ETV Bharat / state

ବଲିଉଡ କଣ୍ଠଶିଳ୍ପୀ ଅନୁରାଧା ପଡୁ଼ୱାଲ ବଦାନ୍ୟତା, ଶ୍ରବଣବାଧିତଙ୍କୁ ପ୍ରଦାନ କଲେ ଶ୍ରବଣ ସହାୟକ ଉପକରଣ

ବଲିଉଡ ଗାୟିକା ଅନୁରାଧା ପଡୁ଼ୱାଲ ବିଶ୍ୱ ଶ୍ରବଣ ଦିବସରେ ଦୁଇ ଶହ ଶ୍ରବଣବାଧିତଙ୍କୁ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

singer anuradha paduwal donate ear machine

author img

By

Published : Mar 3, 2023, 8:24 PM IST

ବଲିଉଡ କଣ୍ଠଶିଳ୍ପୀ ଅନୁରାଧା ପଡୁ଼ୱାଲ ବଦାନ୍ୟତା

ଭୁବନେଶ୍ବର: ବିଶ୍ୱ ଶ୍ରବଣ ଦିବସରେ ଦୁଇ ଶହ ଶ୍ରବଣବାଧିତଙ୍କୁ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରିଛନ୍ତି ବଲିଉଡ ଗାୟିକା ଅନୁରାଧା ପଡୁ଼ୱାଲ । ଅନୁରାଧା ପଡୁ଼ୱାଲଙ୍କର ସମାଜ କଲ୍ୟାଣ ପ୍ରୟାସ ସୂର୍ଯ୍ୟୋଦୟ ଫାଉଣ୍ଡେସନ ଦ୍ୱାରା ଶ୍ରବଣବାଧିତଙ୍କୁ ମାଗଣାରେ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁରାଧା ପଡୁ଼ୱାଲଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ଶ୍ରବଣବାଧିତ କୁନିକୁନି ପିଲା ଓ ବରିଷ୍ଠ ନାଗରିକ ମାନଙ୍କୁ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରିଛନ୍ତି । ଏହାସହ ଶ୍ରବଣ ସହାୟକ ଉପକରଣ ପ୍ରସ୍ତୁତିକାରୀ କମ୍ପାନୀ ୱାଇଡେକ୍ସ ଇଣ୍ଡିଆ ଏଥିରେ ସହଯୋଗ କରିଥିବା ବେଳେ ଶ୍ରବଣ ସମସ୍ୟା ଲୋକଙ୍କର ଯାଞ୍ଚ ଓ ପରୀକ୍ଷା କରିବା ପରେ ଶ୍ରବଣ ସହାୟକ ଉପକରଣ ପ୍ରଦାନ କରାଯାଇଛି । ଏହି ଅବସରରେ ପୁରୀର ମିଶନ ଓଡ଼ିଶାର ୩୦ ଜଣ ଶ୍ରବଣବାଧିତଙ୍କୁ ଶ୍ରବଣ ସହାୟକ ଉପକରଣ ଦିଆଯାଇଛି । ପୂର୍ବରୁ ୧୦୬ ଜଣ ଶ୍ରବଣବାଧିତଙ୍କୁ ଯାଞ୍ଚ ଓ ପରୀକ୍ଷା କରାଯାଇଥିବା ବେଳେ ଆଜି ୩୦ ଜଣଙ୍କୁ ଦିଆଯାଇଛି।

ସେହିପରି ଏହି ଅବସରରେ ଯୋଗ ଦେଇ ରାଜ୍ୟପାଳ ସୂର୍ଯ୍ୟୋଦୟ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରିବା ସହ ୱାଇଡେକ୍ସ ଇଣ୍ଡିଆ ଯେଭଳି ଦୃଢ ଶକ୍ତି ନେଇ ଶ୍ରବଣବାଧିତଙ୍କୁ ଉନ୍ନତମନର ଉପକରଣ ଯୋଗାଇ ତାଙ୍କୁ ଏକ ନୂଆ ଜୀବନ ପ୍ରଦାନ କରୁଛନ୍ତି ତାହାକୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଜ୍ୟପାଳ ଆହୁରି କହିଛନ୍ତି ଯେ, "ହୋଲିରେ ଆମେ ସମସ୍ତେ ରଙ୍ଗର ହୋଲି ଖେଳୁଥିବା ବେଳେ ଆଜି ଏହି ଶ୍ରବଣବାଧିତଙ୍କୁ ଶୁଣିବାର ଉପକରଣ ଦେଇ ପ୍ରେମ୍‌ର ଫଗୁ ବାଣ୍ଟିଛନ୍ତି ଅନୁରାଧା ଆଉ ତାଙ୍କ ଅନୁଷ୍ଠାନ । ଏଥିପାଇଁ କୁନି କୁନି ପିଲାଙ୍କ ମୁହଁରେ ଯେଉଁ ହସ ଫୁଟିଛି ତାହା ସମସ୍ତଙ୍କୁ ଆଉ ମତେ ବି ବେଶ ଆନନ୍ଦ ଦେଇଛି । ଯାହା ସର୍ବଦା ପ୍ରଶଂସନୀୟ ଓ ଅନୁକରଣୀୟ ।"

ଅନ୍ୟପଟେ ଅନୁରାଧା କହିଛନ୍ତି, "ଶ୍ରବଣବାଧିତଙ୍କୁ ଶ୍ରବଣ ସହାୟକ ଉପହାର ଦେଇ ମୁଁ ବେଶ ଖୁସିଥିବା ବେଳେ ଆଗକୁ ଭାରତର ଅନେକ ଶ୍ରବଣବାଧିତଙ୍କୁ ଉପକରଣ ପ୍ରଦାନ କରି ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବାର ପ୍ରୟାସ ଜାରି ରହିବ। ଆଜି ଶ୍ରବଣବାଧିତଙ୍କୁ ଯେଉଁ ଉପକରଣ ଶୁଣିବାକୁ ଦିଆଯାଇଛି ସେଥିରେ ସେମାନେ ଯେତେବେଳେ ଶବ୍ଦକୁ ସ୍ପଷ୍ଟ ଭାବେ ଶୁଣିପାରିବେ କ୍ଲାନ୍ତ ଦୂର ପାଇଁ ଗୀତ ବି ଶୁଣିପାରିବେ ସେତେବେଳେ ଆମର ପ୍ରୟାସ ସାର୍ଥକ ହେବ। ଏଥିପାଇଁ ସେ ୱାଇଡେକ୍ସ ଇଣ୍ଡିଆକୁ ଧନ୍ୟବାଦ ଦେଉଛି ।"

ସେପଟେ ୱାଇଡେକ୍ସ ଇଣ୍ଡିଆ ର ସିଇଓ କହିଛନ୍ତି, "ଶ୍ରବଣବାଧିତଙ୍କ ମୁହଁରେ ଚେନାଏ ହସ ପାଇଁ ରାଇରଙ୍ଗପୁର , ପୁରୀ ଏବଂ ଭୁବନେଶ୍ୱରରେ ଏହି ଉନ୍ନତ ମାନର ଶ୍ରବଣ ସହାୟକ ଉପକରଣ ୩୮୦ ଜଣଙ୍କୁ ଦିଆଯାଉଥିବା ବେଳେ ଆଗକୁ ଅର୍ଥାତ ୨୦୨୩ ଭିତରେ ଭାରତରେ ୧୦୦୦ ଶ୍ରବଣ ସହାୟକ ଉପକରଣ ଦିଆଯିବ। ତେବେ ଆମର ପ୍ରସ୍ତୁତି ଉପକରଣକୁ ନେଇ ଯେଉଁଭଳି ଭାବେ ଶ୍ରବଣ ସମସ୍ୟା ବ୍ୟକ୍ତି ଉପକୃତ ହେଉଛନ୍ତି ତାହା ଆମ ପାଇଁ ଏକ ଆଶୀର୍ବାଦ ସ୍ୱରୂପ । ତେଣୁ ଏହାକୁ ପାଥେୟ କରି ଆଗକୁ ଆହୁରି ଭିତ୍ତିଭୂମିର ବିକାଶ ସହ ସେମାନଙ୍କ ପାଇଁ ଉନ୍ନତମାନର ବା ନୂଆ ପ୍ରଯୁକ୍ତିବିଦ୍ୟାର ଉପଯୋଗ ସହ ଉପକରଣ ଯାଗାଇଦେବା ପାଇଁ ସେ ବଦ୍ଧପରିକର ବୋଲି କହିଛନ୍ତି ।

ସେହିପରି ଏହି ଅବସରରେ ଯେଉଁ ଶ୍ରବଣବାଧିତଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ସେମାନେ ବେଶ ଖୁସି ହୋଇଥିବା ବେଳେ ଏହି ମାଗଣା ସେବାକୁ ବେଶ ପ୍ରଶଂସା କରିଛନ୍ତି । କାରଣ ନୂଆ ପ୍ରଯୁକ୍ତିବିଦ୍ୟା ସହ ତାଙ୍କୁ ଯେଉଁ ଉପକରଣ ମିଳିଛି ତାହା ତାଙ୍କୁ ଏକ ନୂତନ ଅନୁଭୂତି ଦେବା ଆଉ ସେମାନେ ଅନ୍ୟର ପରିଭାଷାକୁ ସହଜରେ ଶୁଣି ପାରିବେ । ତେଣୁ ଏହି କାର୍ଯ୍ୟକ୍ରମକୁ ଆସି ସେ ଓ ତାଙ୍କ ଅନୁଷ୍ଠାନ ଆନନ୍ଦର ଏକ ନୂଆ ଆଶା ପାଇଛନ୍ତି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.