ETV Bharat / state

CAG Report: ବିଜୁ ସେତୁ ପ୍ରକଳ୍ପରେ ବ୍ୟାପକ ଅନିୟମିତତା, ମନ୍ଥର କାମ ଯୋଗୁଁ ଅଟକିଛି ପ୍ରକଳ୍ପ

author img

By

Published : Dec 2, 2022, 10:27 PM IST

ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (Comptroller and Auditor General) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ 3 ଟି ବିଭାଗର ସମୀକ୍ଷା ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟ ପ୍ରକାଶିତ ହୋଇଥିବା 3 ଟି ବିଭାଗ ହେଉଛି ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ମହିଳା ଶିଶୁ ବିକାଶ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (Comptroller and Auditor General) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ 3 ଟି ବିଭାଗର ସମୀକ୍ଷା ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟ ପ୍ରକାଶିତ ହୋଇଥିବା 3 ଟି ବିଭାଗ ହେଉଛି ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ମହିଳା ଶିଶୁ ବିକାଶ ବିଭାଗ ।

CAG Report: ବିଜୁ ସେତୁ ପ୍ରକଳ୍ପରେ ବ୍ୟାପକ ଅନିୟମିତତା, ମନ୍ଥର କାମ ଯୋଗୁଁ ଅଟକିଛି ପ୍ରକଳ୍ପ

ମହାଲେଖା ନିୟନ୍ତ୍ରକ ରିପୋର୍ଟରେ ଏହି ବିଭାଗ ଗୁଡିକରେ ହୋଇଥିବା ଥିବା ତୃଟି ଓ ଦୁର୍ବଳତାକୁ ଉଲ୍ଲେଖ କରିଛନ୍ତି । ବିଶେଷକରି ଗ୍ରାମ୍ୟ ଉନ୍ନୟନ ବିଭାଗରେ ହୋଇଥିବା ନିର୍ମାଣ ପ୍ରକଳ୍ପରେ ଆହେତୁକ ବିଳମ୍ବ, ନିମ୍ନମାନର କାର୍ଯ୍ୟ ଓ ବ୍ୟାପକ ଅନିୟମିତତା କଥା ଦର୍ଶାଇଛନ୍ତି ସିଏଜି । ସରକାରଙ୍କ ଚର୍ଚ୍ଚିତ ବିଜୁ ସେତୁ ଯୋଜନାରେ ୨୦୧୭ -୨୦୨୧ ମସିହା ପାଇଁ ୨ ହଜାର ୫୭୦ କୋଟି ବଜେଟ ବ୍ୟବସ୍ଥା ହୋଇଥିଲେ ବି ୩୧୪ କୋଟି ଟଙ୍କା ବିନିଯୋଗ ହୋଇ ପାରିନାହିଁ । ସମୟୋଚିତ ଟେଣ୍ଡର, ଜମି ସମସ୍ୟାର ସମାଧାନ, ସଠିକ ସର୍ବେକ୍ଷଣ ଆଦି ସମସ୍ୟା ଥିଲା । ଏହି ସମୟ ମଧ୍ୟରେ ୭୯୩ ଟି ସେତୁ ସମ୍ପୂର୍ଣ୍ଣ ଲକ୍ଷ୍ୟ ଥିଲେ ବି ୪୭୩ ଟି ସେତୁ ସମ୍ପୂର୍ଣ ହୋଇଥିଲା । ୩୧୮ ଟି ହୋଇପାରିନାହିଁ ।

ବଲାଙ୍ଗୀର ଜିଲ୍ଲା ତମିଆ ମୁଦାଲସର ରାସ୍ତା ସୁକତେଲ ନଦୀ ଉପରେ ୭.୫୮ କୋଟି ଟଙ୍କା ବ୍ୟୟରେ ୨୦୧୫ ମସିହାରେ ଏକ ସେତୁ ନିର୍ମାଣ ହୋଇଥିଲେ ବି ନିମ୍ନ ମାନର କଂକ୍ରିଟ ବ୍ୟବହାର ଯୋଗୁଁ ସେତୁରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ଭାଙ୍ଗିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ କାର୍ଯ୍ୟ ଅବ୍ୟାହତ ସମୟରେ ୨୦୨୦ ସେତୁ ଭୁଷୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଦର୍ଶାଇଛନ୍ତି ସିଏଜି ।

ଏହାବି ପଢନ୍ତୁ- Padmapur By Poll: ଆସନ୍ତାକାଲି ପୁଣି ମୈଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗ ପାଇଁ ୨୦୧୪ ଫେବୃଆରୀ ରୁ ୨୦୨୦ ନଭେମ୍ବର ମଧ୍ୟରେ ଆଠଟି କର୍ମଜୀବୀ ମହିଳା ହଷ୍ଟେଲ ପାଇଁ ୪୪.୧୯ କୋଟି ପ୍ରଦାନ କରାଯାଇଥିଲା । କିନ୍ତୁ ନଭେମ୍ବର ୨୦୨୧ ସୁଦ୍ଧା ୫ ଟି ସମ୍ପୂର୍ଣ ହୋଇଥିଲା । ତେବେ ୨୦୨୧ ନଭେମ୍ବର କୌଣସି ଗୋଟିଏ ମଧ୍ୟ କାର୍ଯ୍ୟକ୍ଷମ ହୋଇନଥିଲା । ଓଡିଶା ନିର୍ମାଣ ନିଗମ ଲିମିଟେଡରେ ୨୦୧୭-୨୦୧୮, ୨୦୧୮-୨୦୧୯, ୨୦୨୦-୨୦୨୧ ରେ କାରବାର ଲକ୍ଷ୍ୟ ହାସଲ କରିପାରିନାହିଁ । ୨୦୧୬-୧୭ ରେ ୮୭୪ କୋଟି ପ୍ରକୃତ କାରବାର ହୋଇଥିବା ବେଳେ ୨୦୨୦-୨୧ ରେ ୪୨୨ କୋଟିକୁ ହ୍ରାସ ପାଇଥିଲା । ଆକଳନରେ ଡ୍ରେନ ପାଇଁ ଅଧିକ ମୂଲ୍ୟ ଗ୍ରହଣ ଯୋଗୁଁ ମହାନଦୀ ବ୍ୟାରେଜ ଉପରୁ ମୁଣ୍ଡରେ ସୋ ଆଲ ଅପସାରଣ ପ୍ରକଳ୍ପ କ୍ଷେତ୍ରରେ ଠିକାଦାର ଙ୍କୁ ୭.୭୨ କୋଟି ଟଙ୍କା ଅନୁଚିତ ସୁବିଧା ଦିଆଯାଇଛି ।

ଏହାବି ପଢନ୍ତୁ- Padmapur By Poll: ପଦ୍ମପୁରରେ ଅପରାଜିତାଙ୍କ ଧୂଆଁଧାର ପ୍ରଚାର

ଚତୁର୍ଦ୍ଦଶ ଅର୍ଥ ଆୟୋଗର ସର୍ତ୍ତ ଅନୁଯାୟୀ ସେବା ସ୍ତରୀୟ ବେଞ୍ଚ ମାର୍କ ହାସଲ ନ ହେବା ଯୋଗୁଁ ୟୁଏଲବି ଗୁଡ଼ିକ ୩୩୩.୫୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପାଇ ନଥିଲେ। ମାର୍ଚ୍ଚ ୨୦୨୧ ସୁଦ୍ଧା ରାଜ୍ୟ ସରକାର ବର୍ଯ୍ୟବସ୍ତୁ ନିବାରଣ ହ୍ରାସ, ପୁନଃ ବ୍ୟବହାର ନିମନ୍ତେ କୌଣସି ଯୋଜନା କରିବା ଲାଗି ପଦକ୍ଷେପ ଗ୍ରହଣ ନ କରିବାରୁ ୯୦ ପ୍ରତିଶତ ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ନ ହୋଇ ଡମ୍ପିଂୟାର୍ଡରେ ଜମା ହୋଇ ରହିଥିଲା । ଘରୋଇ ବର୍ଯ୍ୟବସ୍ତୁ ଅଧିସୂଚିତ ନହେବା ଯୋଗୁଁ ବର୍ଯ୍ୟବସ୍ତୁ ଲ୍ୟାଣ୍ଡ ଫିଲରେ ପକାଯାଇଥିଲା ।

ଏହାବି ପଢନ୍ତୁ- G20 Presidency: ସଭାପତିତ୍ୱକୁ ପ୍ରଶଂସା କଲା ଆମେରିକା, କହିଲା ଭାରତ ଆମର ଶକ୍ତିଶାଳୀ ସାଥୀ

ଏହା ଦ୍ବାରା ଲ୍ୟାଣ୍ଡ ଫିଲ ନିକଟରେ ରହୁଥିବା ବାସିନ୍ଦାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ସର୍ଭେ ସମୟରେ ଜଣାପଡିଥିଲା । ଏସଡବ୍ଲ୍ୟୁଏମ ନିୟମ ଉଲଙ୍ଘନ କରି ନମୁନା ଯାଞ୍ଚ ହେଉଥିବା ୧୧ ଟି ୟୁଏଲବିରେ ଲ୍ୟାଣ୍ଡ ଫିଲ ଠାରୁ ୨୦୦ ମିଟର ମଧ୍ୟରେ ଓ ୪ ଟି ୟୁଏଲବି ରେ ବରଫ ଜୋନ ଠାରୁ ୫୦୦ ମିଟର ମଧ୍ୟରେ ଜନବସତି ଗଢି ଉଠିବ ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିଲା । ସ୍ମାର୍ଟ ସିଟି ଗୁଡିକରେ ୨୦୧୫-୨୦୨୦ ମଧ୍ୟରେ ୨ ହଜାର ୯୫୬ ଟନ ପ୍ରତିଦିନ କଠିନ ବର୍ଯ୍ୟବସ୍ତୁ ଓ ୩୦ ହଜାର ୫୭ ଟନ ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ବିନା ପ୍ରକ୍ରିୟାକାରଣରେ ଲ୍ୟାଣ୍ଡ ଫିଲରେ ଜମା କରଯାଉଥିବା ସିଏଜି ରିପୋର୍ଟରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.