ETV Bharat / state

Padmapur Result: ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା - ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳାଫଳ

ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳାଫଳ ଘୋଷଣା ହେବ । ECI ପୋର୍ଟାଲରେ ରେଜଲ୍ଟ ଅପଡେଟ ହେବାନେଇ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ଅଧିକ ପଢ଼ନ୍ତୁ

Chief Electoral Officer Sushil Lohani press meet on Padmapur Result
Padmapur Result: ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
author img

By

Published : Dec 7, 2022, 3:34 PM IST

ଭୁବନେଶ୍ବର: ଆସନ୍ତାକାଲି ପଦ୍ମପୁର ଉପନିର୍ବାଚନ ଫଳାଫଳ ଘୋଷଣା ହେବ । ସକାଳ 8ଟାରେ ଗଣନା ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲଟ କାଉଁଟିଂ ହେବ । ECI ପୋର୍ଟାଲରେ ରେଜଲ୍ଟ ଅପଡେଟ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ।

ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, "ଆସନ୍ତାକାଲି ସକାଳ 8 ଟାରେ ଗଣନା ଆରମ୍ଭ ହେବ ଏବଂ ସାଢ଼େ 8ରୁ ଇଭିଏମ୍‌ ଗଣତି ଆରମ୍ଭ ହେବ । 14ଟିରେ ଇଭିଏମ୍‌ କାଉଣ୍ଟିଂ କରାଯିବ । 296 ପୋଷ୍ଟାଲ ବାଲାଟ ରହିଛି ଏବଂ 319 ବୁଥରେ ଗଣତି ହେବ । ଗଣତି ପ୍ରକ୍ରିୟାରେ 3ଜଣ ଷ୍ଟାଫ୍ ଓ ଓବଜରଭର ରହିବେ । କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ସୁଧାରିବା ପାଇଁ ECIର ଟେକନିକାଲ ଅଫିସର ରହିବେ ।" ତେବେ ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ବାରଣ କରାଯାଇଛି । କେବଳ ତିନି ଜଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଏବଂ ଅବଜରଭର ଭୋଟ ଗଣତି କେନ୍ଦ୍ରକୁ ମୋବାଇଲେ ନେଇପାରବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇଛନ୍ତି ।

ଭୋଟ ଗଣତି କେନ୍ଦ୍ର ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିଏପିଏଫ, ରାଜ୍ୟ ସଶସ୍ତ୍ର ପୋଲିସ ଏବଂ ରାଜ୍ୟ ପୋଲିସ ନିୟୋଜିତ ରହିବେ । ଗଣମାଧ୍ୟମ ପାଇଁ କାଉଣ୍ଟିଂ ସେଣ୍ଟର କରାଯିବ । ଯେଉଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଇଲେକ୍ସନ କମିଶନ ଦ୍ବାରା ପାସ ମିଳିଥିବ, ସେମାନଙ୍କ ଛୋଟ ଛୋଟ ଗ୍ରୁପରେ ବିଭକ୍ତ କରାଯାଇ କାଉଣ୍ଟିଂ ସେଣ୍ଟରକୁ ନିଆଯିବ । ଏଥିସହ ମିଡିଆ ସେଣ୍ଟରର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.