ETV Bharat / state

ଚନ୍ଦକା ପିଅନ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ, କିନ୍ନର କହି ଥଟ୍ଟା କରିବାରୁ ନେଇଥିଲା ମୁଣ୍ଡ

author img

By

Published : Nov 24, 2022, 9:13 AM IST

ପର୍ଦ୍ଦାଫାସ ହେଲା ଚନ୍ଦକା ପାଇକରାପୁର ପିଅନ ହତ୍ୟାକାଣ୍ଡ ଘଟଣା । କିନ୍ନର କହି ଥଟ୍ଟା କରିବାରୁ ପିଅନ ବଂଶୀଧରର ମୁଣ୍ଡ ନେଇଥିଲା ପ୍ରକାଶ ବଳବନ୍ତରାୟ ଓରଫ ଗୁନୁ । ଅଧିକ ପଢ଼ନ୍ତୁ

କିନ୍ନର କହି ଥଟ୍ଟା କରିବାରୁ ନେଇଥିଲା ମୁଣ୍ଡ, ପର୍ଦ୍ଦାଫାସ ହେଲା ଚନ୍ଦକା ପିଅନ ହତ୍ୟାକାଣ୍ଡ ଘଟଣା

ଭୁବନେଶ୍ବର: ପର୍ଦ୍ଦାଫାସ ହେଲା ଚନ୍ଦକା ପାଇକରାପୁର ପିଅନ ହତ୍ୟାକାଣ୍ଡ ଘଟଣା । କିନ୍ନର କହି ଥଟ୍ଟା କରିବାରୁ ପିଅନ ବଂଶୀଧରର ମୁଣ୍ଡ ନେଇଥିଲା ପ୍ରକାଶ ବଳବନ୍ତରାୟ ଓରଫ ଗୁନୁ । ଏହି ହତ୍ୟାକାଣ୍ଡ ଘଟଣାର ସତ ଓଗାଳିଛି ଖୋଦ ଅଭିଯୁକ୍ତ । ପୋଲିସ ଅଭିଯୁକ୍ତକୁ ଗିରଫ ପରେ ସବୁ ସତ ମାନିଥିଲା ପ୍ରକାଶ । ରାଗରେ ପଥରମୁଣ୍ଡିଆ ପାହାଡ଼ ଉପରେ ଏଭଳି କାଣ୍ଡ ଘଟାଇଥିବା ପୋଲିସକୁ କହିଛି ।

ପ୍ରକାଶ ବଳବନ୍ତରାୟ ଓ ବଂଶୀଧର ଗତ ମଙ୍ଗଳବାର ପଥରମୁଣ୍ଡିଆ ପାହାଡ଼ ଉପରେ ବସି ମିଶିକି ମଦ ପିଇଥିଲେ । ସେଠାରେ କଥା ହେବା ସମୟରେ ଅଭିଯୁକ୍ତ ପ୍ରକାଶର ଭାଇକୁ ବଂଶୀଧର କିନ୍ନର କହି ଥଟ୍ଟା କରୁଥିଲା । ଏଭଳି ପୂର୍ବରୁ ମଧ୍ୟ ବଂଶୀଧର ବହୁବାର ଅଭିଯୁକ୍ତ ପ୍ରକାଶର ଭାଇକୁ କିନ୍ନର କହି ଥଟ୍ଟା କରୁଥିଲା । ହେଲେ ନିଶାସକ୍ତ ଅବସ୍ଥାରେ ବଂଶୀଧର ପ୍ରକାଶର ଭାଇକୁ କିନ୍ନର କହି ଥଟ୍ଟା କରୁଥିବା ବେଳେ ଉତକ୍ଷୀପ୍ତ ହୋଇ ଉଠିଥିଲା ପ୍ରକାଶ ।

ଏହାମଧ୍ୟ ପଢ଼ନ୍ତୁ. ସ୍କୁଲ ପଛପଟେ ପିଅନଙ୍କୁ ହତ୍ୟା, ଚନ୍ଦକା ଅଞ୍ଚଳରୁ ମିଳିଲା ମୃତଦେହ

ବଂଶୀଧର ସେହିପାଖ ପାଇକରାପୁର ସ୍କୁଲର ପିଅନ ଥିଲେ । ଗୁନୁ ଓ ବଂଶୀଧର ସାଙ୍ଗ ମଧ୍ୟ ହେଉଥିଲେ । ଏନେଇ ଉଭୟ ଅନେକ ସମୟରେ ପଥର ମୁଣ୍ଡିଆ ଉପରେ ମଦ ପିଅନ୍ତି । ହତ୍ୟା ଦିନ ମଧ୍ୟ ଉଭୟ ମଦ ପିଇବାକୁ ପଥରମୁଣ୍ଡିଆକୁ ଯାଇଥିଲେ । ଉଭୟ ସାଙ୍ଗ ହୋଇ ମଦ ପିଇଲା ପରେ ହଠାତ୍ ବଂଶୀଧର ଅଭିଯୁକ୍ତ ପ୍ରକାଶର ବାପା ଓ ମାଆକୁ ନେଇ ଥଟ୍ଟାପରିହାସ କରି କିଛି କହିଥିଲେ ।

ଏସବୁ କଥାକୁ ନେଇ ବିଗିଡି ଯାଇଥିଲା ଅଭିଯୁକ୍ତର ମନ । ତେଣୁ ରାଗି ଯାଇ ପ୍ରକାଶ ବଳବନ୍ତ ରାୟ ଓରଫ ଗୁନୁ ସେହି ଠାରେ ବଂଶୀଧରକୁ ହତ୍ୟା କରିଥିଲା । ପଥରରେ ଛେଚି ହତ୍ୟା କରିଥିବା ସ୍ବୀକାର କରିଛି ପ୍ରକାଶ । ଏନେଇ ଜୋନ-5 Acp ରମେଶ ଚନ୍ଦ୍ର ବିଶୋଇ ପ୍ରେସମିଟ କରି ସୂଚନା ଦେଇଛନ୍ତି । ପୋଲିସ ଅଭିଯୁକ୍ତ ଗୁନୁକୁ ଗିରଫ କରିବା ସହ ରକ୍ତଭିଜା ପଥର ଜବତ କରିଛି। ଯେଉଁ ପଥରରେ ସେ ବଂଶୀଧରକୁ ହତ୍ୟା କରିଥିଲା ।

ଗତ ମଙ୍ଗଳବାର ଏହି ଘଟଣାକୁ ନେଇ ପୋଲିସ ଅନେକ ଖୋଳତାଡ଼ କରିଥିଲା । ଏପରିକି ଚାରିଆଡ଼େ ତଦନ୍ତ କରିଥିଲା । ତଦନ୍ତ ସମୟରେ ପୋଲିସ ସୁରାକ ପାଇନଥିଲା । ହେଲେ ବୁଧବାର ଅଭିଯୁକ୍ତକୁ ଗିରଫ କରିଛି । ତେବେ ରାଜଧାନୀ ଉପକଣ୍ଠରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ପ୍ରକାଶ ଥାଉକି, ଚନ୍ଦକା ଅଞ୍ଚଳରେ ହତ୍ୟାକାଣ୍ଡ କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଜଘନ୍ୟ ହତ୍ୟା ଘଟଣା ନଜରରେ ରହିଛି । ଗତ ମାର୍ଚ୍ଚ ମାସରେ ଜମିବାଡିକୁ କେନ୍ଦ୍ର କରି ଚନ୍ଦକା ଅଞ୍ଚଳର ସୁଶାନ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା । ମୃତ ସୁଶାନ୍ତ ପ୍ରଧାନ ଓ କାର୍ତ୍ତିକ ପ୍ରଧାନଙ୍କ ପରିବାର‌ ମଧ୍ୟରେ ବିବାଦ ହୋଇଥିଲା ।

ପୂର୍ବ ଶତ୍ରୁତାକୁ ନେଇ ମାର୍ଚ୍ଚ ୧୯ ତାରିଖରେ ସୁଶାନ୍ତ ପ୍ରଧାନଙ୍କୁ କାର୍ତ୍ତିକ ଓ ତାଙ୍କ ଚାରି ପୁଅ ଅଟକାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁହଲୁହାଣ କରି ଫୋପାଡି ଦେଇଥିଲେ । ତେବେ କଟକ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମାର୍ଚ୍ଚ ୨୩ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ପୂର୍ବରୁ କାର୍ତ୍ତିକ ପ୍ରଧାନଙ୍କ ପୁଅ ନିତ୍ୟାନନ୍ଦ ପ୍ରଧାନ ଓ ଶ୍ରୀଧର ପ୍ରଧାନଙ୍କୁ ଗିରଫ କରିଥିଲା ପୋଲିସ । ପରେ ଆଉ ୨ ପୁଅ ସହ କାର୍ତ୍ତିକ ପ୍ରଧାନକୁ ଗିରଫ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.