ETV Bharat / state

ଉଭୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ: ପିସିସି ସଭାପତି - ସଫଳତା ରାଜନୀତି ନେଇ ଚାଲିଛି ପ୍ରତିଯୋଗିତା

ସଫଳତା ରାଜନୀତି ନେଇ ଚାଲିଛି ପ୍ରତିଯୋଗିତା । ଉଭୟ ବିଜେଡି ବିଜେପିର ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଅଧିକ ପଢନ୍ତୁ

ସଫଳତା ରାଜନୀତି ନେଇ ଚାଲିଛି ପ୍ରତିଯୋଗିତା
ସଫଳତା ରାଜନୀତି ନେଇ ଚାଲିଛି ପ୍ରତିଯୋଗିତା
author img

By

Published : May 26, 2023, 10:10 PM IST

ବିଜେଡି ବିଜେପି ଶାସନକାଳର ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ

ଭୁବନେଶ୍ବର: ସଫଳ ଶାସନ ନେଇ ଚାଲିଛି ପ୍ରତିଯୋଗିତା । କେଉଁ ଦଳ କେତେ ଆଗରେ ସେନେଇ ବିଜେପି ବିଜେଡି କରୁଛନ୍ତି ପ୍ରତିଯୋଗିତା । ହେଲେ କେତେ ସଫଳ ଉଭୟ ଦଳ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ବିଜେପି 9ବର୍ଷ ଓ ବିଜେଡି 23 ବର୍ଷର ସଫଳତାକୁ ବଖାଣୁଥିବା ବେଳେ ପ୍ରକୃତରେ ଉଭୟ କେତେ ସଫଳ ଜନସାଧାରଣ କହିବେ ବୋଲି କଂଗ୍ରସ କଟାକ୍ଷ କରିଛି ।

ତେବେ ଏବେ ସଫଳ ଶାସନକୁ ନେଇ ଉଭୟ ବିଜେଡି ବିଜେପି ମଧ୍ୟରେ ଗୋଟିଏ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଠମଲ୍ଲିକରେ ମୋଦି ସରକାରଙ୍କ 9 ବର୍ଷ ପୂର୍ତ୍ତି ଉପଲକ୍ଷେ, କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ବଖାଣିଥିଲେ । ସେପଟେ ବିଜେଡି ମଧ୍ୟ ପ୍ରତି ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଏବଂ ସ୍ୱଚ୍ଛ ଶାସନକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଲାଗିଛି ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଏବଂ ଜନହିତକର ଶାସନକୁ ବିଜେଡି ଲୋକଙ୍କୁ ଅବଗତ କରାଇବା ପାଇଁ ସଜବାଜ ହେଉଥିବା ବେଳେ ବିଜେପି 9 ବର୍ଷର ସଫଳତାର ପ୍ରକୃତରେ କେତେ ଯଥାର୍ଥ ବୋଲି କଂଗ୍ରସ ପିସିିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ପିସିିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ‘‘କଂଗ୍ରେସ ଦଳ ମଧ୍ୟ ଲୋକମାନଙ୍କ ପାଖକୁ ଯିବ। ଉଭୟ ସରକାରଙ୍କ ବିଫଳତାର କାହାଣୀ କହିବ। କେନ୍ଦ୍ର ସରକାର 2 କୋଟି ଯୁବକଙ୍କୁ ଚାକିରି ଦେବାକୁ କହିଥିଲେ କିନ୍ତୁ ଦେଇଛନ୍ତି କି ? ପ୍ରତି ଆକାଉଣ୍ଟ 15 ଲକ୍ଷ ଟଙ୍କା ଆସିବ ବୋଲି କହିଥିଲେ ହେଲେ ଆସିଛି କି ? ଦରଦାମ ନିୟନ୍ତ୍ରଣ କରିଛନ୍ତି କି ?"

ସେହିଭଳି ରାଜ୍ୟ ସରକାର ମଧ୍ୟ 2 ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା କଥା ହେଉ କିମ୍ବା ସବୁ ବ୍ଲକରେ 35% ଜଳସେଚନ କରିବା ହେଉ । ଅବା ରାଜ୍ୟକୁ ବୃହତ ଶିଳ୍ପ ଆସିବା ଏବଂ ବେକାରୀ ସମସ୍ୟା ଦୂର କରାଯିବା କଥା ହେଉ ସବୁଠି ଫେଲ ମାରିଛି ସରକାର। ହେଲେ ଦୁଃଖର କଥା ଉଭୟ ସରକାର ଦେଇଥିବା ପ୍ରତିଶୃତି କିଛି ବି ପାଳନ କରିନାହାନ୍ତି । ତେଣୁ କଂଗ୍ରେସ ଏହିସବୁ ମୁଦା ନେଇ ଜନସାଧାରଣଙ୍କ ପାଖକୁ ଯିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ରାଜ୍ୟରେ ବିଜେଡି 23 ବର୍ଷ ଶାସନ କାଳ ଅତିକ୍ରମ କରିଥିବା ବେଳେ ବିଜେପି କେନ୍ଦ୍ରରେ 9 ବର୍ଷ ସମ୍ପୂର୍ଣ୍ଣ କରିଛି । ଉଭୟ ସରକାରଙ୍କ ଶାସନ କାଳରେ କଣ ସବୁ ଜନହିତକର କାର୍ଯ୍ୟ କରିଛନ୍ତି, ନିଜ ପ୍ରତିଶୃତି ରକ୍ଷା କରିଛି ତାର ହିସାବ ଦିଅନ୍ତୁ ବୋଲି କହିଛନ୍ତି ପସିସି ସଭାପତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.