ETV Bharat / state

ପାଇଖାନା ପାଇଁ ଲାଞ୍ଚ, ଜିଲ୍ଲାପାଳଙ୍କୁ ହିତାଧିକାରୀଙ୍କ ଗୁହାରି

author img

By

Published : Jul 22, 2019, 11:01 PM IST

ମାଗଣାରେ ସରକାର ଯୋଗାଉଛନ୍ତି ପାଇଖାନା । ସାରା ଦେଶକୁ ବାହ୍ୟ ମଳମୁକ୍ତ କରିବାପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ବଚ୍ଛ ଭାରତ ଅଭିଯାନ । ହେଲେ ଏହି ପାଇଖାନା ନିର୍ମାଣ ବିଲକୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

ଖୋର୍ଦ୍ଧା: ସାରା ଦେଶକୁ ବାହ୍ୟ ମଳମୁକ୍ତ କରିବାପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ବଚ୍ଛ ଭାରତ ଅଭିଯାନ । ଏହି ଅଭିଯାନ ଜରିଆରେ ଗରିବ ଲୋକମାନଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦେଉଛନ୍ତି । କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହି ମହତକାଂକ୍ଷୀ ଯୋଜନା ଏବେ ଦିଗହରା ହେବାକୁ ବସିଲାଣି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

ପାଇଖାନା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ବିଲ୍ କରାଯାଉନାହିଁ । ବିଲ୍ କରିବାପାଇଁ ମଗାଯାଉଛି ଲାଞ୍ଚ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତର ଚକ୍ରଧର ପାଇକରାୟ ।

ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପାଇଖାନ ବିଲ୍ କରେଇଦେବାକୁ ହିତାଧିକାରୀଙ୍କ ଠାରୁ ଏକ ହଜାର ଟଙ୍କାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି କନିଷ୍ଠ ଯନ୍ତ୍ରୀ । ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅତିରିକ୍ତ ବିଡ଼ିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ,ଇଟିଭି ଭାରତ

Intro:ପାଇଖାନା ପାଇଁ ଦୁଇ ହଜାର ଲାଞ୍ଚ: ଜିଲ୍ଲାପାଳଙ୍କ ନିକଟରେ ଗୁହାରି

ଖୋର୍ଦ୍ଧା : ସାରା ଦେଶକୁ ବାହ୍ୟ ମଳମୁକ୍ତ କରିବାପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ମିଶନ । ଏହି ମିଶନ ଜରିଆରେ ଗରିବ ଲୋକମାନଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦେଉଛନ୍ତି । କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହି ମହତ୍ୱକାଂକ୍ଷୀ ଯୋଜନା ଏବେ ଦିଗହରା ହେବାକୁ ବସିଲାଣି । ପାଇଖାନା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ବିଲ କରାଯାଉନାହିଁ ଏବଂ ବିଲ କରିବାପାଇଁ ମଗାଯାଉଛି ଲାଞ୍ଚ ।

Body:ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି ବେଗୁନିଆ ବ୍ଲକ ବାଘମାରି ପଂଚାୟତର ଚକ୍ରଧର ପାଇକରାୟ । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପାଇଖାନ ବିଲ କରେଇଦେବାକୁ ହିତାଧିକାରୀଙ୍କ ଠାରୁ ଏକ ହଜାର ଟଙ୍କାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନିଆଯାଉଛି । ଯାହା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ନେଉଛନ୍ତି ।

Conclusion:ଘଟଣା ସମ୍ପର୍କରେ ଜିଲାପାଳ ଅତିରିକ୍ତ ବିଡ଼ିଓଙ୍କ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ବାଇଟ 1- ଚକ୍ରଧର ପାଇକରାୟ , ଅଭିଯୋଗକାରୀ
2-ସୌଦାମିନୀ ବେହେରା , ଅଭିଯୋଗକାରୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.