ETV Bharat / state

ପୁଣି ଖୋର୍ଦ୍ଧାରୁ ବ୍ରାଉନସୁଗାର ସହ ସୁନା ଗହଣା ଜବତ, ୬ ଗିରଫ

author img

By

Published : Oct 22, 2022, 12:22 PM IST

ଖୋର୍ଦ୍ଧା ପୋଲିସକୁ ବଡ଼ ସଫଳତା ବଡ଼ ସଫଳତା । ଠେଙ୍ଗାହାଟରୁ ୫୦ଗ୍ରାମ ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଜବତ କରିଛି ଆର୍ଦଶ ଥାନା ପୋଲିସ । ଅଧିକ ପଢ଼ନ୍ତୁ

brown sugar and worth lakhs of rupees jewelry seized in  khordha
50ଗ୍ରାମ ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ, 6 ଗିରଫ

ଖୋର୍ଦ୍ଧା: ଧଳାଜହର କାରବାରର ହବ ପାଲଟିଛି ଖୋର୍ଦ୍ଧା । ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି । ଠେଙ୍ଗାହାଟରୁ ୫୦ଗ୍ରାମ ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା ଜବତ କରିଛି ଆର୍ଦଶ ଥାନା ପୋଲିସ । ଏହି ଘଟଣାରେ ତିନିଜଣ ମହିଳା ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି ।

50ଗ୍ରାମ ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

ପୋଲିସ ପକ୍ଷରୁ ଧଳାଜହର ଅପରେସନ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି । ଏହି ସମୟରେ ଠେଙ୍ଗାହାଟରୁ ୫୦ଗ୍ରାମ ବ୍ରାଉନସୁଗାର, ନଗଦ ୧୩ଲକ୍ଷ ୬୮ ହଜାର ଟଙ୍କା, ୫୧୧.୬୭୦ ଗ୍ରାମ ସୁନା ଏବଂ ୮୩୦ ଗ୍ରାମ ରୁପା ଜବତ କରିଛି । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଥିବା ଖୋର୍ଦ୍ଧା ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, " ଆଗକୁ ଏହି ଅଭିଯାନ ତ୍ବରାନ୍ବିତ କରାଯିବ । ବେଆଇନ ଭାବେ ଅର୍ଜିତ ସ୍ଥାବର ଅସ୍ଥାବର ସମ୍ପତି ବାଜ୍ଯାପ୍ତ କରାଯିବ ।" ସରକାରୀ ଜମିକୁ ଅକ୍ତିଆର କରି ବେଆଇନ ଭାବେ ନିଶା କାରବାର ଚଳାଇଥିବା ପ୍ରମାଣିତ ହେଲେ ପ୍ରଶାସନ ସହାୟତାରେ ଉଚ୍ଛେଦ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.