ETV Bharat / state

ନିର୍ମଳାଙ୍କୁ ନବୀନଙ୍କ ଚିଠି, କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି

କେନ୍ଦ୍ର ଅର୍ଥମନ୍ତ୍ରୀ ତଥା GST ପରିଷଦ ଅଧ୍ୟକ୍ଷ ନିର୍ମଳା ସୀତାରମଣ (Union Finance Minister Nirmala Sitharaman) ଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik ) । କେନ୍ଦୁପତ୍ର (kendu leaves) ରୁ GST ଉଚ୍ଛେଦ ପାଇଁ ପୁନର୍ବାର ଦାବି କରିଛନ୍ତି ନବୀନ । ଅଧିକ ପଢନ୍ତୁ

author img

By

Published : Nov 26, 2022, 5:31 PM IST

କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି
କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା GST ପରିଷଦ ଅଧ୍ୟକ୍ଷ ନିର୍ମଳା ସୀତାରମଣ (Union Finance Minister Nirmala Sitharaman) ଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik ) । କେନ୍ଦୁପତ୍ର (kendu leaves) ରୁ GST ଉଚ୍ଛେଦ ପାଇଁ ପୁନର୍ବାର ଦାବି କରିଛନ୍ତି ନବୀନ । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବିକାଶ ଲାଗି GST ଉଚ୍ଛେଦ ଆବଶ୍ୟକତା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନିର୍ମଳାଙ୍କୁ ନବୀନଙ୍କ ଚିଠି, କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି
ନିର୍ମଳାଙ୍କୁ ନବୀନଙ୍କ ଚିଠି, କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି

ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ଯେ, କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ର ସରକାର 18% ଜିଏସଟି ରଖିଛନ୍ତି । ଏହା ବହୁତ ଅଧିକ । ତେଣୁ କେନ୍ଦୁପତ୍ର ଉପରୁ GST ଉଠାଯାଉ । ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ଜିଏସଟି ସମ୍ପୂର୍ଣ୍ଣ ଉଚ୍ଛେଦ କରିବାକୁ ସେ ଦାବୀ କରିଛନ୍ତି । GST ଲାଗୁ ଦ୍ୱାରା ବିକ୍ରି ମୂଲ୍ୟ କମିଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ଏହାବି ପଢନ୍ତୁ- Jagannath Express: ଫୋକସରେ ଜଗନ୍ନାଥ ସଂସ୍କୃତି ପ୍ରଚାର, ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଅଛନ୍ତି । ଏମାନେ ଗରିବ ଲୋକ । ବହୁ ଜନଜାତି ମା'ମାନେ ମଧ୍ଯ କେନ୍ଦୁପତ୍ର ତୋଳିବା କାମ କରନ୍ତି । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ସବୁବେଳେ କାମ କରି ଆସୁଛି । ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବୋନସ ଦିଆଯାଉଛି । ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି ।

ଏହାବି ପଢନ୍ତୁ- ଶରୀରର ଏହିସବୁ ଅଙ୍ଗରେ ଅତ୍ୟଧିକ ଯନ୍ତ୍ରଣା ହୋଇପାରେ କର୍କଟର କାରଣ !

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ତିନିଥର ଆଲୋଚନା କରିଛନ୍ତି । ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ । ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ସର୍କଲ ଚେକରସ ଓ ବାଇଣ୍ଡିଂ ଚେକରସ ମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳୀ ମାନଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ । କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲାମାନଙ୍କୁ ବୃତ୍ତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.