ETV Bharat / state

ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢିବେ ଛାତ୍ରଛାତ୍ରୀ

ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

author img

By

Published : Jul 22, 2023, 9:19 PM IST

Updated : Jul 22, 2023, 9:36 PM IST

Etv Bharat
Etv Bharat
ଏଣିକି CBSE ସ୍କୁଲରେ ଓଡ଼ିଆରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଏଣିକି CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା । ମାତୃଭାଷାରେ ପାଠ ପଢ଼ାଇବାର ବିକଳ୍ପକୁ ଧୀରେ ଧୀରେ ଆପଣାଇବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏବେ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ପଢା ଯାଇପାରିବ। ଏନେଇ ଓଡ଼ିଆ ଭାଷାରେ ମଧ୍ୟ ପାଠ ପଢ଼ାଯିବ। ଏହାଦ୍ବାରା ଛାତ୍ରଛାତ୍ରୀ ଭଲ ଭାବେ ପାଠକୁ ବୁଝି ପାରିବେ। ଏନେଇ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି । ଯିଏ ଚାହିଁବ, ଆଞ୍ଚଳିକ ଭାଷାରେ ପାଠ ପଢ଼ି ପାରିବ । ସ୍କୁଲଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣେଇବେ। ଯିଏ ଯେଉଁ ମାତୃଭାଷାରେ ପଢୁଛି ବୁଝୁଛି ତେବେ ସେହି ପିଲା ଅଧିକ ଚିନ୍ତା କରିପାରିବ।

ଏହା ବି ପଢନ୍ତୁ- ଆଞ୍ଚଳିକ ଭାଷାର ବିସ୍ତାର ପାଇଁ ପ୍ରତିଷ୍ଠା ହେବ ଜାତୀୟ ଭାଷା ଅନୁବାଦନ ମିଶନ: ଅର୍ଥମନ୍ତ୍ରୀ

ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପିଲାଟି ନିଜ ଭାଷାର ପାଠ୍ୟକ୍ରମକୁ ସ୍ପଷ୍ଟ ଭାବରେ ବୁଝିବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ପାଖାପାଖି 22ଟି ଭାଷାରେ ପାଠ ପଢାଯିବ । ଅନ୍ୟପଟେ ଅଭିଭାବକ ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, "ଏହାକୁ ସ୍ଵାଗତ କରାଯାଉଛି । ରାଜ୍ୟରେ 48 ହଜାର ପ୍ରାଥମିକ ସ୍କୁଲ ସମେତ 10 ହଜାର ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ଯାହା ଉନ୍ନିତ କରି ଯୁକ୍ତ ଦୁଇ ମଧ୍ୟ କରାଯାଇଛି । ସବୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏକ ପ୍ରକାରର କରାଯାଉ। ଯାହା ଫଳରେ ଚାକିରି ଓ ପାଠ ପଢ଼ାକୁ ନେଇ ସମାନତା ରହିବ। ଆଶା କରାଯାଉଛି ରାଜ୍ୟରେ ଥିବା ଅନେକ ଶିକ୍ଷାନୁଷ୍ଠାନ ଗୁଡ଼ିକକୁ ସିବିଏସି କରିବା ପାଇଁ ଅନୁରୋଧ କରାଯାଉଛି ।"

ଶିକ୍ଷା ମନ୍ତ୍ରଣାଳୟ ଭାରତୀୟ ଭାଷା ମାଧ୍ୟମରେ ଶିକ୍ଷାକୁ ବାସ୍ତବ ରୂପ ଦେବା ପାଇଁ ଅନେକ ପଦକ୍ଷେପ ନେଇଛି । ବର୍ତ୍ତମାନ ନିଆଯାଇଥିବା ଏକ ପ୍ରମୁଖ ପଦକ୍ଷେପ ହେଉଛି 22ଟି ନିର୍ଦ୍ଦିଷ୍ଟ ଭାରତୀୟ ଭାଷା ମାଧ୍ୟମରେ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ NCERTକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ରିପୋର୍ଟ ଅନୁଯାୟୀ NCERT ଏହି କାର୍ଯ୍ୟକୁ ପ୍ରାଥମିକତାକୁ ମଧ୍ୟ ଦେଇଛି । ଯାହା ଦ୍ବାରା 22ଟି ନିର୍ଦ୍ଧାରିତ ଭାଷାରେ ପାଠ୍ୟ ପୁସ୍ତକ ପରବର୍ତ୍ତୀ ଅଧିବେଶନରୁ ସମସ୍ତ ଛାତ୍ରଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2023, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.