ଭୁବନେଶ୍ବର: ରାଜଧାନୀରେ ଘର ଭଡାରେ ଦେଉଥିଲେ ସାବଧାନ । ନହେଲେ ଆପଣ ବି ହୋଇପାରନ୍ତି ଠକେଇର ଶିକାର । ବଣ୍ଟି, ବବଲି ସାଜି ଲଗେଇ ଦେବେ ଚୂନା । ଏଭଳି ଏକ ଖବର ଭୁବନେଶ୍ବରର ଚନ୍ଦ୍ରଶଖରପୁରରୁ ସାମ୍ନାକୁ ଆସିଛି । ଜାଲ ଦସ୍ତାବିଜରେ ଭଡାଘର କାବୁ କରୁଥିବା ବେଳେ ଯୋଜନା ପଣ୍ଡ କରିଲା ପୋଲିସ । ଶେଷରେ ଧୂର୍ତ୍ତ ଦମ୍ପତିକୁ ଗିରଫ କରିଛି । ଗିରଫ ଦମ୍ପତି ହେଲେ ସୋନାଦତ୍ତ ମିଶ୍ର ଏବଂ ସନ୍ଦୀପ ପ୍ରସାଦ ।
ଅଭିଯୋଗ ଅନୁସାରେ, ସୁନ୍ଦର କୋଠା ବା ମାଲିକ ନଥିବା ଘରକୁ ଟାର୍ଗେଟ କରୁଥିଲେ ଏହି ଦମ୍ପତି । ପ୍ରଥମେ ନିଜକୁ ସ୍ବାମୀ ଓ ସ୍ତ୍ରୀର ପରିଚୟ ଦେଇ ନିଜ ବ୍ୟବସାୟ ପାଇଁ ଘର ଆବଶ୍ୟକ କହି ଭଡାରେ ରହୁଥିଲେ । ଏହାର କିଛିଦିନ ପରେ ଘରକୁ କବ୍ଜା କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ୬ରୁ ୭ମାସ ଦରମା ଦେବା ପରେ ନିଜର ଅସଲ ରୂପ ଦେଖାଉଥିଲେ । ପରେ ମାଲିକର ନିକଟତର ସୁଯୋଗ ଦେଖି ଏକାନ୍ତରେ ଫଟୋ ଉଠାଇ ବ୍ଲାକମେଲ କରୁଥିଲେ । ଏହାସହ ମାଲିକ ତାଙ୍କ ସହ ଖରାପ ସମ୍ପର୍କ ରଖିଥିବା ଅଭିଯୋଗ କରୁଥିଲେ।
ଆଉ ନିରିହ ଘରମାଲିକକୁ ଏହିପରି ଢଙ୍ଗରେ ମାନସିକ ଅତ୍ୟାଚାର ଦେଇ ଘର ତାଙ୍କ ନାଁରେ ଘର କରାଇଦେବାକୁ ଧମକ ଦେଉଥିଲେ । ଆଉ ଏହିପରି ଢଙ୍ଗରେ ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ଏକ ଘରକୁ ନେଇ ମାଲିକ ନାଁରେ ମିଛ ଅଭିଯୋଗ ସହ ପରେ ଜୀବନରୁ ମାରିଦେବାକୁ ଦେଇଥିବା ଧମକ ଦେଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ସୁମନ ମିଶ୍ର ନାମକ ଜଣେ ଘର ମାଲିକାଣିର ଅଭିଯୋଗ ଆଧାରରେ ସୋନାଦତ୍ତ ମିଶ୍ର ଓ ତାଙ୍କ ସ୍ବାମୀ ସନ୍ଦୀପ ପ୍ରସାଦକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ଆଇପିସିର ଧାରା 420, 467, 468, 223, 506, 34ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟର ଘରକୁ ଫର୍ଜରି ଏଗ୍ରିମେଣ୍ଟ ଦର୍ଶାଇ ଜବର ଦଖଲ କରି ନିଜର ଘର କହି ଅସଲ ଘର ମାଲିକକୁ ଧମକାଇବା ଓ ଠକିବା ଆଦି ସଙ୍ଗୀନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ଭଡ଼ାଟିଆ ଆଳରେ ଠକିବା ଓ ମାଲିକକୁ ହଇରାଣ କରିବାର ନଜିର ମଧ୍ୟ ଅନେକ ରହିଛି । ଟେଣ୍ଡାଣ୍ଟ ଆକ୍ଟ ଓଡ଼ିଶାରେ ଲାଗୁ ହୋଇନଥିବାରୁ ଏପରି ଭଡ଼ାଟିଆ ଏବେ ଏପରି ଢଙ୍ଗରେ ଠକାମି କରି ଜବରଦଖଲ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର