ଭୁବନେଶ୍ବର: ସୋମବାର ଭାରତ ପାଇଁ ଇତିହାସ ରଚିଥାନ୍ତା ‘ଚନ୍ଦ୍ରଯାନ 2’ । କିନ୍ତୁ ରକେଟରେ କିଛି ଯାନ୍ତ୍ରିକ ତ୍ରୁଟି ରହି ଥିବାର ଜଣା ପଡିବାରୁ ଚାନ୍ଦ୍ରଯାନ- 2ର ଉଦକ୍ଷେପଣକୁ ସ୍ଥଗିତ ରଖାଗଲା । ଖୁବ ଶୀଘ୍ର ଆଉ କିଛି ଦିନ ଭିତରେ ପୁଣି ଏହାର ଉତକ୍ଷେପଣ ତାରିଖ ଘେଷଣା କରାଯିବ ବୋଲି କୁହାଯାଇଛି।
ଅନ୍ୟ ପଟେ ଏହି ଜାନ ପାଇଁ ଭୁବନେଶ୍ବରର ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଙ୍ଗ ସେଣ୍ଟ୍ରରରୁ ଅନେକ ଯନ୍ତ୍ରପାତି ତିଆରି ହୋଇଛି । ଗୋଟେପଟେ ସମଗ୍ର ଦେଶ ପାଇଁ ଏହା ଏକ ବଡ଼ ମିଶନ ଥିବାବେଳେ ଏହାର ଅଧିକାଂଶ ଯନ୍ତ୍ରପାତି ଏହିଠାରେ ନିର୍ମାଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଟ୍ରେନିଙ୍ଗ ସେଣ୍ଟର ମୁଖ୍ୟ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ