ETV Bharat / state

ଛେନାପୋଡ ଦିବସ: ଭାରି ସୁଆଦିଆ ଆମ ଛେନାପୋଡ, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି - ଛେନାପୋଡ ଦିବସ 2023

ପ୍ରତିବର୍ଷ ଏପ୍ରିଲ 11ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଏ । ପ୍ରତି ଓଡିଆଙ୍କ ପସନ୍ଦର ମିଠା ଛେନାପୋଡ । ଆଜି ଏହା ବିସ୍ବ ଦରବାରରେ ପରିଚୟ ହାସଲ କରିଛି । ତେବେ ଜାଣନ୍ତୁ ଛେନାପୋଡ ବିଷୟରେ

ଛେନାପୋଡ ଦିବସ
world chhenapoda day
author img

By

Published : Apr 11, 2023, 8:13 AM IST

ଭୁବନେଶ୍ବର: ଛେନାପୋଡ... ଖାଇବାକୁ କାହାକୁ ବା ଭଲ ନ ଲାଗେ । ଛେନାପୋଡକୁ ଦେଖିଦେଲେ ପାଟିକୁ ପାଣି ଆସିଯାଏ । ଥରେ ଯିଏ ଏହାର ସ୍ୱାଦ ପାଇଛି ଆଉ ଥରେ ଖାଇବାକୁ ମନ ବଳାଇଛି ନିଶ୍ଚୟ । ପିଠା ହେଉ ହେଉ ହୋଇଯାଇଥିବା ଛେନାପୋଡ କଥା ଆସିଲେ ସମସ୍ତେ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ ଖାଲି ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ ହୋଇଛି । ଓଡିଶାର ଏକ ସ୍ବତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି । ଛେନାପୋଡ ଏକ ଏପରି ମିଠା ଯାହାକୁ ଯେତେ ପୋଡିଲେ ତାର ସ୍ବାଦ ସେତେ ବଢିଥାଏ । ବିଶ୍ବ ଦରବାରରେ ଏହି ମିଠା ସ୍ବତନ୍ତ୍ର ପରିଚୟ ହାସଲ କରିଛି । ଓଡିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ 11ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି ।

ଛେନାପୋଡର ସୃଷ୍ଟି: ନୟାଗଡ ମାଟିରୁ ଜନ୍ମ ନେଇଛି ଛେନାପୋଡ । ପ୍ରତ୍ୟେକ ନୟାଗଡିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ହୋଇଛି । ଛେନାପୋଡର ସ୍ରଷ୍ଟା ହେଉଛନ୍ତି ସୁଦର୍ଶନ ସାହୁ । 1945 ମସିହାରେ ନୟାଗଡ ଦଶପଲ୍ଲାରେ ସୁଦର୍ଶନ ସାହୁ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଏକଦା ତାଙ୍କ ହୋଟେଲରେ କିଛି ଛେନା ବଳି ଥିଲା । ତାହା ସକାଳକୁ ଖରାପ ହୋଇଯିବ କଣ କରିବେ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡରେ ପୋଡି ଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା । ପ୍ରଥମେ ତାହା ଛେନାପୋଡ ପିଠା ହୋଇଥିଲା ।

ପରେ ପିଠାରୁ ମିଠା ପାଲଟିଥିଲା ଛେନାପୋଡ । କମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା । ନୟାଗଡରୁ ବିଭିନ୍ନ ଜିଲ୍ଲାକୁ ଛେନାପୋଡ ପଠାଯାଇଥିଲା । ପରେ ଅନ୍ୟ ଜିଲ୍ଲାରେ ଏହା ବିକ୍ରି ହୋଇଥିଲା । ମାତ୍ର ଛେନାପୋଡରେ ଏନ୍ତୁଡିଶାଳ ନୟାଗଡ ରହିଛି । ଏପ୍ରିଲ 11 ତାରିଖରେ ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ତାରିଖକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଏ । ଛେନାପୋଡର ସୃଷ୍ଟି ନୟାଗଡରୁ ଏହା ସମସ୍ତଙ୍କୁ ଜଣା । 2022 ମସିହାରୁ 'ହେଲପିଙ୍ଗ ହ୍ୟାଣ୍ଡସ' ଅନୁଷ୍ଠାନ ପକ୍ଷରୁ ବିଶ୍ବ ଛେନାପୋଡ ଦିବସ ପାଳନ କରାଯାଉଛି ।

ଛେନାପୋଡ ପ୍ରସ୍ତୁତି: ପ୍ରଥମେ ଛେନା ସଂଗ୍ରହ କରାଯାଏ । ଛେନାରେ ଆବଶ୍ୟକ ଅନୁଯାୟୀ ଚିନି, ସୁଜି, କାଜୁ, ଗୁଜୁରାତି ଇତ୍ୟାଦି ମିଶାଯାଏ । ଏହାପରେ ଏକ ରସ ପାତ୍ରରେ ତାହାକୁ ରଖାଯାଏ । ତାହାକୁ କଡା ନିଆଁ ଆଞ୍ଚରେ ବସାଯାଇ ପୋଡାଯାଏ । ଏହାପରେ ପ୍ରସ୍ତୁତ ହୋଇଯାଏ ସୁଆଦିଆ ଛେନାପୋଡ । ଛେନାପୋଡର ମାନକୁ ଦେଖି ତାର ଦରଦାମ ରହିଛି । କିଲୋ ପିଛା 100ରୁ 250 ଟଙ୍କା ଯାଏ ଛେନାପୋଡ ବିକ୍ରି କରାଯାଏ । ଏହି ପ୍ରସିଦ୍ଧ ଛେନାପୋଡ ଅନେକଙ୍କ ବ୍ୟବସାୟର ମାଧ୍ୟମ ପାଲଟିଛି ।

GI ଟ୍ୟାଗ ଦାବି: ଓଡିଶାବାସୀଙ୍କ ଗର୍ବ ଓ ଗୌରବ ପାଲଟିଥିବା ଛେନାପୋଡକୁ ଜିଆଇ ଟ୍ୟାଗ ବା ଭୌଗଳିକ ସ୍ବୀକୃତି ପାଇଁ ଦାବି ହୋଇ ଆସୁଛି । ଛେନାପୋଡ଼ ଓଡ଼ିଆଙ୍କ ପ୍ରିୟ ମିଠାଖାଦ୍ୟ ହୋଇଥିବା ବେଳେ ଏହା ଆମ ଓଡିଶାର ଗର୍ବ ଓ ଗୌରବର ଉତ୍ସବ । ଜିଆଇ ଟ୍ୟାଗ ମିଳିଲେ ଏହା ପ୍ରତିଟି ଓଡିଆଙ୍କ ପାଇଁ ଗର୍ବର ବିଷୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.