ETV Bharat / state

ଅନ୍ଧବିଶ୍ୱାସରେ ବ୍ରେକ: ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ମନାକଲେ କାର୍ଯ୍ୟାନୁଷ୍ଠାନ - ବସରେ ମହିଳା ପ୍ରଥମ ଯାତ୍ରୀ

ବସରେ ପ୍ରଥମ ଯାତ୍ରୀ ଭାବେ ଚଢିପାରିବେ ମହିଳା । ମନା କଲେ ବସ ମାଲିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ବସରେ ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ମନାକଲେ କାର୍ଯ୍ୟାନୁଷ୍ଠାନ

author img

By

Published : Jul 29, 2023, 7:04 AM IST

ଭୁବନେଶ୍ବର: ଏଣିକି ମହିଳା ହେବେ ବସର ପ୍ରଥମ ଯାତ୍ରୀ । ଯଦି କୌଣସି ବସ କର୍ମଚାରୀ ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ଉଠାଇବାକୁ ବାରଣ କରିବେ, ତାହାହେଲେ ସଂପୃକ୍ତ ବସ ମାଲିକ ତଣ୍ଡ ଗଣିବେ । ବସର ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ଉପରେ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ ବିଭାଗ ସଚିବ । ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ କାର୍ଯ୍ୟାନୁଷ୍ଠାନ ହେବ । ବସ ମାଲିକଙ୍କ ବିରୋଧରେ ଇ-ଚାଲାଣ କଟାଯିବ । ଏନେଇ ସବୁ RTO ମାନଙ୍କୁ ସଚିବ ଚିଠି କରିଛନ୍ତି । ତା’ସହ ନିୟମିତ ଯାଞ୍ଚ କରିବାକୁ ରାଜ୍ୟର ସମସ୍ତ RTO ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ବସରେ ମହିଳାଙ୍କୁ ପ୍ରଥମେ ଉଠାଯାଏନି:

ମହିଳାଙ୍କୁ ପ୍ରଥମେ ବସରେ ଉଠାଇବା ପଛରେ ଅନ୍ଧବିଶ୍ବାସ ରହିଛି । ବିପଦ ଆଶଙ୍କା କରି ପ୍ରଥମେ ମହିଳା ଯାତ୍ରୀଙ୍କୁ ଚଢିବାକୁ ଦିଅନ୍ତି ନାହିଁ ବସ କର୍ମଚାରୀ । ପ୍ରଥମେ କିଏ ଜଣେ ପୁରୁଷ ଚଢ଼ିବା ପରେ ହିଁ ମହିଳା ଯାତ୍ରୀମାନେ ବସକୁ ଉଠନ୍ତି । ମହିଳାମାନେ ପ୍ରଥମେ ବସ ଭିତରକୁ ପ୍ରବେଶ କଲେ ବା ଯାତ୍ରୀ ଭାବେ ଯାତ୍ରା ଆରମ୍ଭ କଲେ ତାହା ଅଶୁଭ ବୋଲି ଅନେକ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଧାରଣା ରହିଛି ।
ଏହାମଧ୍ୟ ପଢନ୍ତୁ: ଅନ୍ଧବିଶ୍ବାସ ଦୂର ପାଇଁ ଅଣ୍ଟା ଭିଡିଲା ମହିଳା ଆୟୋଗ, ବସରେ ପ୍ରଥମେ ଚଢିପାରିବେ ମହିଳା !

ସେହିପରି ରାଜ୍ୟର କେତେକ ସ୍ଥାନରେ ବସଷ୍ଟାଣ୍ଡରୁ ଯଦି କୌଣସି ବସ ଯାତ୍ରା ଆରମ୍ଭ କରିଥାଏ ଓ ସେଠାରେ ଯାତ୍ରୀ ଭାବେ ଯଦି କେବଳ ମହିଳା ଯାତ୍ରୀ ଉପସ୍ଥିତ ଥାଆନ୍ତି ତେବେ ବସଟି ସେମାନଙ୍କ ନ ନେଇ ଚାଲିଯାଏ । ଯେଉଁଠାରେ ପୁରୁଷ ଏବଂ ମହିଳା ଯାତ୍ରୀମାନେ ଥାଆନ୍ତି ସେଠାରେ ପ୍ରଥମେ ପୁରୁଷ ଯାତ୍ରୀଙ୍କୁ ଉଠାଯାଇ ପରେ ମହିଳାଙ୍କୁ ବସ ଭିତରକୁ ଉଠାଯାଏ । ଏହି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିବା ପରେ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି ଅନ୍ଧବିଶ୍ୱାସକୁ ଦୂର କରିବା ଲାଗି ହସ୍ତକ୍ଷେପ କରିଥିଲେ ରାଜ୍ୟ ମହିଳା କମିଶନ । ଯେକୌଣସି ସ୍ଥାନରୁ ବାହାରୁ ଥିବା ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାମାନେ ଯାତ୍ରା ଆରମ୍ଭ କରିପାରିବେ । ଏଥିପାଇଁ ରାଜ୍ୟ ମହିଳା କମିଶନ ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି । ଯଦି ମହିଳାଙ୍କୁ ପ୍ରଥମେ ବସକୁ ଚଢ଼ିବା ପାଇଁ ବାରଣ କରାଯାଏ, ତେବେ ସଂପୃକ୍ତ ମାଲିକଙ୍କ ବିରୋଧରେ ଇ-ଚାଲାଣ କାଟିବାକୁ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.