ETV Bharat / state

Odisha Assembly: ଗାନ୍ଧୀ ମୂର୍ତ୍ତୀ ତଳେ ବିରୋଧୀ , ଗୃହକୁ ବନ୍ଦ କରିଦେଲେ ସରକାର

author img

By

Published : Mar 31, 2023, 10:31 PM IST

Updated : Mar 31, 2023, 11:05 PM IST

ସଂଧ୍ୟା 5 ଟା 15 ମିନିଟରେ ପୁଣି ଥରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ବିରୋଧୀଙ୍କ ହୋହାଲ୍ଲା ଭିତରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଥିଲା । ଏହାପରେ ବିଧାନସଭାର ବିଭିନ୍ନ କମିଟି ଘୋଷଣା କରିଥିଲେ ବାଚସ୍ପତି । କଂଗ୍ରେସ ଓ ବିଜେପି ବିଧାୟକମାନେ ବିଭିନ୍ନ ଦାବି ନେଇ ହୋହାଲ୍ଲା ଜାରି ରଖିଥିଲେ । କଣ୍ଟାବାଞ୍ଜି ବିଧାୟକ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରିରିଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
ଗାନ୍ଧୀ ମୂର୍ତ୍ତୀ ତଳେ ବିରୋଧୀ , ଗୃହକୁ ବନ୍ଦ କରିଦେଲେ ସରକାର

ଭୁବନେଶ୍ବର: ବିରୋଧୀଙ୍କ ହୋହାଲ୍ଲା ଭିତରେ ବିଧାନସଭାରେ ପାରିତ ହୋଇଗଲା ବ୍ୟୟ ମଞ୍ଜୁରୀ ବିଲ୍‌ । ଆଜି ଅପରାହ୍ନ 4ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଗୃହକୁ 20 ମିନିଟ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ପରେ ପୁଣି ଥରେ ଉପବାଚସ୍ପତି ଗୃହକୁ 15 ମିନିଟ ପାଇଁ ମୁଲତବୀ ରଖିଥିଲେ । ପରେ ଉପବାଚସ୍ପତି ଗୃହର କାର୍ଯ୍ୟକୁ 5ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ସଂଧ୍ୟା 5 ଟା 15 ମିନିଟରେ ପୁଣି ଥରେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ । ବିରୋଧୀଙ୍କ ହୋହାଲ୍ଲା ଭିତରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଥିଲା । ଏହାପରେ ବିଧାନସଭାର ବିଭିନ୍ନ କମିଟି ଘୋଷଣା କରିଥିଲେ ବାଚସ୍ପତି । କଂଗ୍ରେସ ଓ ବିଜେପି ବିଧାୟକ ମାନେ ବିଭିନ୍ନ ଦାବି ନେଇ ହୋହାଲ୍ଲା ଜାରି ରଖିଥିଲେ । କଣ୍ଟାବାଞ୍ଜି ବିଧାୟକ କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି କରିଥିଲେ। ବିରୋଧୀଙ୍କ ଦାବି ନେଇ ବାଚସ୍ପତି କିଛି ନଶୁଣିବାରୁ ପ୍ରତିବାଦ କରି ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ଏହାବି ପଢନ୍ତୁ- Odisha Assembly Sine Die: ଆଗୁଆ ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଭିଯୋଗ ଅନୁସାରେ ଗୃହରେ ବିରୋଧୀଙ୍କ ପକ୍ଷରୁ ଯେଉଁ ସବୁ ପ୍ରସଙ୍ଗ ଉଠାଗଲା ତା ଉପରେ ସରକାର କିଛି ପ୍ରତିକ୍ରିୟା ରଖିଲେ ନାହିଁ । ବିରୋଧୀଙ୍କ ଦାବି ସମ୍ପର୍କରେ କଣ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ କିଛି କହିଲେ ନାହିଁ । ଯାହାର ପ୍ରତିବାଦ କରିଥିଲେ ବିରୋଧୀ ବିଜେପି । ସେପଟେ କଂଗ୍ରେସ ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ ।

ଅନ୍ୟପଟେ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବା ସହ ବିଭିନ୍ନ କମିଟି ଘୋଷଣା ହେବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲେ । ବିରୋଧୀ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିରେ ବାଚସ୍ପତି ଏକ ପାଖିଆ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁତଲବୀ ଘୋଷଣା କରିଥିଲେ ।

ଷୋଡଶ ବିଧାନସଭା ଦ୍ବାଦଶତମ ସେସନ ବଜେଟ ଅଧିବେଶନ ଫେବୃୟାରୀ ୨୧ ରୁ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୨୧ ରୁ ମାର୍ଚ୍ଚ 1 ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ 10ରୁ ଏପ୍ରିଲ ୬ ଯାଏଁ ନିର୍ଦ୍ଧାରିତ ହୋଇଥିଲା । ଦୁଇଟି ପର୍ଯ୍ୟାୟରେ ମୋଟ ୨୭ଟି କାର୍ଯ୍ୟ ଦିବସ ନିର୍ଦ୍ଧାରିତ ହୋଇଥିଲା । 4 ଦିନ ପୂର୍ବରୁ ତଥା 23ଟି କାର୍ଯ୍ୟ ଦିବସରେ ବିଧାନସଭା ଶେଷ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 31, 2023, 11:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.