ETV Bharat / state

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀ ବାଦ, ଅତନୁ ସବ୍ୟସାଚୀଙ୍କୁ ମିଳିଲା ଦାୟିତ୍ୱ - exclude Minister Rohit Pujari

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀ ବାଦ । ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିସ କରିଥିବା ସୂଚନା । ଅଧିକ ପଢନ୍ତୁ

rohit pujari removed as education minister

author img

By

Published : Jun 9, 2023, 2:18 PM IST

Updated : Jun 9, 2023, 2:44 PM IST

ଭୁବନେଶ୍ବର: ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିସ କରିଥିବା ସୂଚନା ମିଳିଛି । ବିଭାଗୀୟ ବାର୍ଷିକ ରିପୋର୍ଟ ଆଧାରରେ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବାଦ ଦେବାକୁ ସୁପାରିସ କରାଯାଇଛି ।

ବିଭାଗୀୟ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । 23 ବର୍ଷର ଚତୁର୍ଥ ପାଳିର ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିଥିଲେ । ଏହି କ୍ରମରେ ନବୀନ ପ୍ରତ୍ୟେକ ବିଭାଗରେ କିଭଳି କାର୍ଯ୍ୟ କରାଯାଉଛି ତାହାର ଏକ ରିପୋର୍ଟ କାର୍ଡ ଦେବାକୁ କହିଥିଲେ । ଏହି ରିପୋର୍ଟ ମୁତାବକ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ଥିବା କୁହାଯାଉଛି । ତେବେ ଏହାକୁ ନେଇ ବିଧିବଦ୍ଧ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । କିନ୍ତୁ ଏହି କାରଣରୁ ଉଚ୍ଚଶିକ୍ଷା ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରୁ ଅପସାରଣ କରିଥିବା ଚର୍ଚ୍ଚା ଜୋର ଧରିଛି ।

ରୋହିତ ପୂଜାରୀ ପଶ୍ଚିମ ଓଡିଶାର ରେଢ଼ାଖୋଲରୁ 2014ରୁ ବିଜେଡ଼ି ଟିକେଟରେ ବିଧାୟକ ହୋଇଥିଲେ । 2019 ସାଧାରଣ ନିର୍ବାଚନରେ ବିଜୟୀ ହୋଇ ପୁଣି ଥରେ ବିଧାୟକ ହୋଇଥିଲେ । ରୋହିତ ପୂଜାରୀ 2022ରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବେଳେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ୱ ମିଳିଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ଦଳକୁ ଅଧିକ ସଂଗଠିତ କରିବାକୁ ବିଜେଡି ପ୍ରୟାସ ଜାରି ରହିଛି । ରୋହିତ ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ନେତା ଭାବେ ପରିଚିତ । ନିକଟରେ କେତେକ ବୟାନବାଜି ଯୋଗୁଁ ମଧ୍ୟ ବିବାଦ ପରିସରକୁ ଆସିଥିଲେ । ବରିଷ୍ଠଙ୍କୁ ବିଧାୟକ ଟିକେଟ ମିଳିବା ନେଇ ବୟାନ ଦେଇଥିଲେ ରୋହିତ ।

"60 ବର୍ଷରୁ ଉର୍ଦ୍ଧ୍ବ ନେତା ମାନେ ରାଜନୀତିରୁ ଦୁରେଇ ଯିବା କଥା ।" କିଛି ଦିନ ପୂର୍ବେ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ ରୋହିତ ପୂଜାରୀ । ନାକ୍‌ ର଼୍ୟାଙ୍କ୍‌ରେ ଉତ୍କଳ ୟୁନିଭର୍ସିଟି ତଳକୁ ଖସି 93ତମ ସ୍ଥାନକୁ ଚାଲି ଆସିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି । ରୋହିତଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ଦେବା ପରେ ଅତନୁ ସବ୍ୟସାଚୀଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 9, 2023, 2:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.