ETV Bharat / state

ସମ୍ବନ୍ଧ ଫାଇନାସ ଦିପକ କିଣ୍ଡୋଙ୍କ ପାଇଁ ଅଡୁଆ, CBI ପରେ କେରଳ EOWର ଓଡିଶାରେ ତନାଘନା

ବଢୁଛି ଦୀପକ କିଣ୍ଡୋରଙ୍କ ପାଇଁ ଅଡୁଆ । ଦୀପକ କିଣ୍ଡୋଙ୍କ ନାଁରେ କେସ ରେଜିଷ୍ଟର କଲା ସିବିଆଇ । ସେପଟେ ସମ୍ବନ୍ଧ ଫାଇନାନ୍ସ କମ୍ପାନୀ ନାଁରେ ଠକେଇ ଅଭିଯୋଗ ଆସିବା ପରେ କେରଳ EOW ତନାଘନା ଆରମ୍ଭ କରିଛି । ଅଧିକ ପଢନ୍ତୁ

ବଢୁଛି ଦୀପକ କିଣ୍ଡୋରଙ୍କ ପାଇଁ ଅଡୁଆ
ବଢୁଛି ଦୀପକ କିଣ୍ଡୋରଙ୍କ ପାଇଁ ଅଡୁଆ
author img

By ETV Bharat Odisha Team

Published : Oct 6, 2023, 10:54 PM IST

ସମ୍ବନ୍ଧ ଫାଇନାସ ଦିପକ କିଣ୍ଡୋଙ୍କ ପାଇଁ ଅଡୁଆ

ଭୁବନେଶ୍ବର: ପୂର୍ବତନ IAS ସ୍ବର୍ଗତ ଲିଭନେଶ କିଣ୍ଡୋଙ୍କ ପୁଅ ତଥା ଠକ ଦୀପକ କିଣ୍ଡୋଙ୍କ ପାଇଁ ବଢୁଛି ଅଡୁଆ । ସିବିଆଇ ହାତରେ ଲାଗିଛି ଦୀପକ କିଣ୍ଡୋର ଠକେଇ ନେଟୱର୍କ ଓ ସାରାଦେଶର ଠକେଇର ଚେର । ଦେଶର ବିଭିନ୍ନ ରାଜ୍ୟରେ ନିବେଶକଙ୍କ ଠାରୁ ଠକେଇ କରିଛନ୍ତି ଶତାଧିକ କୋଟି ଟଙ୍କା । ଅନ୍ତର୍ଜାତୀୟ ବଜାରରେ ଟଙ୍କା ନିବେଶ କରିଥିବା ନାଁରେ ଦୀପକ କିଣ୍ଡୋ ସମ୍ବନ୍ଧ ଫାଇନାନ୍ସ ଜରିଆରେ 350କୋଟି ଟଙ୍କାର ଚୁନା ଲଗାଇ ଜେଲରେ ଅଛନ୍ତି । ଦୀପକ କିଣ୍ଡୋଙ୍କ ନାଁରେ ସିବିଆଇ ଏକ କେସ ରେଜିଷ୍ଟର କରିଛି । କେସରେ ସମ୍ବନ୍ଧ ଫାଇନାନ୍ସ ସମେତ ଦୀପକ କିଣ୍ଡୋ ତାଙ୍କ ପତ୍ନୀ ଅମ୍ରିତା କିଣ୍ଡୋ ଓ ଅନ୍ୟତମ ଡାଇରେକ୍ଟର ସହ କିଛି ସରକାରୀ କର୍ମଚାରୀ ଓ ଅନ୍ୟାନ୍ୟ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ଏକ ମାମଲା ରୁଜୁ କରାଯାଇଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି ।

ଦୀପକ କେବଳ ବିଦେଶୀ ନିବେଶକଙ୍କୁ ନୁହେଁ ତାମିଲନାଡୁ, ଗୁଜୁରାଟ, ଓଡ଼ିଶା ,କର୍ଣ୍ଣାଟକ,ତେଲେଙ୍ଗାନା ଓ କେରଳା ଭଳି ରାଜ୍ୟର ବିଭିନ୍ନ ଆର୍ଥିକ ନିବେଶକାରି ସଂସ୍ଥାଙ୍କୁ ଠକେଇ କରିଛି । ଏପରିକି ନିରିହ ଆଦିବାସୀ ଲୋକଙ୍କ ନାଁରେ ଆର୍ଥିକ ସଶକ୍ତିକରଣ ଆଳରେ ଏପରି ନିବେଶକଙ୍କ ଟଙ୍କା ଆଣି ଆତ୍ମସାତ କରିବା ସହ ବିଦେଶ ଭ୍ରମଣ କରିଛନ୍ତି । ଏହିପରି ଭାବରେ ପାଖାପାଖି 17ଟି ବ୍ୟାଙ୍କ ଓ ବିଭିନ୍ନ ବିଦେଶୀ ଫାଇନାନ୍ସ ସଂସ୍ଥା ଠାରୁ 385କୋଟି ଟଙ୍କା ଠକେଇ କରିଥିବା ସିବିଆଇ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ କେରଳରେ ମଧ୍ୟ ସମ୍ବନ୍ଧ ଫାଇନାନ୍ସ କମ୍ପାନୀ ନାଁରେ ଠକେଇ ଅଭିଯୋଗ ଆସିଛି । ମୁଥୁଟ ଫାଇନାନ୍ସ କମ୍ପାନୀ ଅଧିକାରୀ ସମ୍ବନ୍ଧ ନାଁରେ ଅଭିଯୋଗ ଆଣିଛନ୍ତି । କେରଳ ପୋଲିସର ତିନି ଜଣିଆ ଟିମ୍ EOWରେ ପହଞ୍ଚିଛି । କେରଳ ପୋଲିସ ଦୀପକ ଓ ଅମ୍ରିତାଙ୍କୁ ପଚାରାଉଚରା କରିବ । ସେଥିପାଇଁ କେରଳ ପୋଲିସ କୋର୍ଟରେ ଆବେଦନ କରିଥିବା ସୂଚନା ରହିଛି । ଅନ୍ୟପଟେ ପ୍ରବର୍ତନ ନିର୍ଦ୍ଦେଶାଳୟ PMLA ଆକ୍ଟ ଆଧାରରେ ଏହାର ତଦନ୍ତ କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ବିଦେଶି ନିବେଶକାରି ସଂସ୍ଥାର ଓକିଲ ସୁପ୍ରିୟୋ ରଞ୍ଜନ‌ ମହାପାତ୍ର । ତେବେ ଦିପକ କିଣ୍ଡୋ ଗତ 18ମାର୍ଚ୍ଚରେ ଗିରଫ ହୋଇ ଜେଲରେ ଅଛନ୍ତି । ମାତ୍ର ଏହି ସମ୍ବନ୍ଧରେ କେରଳ ପୋଲିସ ପଚରାଉଚରା ପାଇଁ ଅନୁମତି ନେବାକୁ ପ୍ରସ୍ତୁତ ହେଉଛି । ଅନ୍ୟପଟେ ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା ମଧ୍ୟ ଏହି କେସରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.