ETV Bharat / state

ରାଜଧାନୀରେ ଆମ୍ବେଦକର ଜୟନ୍ତୀ, ଜାତି ନୁହେଁ ଇଶ୍ୱରଙ୍କୁ ଖୋଜଲେ ମୁକ୍ତି ମିଳିବ କହିଲେ ରାଜ୍ୟପାଳ

author img

By

Published : Apr 14, 2023, 9:08 PM IST

ରାଜଧାନୀରେ ଦଳ ମତ ନିର୍ବିଶେଷରେ ପାଳିତ ହୋଇଛି ଆମ୍ବେଦକର ଜୟନ୍ତୀ । ବିଭିନ୍ନ ଦଳର ନେତାକର୍ମୀମାନେ ଉପସ୍ଥିତ ରହି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଅଧିକ ପଢ଼ନ୍ତୁ

Ambedkar Jayanti celebrated in bhubneswar
ଭୁବନେଶ୍ୱରରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳିତ
ଭୁବନେଶ୍ୱରରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳିତ

ଭୁବନେଶ୍ବର: ଆଜି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ ବା ଭୀମ ଜୟନ୍ତୀ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏଜି ଛକ ପାଖରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସ୍ୱରୁପ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁର ରାଉତରାୟଙ୍କ ସମେତ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କ ସ୍ମୃତିଚାରଣ କରିଛନ୍ତି । ସେହିପରି ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ତାଙ୍କ ଜୟନ୍ତୀ ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ଆମ ଆଦମୀ ପାର୍ଟି ଆବାହାକ ଓ କର୍ମୀ ମଧ୍ୟ ଏଥିରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ରଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ଆସି ଆମ୍ବେଦକରଙ୍କୁ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।

ଏହି ଅବସରରେ ବାର୍ତ୍ତା ରଖି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, "ମଣିଷ ଭିତରେ ଜାତି ଖୋଜିଲେ ମୁକ୍ତିନାହିଁ । ମଣିଷ ଭିତରେ ଈଶ୍ଵରଙ୍କୁ ବା ଜଗନ୍ନାଥଙ୍କୁ ଖୋଜ ତେବେ ମୁକ୍ତି ମିଳିବ। ଏହା ହିଁ ଥିଲା ଆମ୍ବେଦକରଙ୍କ ବାର୍ତ୍ତା । ସାରା ବିଶ୍ୱରେ ଆଜି ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଉଛି । କାରଣ ତାଙ୍କ ଭିତରେ ଥିବା ଆତ୍ମ ସମ୍ମାନକୁ ସାରା ବିଶ୍ୱ ଆଦର ସହକାରେ ଅର୍ଥାତ ସେ ଯେଉଁ ଆତ୍ମ ସମ୍ମାନର କଥା ଆଜି ସାରା ବିଶ୍ୱକୁ ଶିଖାଇଛନ୍ତି, ସେଥିପାଇଁ ବିଶ୍ୱ ବିଦିତ ବୋଲି ରାଜ୍ୟପାଳ କହିଛନ୍ତି ।"

ସେହିପରି ଓଡ଼ିଶା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, "ମହାନ ସମ୍ବିଧାନର ପ୍ରଣେତା ଆମ୍ବେଦକର ସର୍ବଦା ଦଳିତ ଓ ନିଷ୍ପେସିତ ଲୋକଙ୍କ ନ୍ୟାୟ ଓ ଅଧିକାର ପାଇଁ ଲଢୁଥିଲେ । ସେମାନଙ୍କୁ ଆଗକୁ ନେବା ପାଇଁ କାର୍ଯ୍ୟ କରୁଥିଲେ । ସମ୍ବିଧାନର ସ୍ୱତନ୍ତ୍ରତା କିଭଳି ରହିବ ସେ ସେଥିପ୍ରତି ଆଇନ ପ୍ରଣୟନ କରିଥିଲେ । କିନ୍ତୁ ଆଜି ସମ୍ବିଧାନ ଓ ନ୍ୟାୟିକ ବ୍ୟବସ୍ଥା ରାଜନୀତିକରଣ ହୋଇ ଗଣତନ୍ତ୍ରର ଅସ୍ତିତ୍ଵକୁ ହଜାଇ ସାରିଲେଣି । ତେଣୁ ଆଜିର ଦିନରେ ଆମେ ସମସ୍ତେ ଶପଥ ନେବା ଦରକାର ତାଙ୍କର ସ୍ୱପ୍ନର ଭାରତକୁ ଗଢିବାର ଆଶାକୁ ଉଜ୍ଜିବୀତ କରିବା । ସମ୍ବିଧାନର ସୁରକ୍ଷା ସହ ଗଣତନ୍ତ୍ର ମୂଲ୍ୟବୋଧ ବଜାୟ ରଖି ନାଗରିକଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.