ETV Bharat / state

ମୁଖ୍ୟ ଶାସନ ସଚିବଙ୍କ ବିଦ୍ୟୁତ ପରିବହନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା, ଗୁଣାତ୍ମକ ବିଦ୍ୟୁତ ଯୋଗାଣକୁ ଗୁରୁତ୍ୱ

author img

By ETV Bharat Odisha Team

Published : Aug 25, 2023, 7:21 AM IST

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ (ଓପିଟିସିଏଲ)ର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

chief secretary review several optcl project work
ମୁଖ୍ୟ ଶାସନ ସଚିବଙ୍କ ବିଦ୍ୟୁତ ପରିବହନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଓପିଟିସିଏଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ହୋଇଛି । ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସେହିପରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଓଡ଼ିଶା ବିଦ୍ୟୁତ ସଂଚରଣ ନିଗମ ଲିମିଟେଡ ବା ଓପିଟିସିଏଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ବୈଠକରେ ୨୨୦/୩୩ କେଭି ବାଲିଗୁଡା ଗ୍ରିଡ ସବ ଷ୍ଟେସନ ସମେତ ୨୨୦ କେଭି କେସିଙ୍ଗା-ବାଲିଗୁଡ଼ା ଲାଇନ, ୧୩୨ କେଭି ବୌଦ୍ଧ-ଫୁଲବାଣୀ ଡିସି ଲାଇନ, ୧୩୨ କେଭି ବୌଦ୍ଧ-କିଆକଟା ଡିସି ଲାଇନ, ୨୨୦ କେଭି ଲିଲୋ ଲାଇନରୁ ୨୨୦/୩୩ କେଭି ଦଶପଲ୍ଲା ଗ୍ରିଡ, ଦିଗପହଣ୍ଡି-ମୋହନା ଲାଇନରୁ ଆର.ଉଦୟଗିରି ଗ୍ରୀଡକୁ ଲିଲୋ ଲାଇନ, ୨୨୦ କେଭି କେନ୍ଦୁଝର-ତୁରୁମୁଙ୍ଗା ଡିସି ଲାଇନ ଆଦି ବିଭିନ୍ନ ପ୍ରକଳ୍ପର ଜଙ୍ଗଲ ମଞ୍ଜୁରୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି ।

ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ବହୁ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସବୁ ପ୍ରକଳ୍ପ ଜଙ୍ଗଲ ସଂପର୍କିତ ସମସ୍ୟା ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବିତ ହୋଇଛି । ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାରେ ଏହି ପ୍ରକଳ୍ପ ଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଓପିଟିସିଏଲକୁ ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ପିସିସିଏଫ ନୋଡାଲଙ୍କୁ ଏହି ପ୍ରସଙ୍ଗକୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରଣାଳୟ ଅଧିନସ୍ଥ ସମନ୍ୱିତ ଆଞ୍ଚଳିକ କାର୍ଯ୍ୟାଳୟ ବା ଆଇଆରଓ ସହିତ ଆଲୋଚନା କରିବା ପାଇଁ ଏ ସଂକ୍ରାନ୍ତରେ ଓପିଟିସିଏଲକୁ ଆବଶ୍ୟକ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ...ସିଲଭିର ସିଟିରେ ହେବ ଅର୍ବାନ ଫରେଷ୍ଟ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଏହା ବି ପଢନ୍ତୁ...ମୁଖ୍ୟ ଶାସନ ସଚିବଙ୍କ ଡିଏମଏଫ ସମୀକ୍ଷା, ବାର୍ଷିକ ପ୍ରଗତିଶୀଳ ଯୋଜନା ଉପରେ ଗୁରୁତ୍ୱ

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଏହି ସମୀକ୍ଷା ବୈଠକ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ପିସିସିଏଫ ନୋଡାଲ, ଓପିଟିସିଏଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଶକ୍ତି ବିଭାଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.