର କାରଣ ସମ୍ପର୍କରେ ସୂଚନା ଦେବାକୁ ବଡଗଡ଼ ଥାନା ପୋଲିସକୁ ନୋଟିସ କରିଛନ୍ତି । ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲାର ଏସପିଙ୍କୁ ସତର୍କ ରହି ଶିଶୁ ଅପହରଣ ଓ ଚୋରିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନୋଟିସ ଜାରି କରିଛନ୍ତି ।

ଚିନ୍ତା ବଢାଉଛି ପିଲା ଚୋରି ଘଟଣା, ସତର୍କ ରହିବାକୁ ଏସପିଙ୍କୁ ନିର୍ଦ୍ଦେଶ

ଏହା ବି ପଢନ୍ତୁ- ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହେଲେ ପରିବାର

ସେହିଭଳି ଅଭିଭାବକମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର । ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ଚାଇଲ୍ଡ ଲାଇନକୁ ମଧ୍ୟ ମୁଖ୍ୟତଃ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧକ୍ଷ୍ୟା । ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଶିଶୁ ଚୋରି ଓ ଅପହରଣ ଘଟଣା ସାମନାକୁ ଆସୁଛି । ଯାହା ଚିନ୍ତାର କାରଣ ପାଲଟିଛି ।

ରାଜ୍ୟରେ ଯାଜପୁରର ପିହୁ ନିଖୋଜ ଘଟଣା ଭଳି ଅନେକ ଶିଶୁ ଅପହରଣ ଏବ ଚୋରି ଘଟଣା ଲୁଚି ଯାଉଛି । ନା ସରକାରଙ୍କ ଖୋଜିବାର ପ୍ରୟାସ ଅଛି, ନା ପଦକ୍ଷେପ । ତେବେ ଶିଶୁ ଚୋରି ଓ ଅପହରଣ ଭଳି ଘଟଣାକୁ ରୋକିବା ଦିଗରେ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 5, 2022, 10:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.